• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚମକାଇ ଦେଲା ଛତିଶଗଡ । ଓଲଟିଗଲା ଏକଜିଟ୍ ପୋଲର ଆକଳନ । କଂଗ୍ରେସର ମଡେଲ ରାଜ୍ୟରେ ଫୁଟିଲା ପଦ୍ମ । ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲରେ ବାଜି ମାରିନେଇଛି ବିଜେପି । ମୋଦି ମ୍ୟାଜିକ୍ ଆଗରେ ମାଟି କାମୁଡିଛି ୫ ବର୍ଷର କଂଗ୍ରେସ ସରକାର । ଦଳର ବିଜୟରେ ସାରା ରାଜ୍ୟରେ ଜୋରଦାର ସେଲିବ୍ରେସନ । ରାୟପୁରରେ ତ ନେତା ଓ କର୍ମୀ ମନାଇଛନ୍ତି ଦିୱାଲି ଉତ୍ସବ । ରେଜଲ୍ଟ ପୂର୍ବରୁ ଆସିଥିବା ବୁଥ୍ ବାହୁଡା ମତ କଂଗ୍ରେସ ସପକ୍ଷରେ ଯାଇଥିଲା । ଏକାଧିକ ସଂସ୍ଥା ଆକଳନ କରିଥିଲେ ଯେ, ଏଥର ଛତିଶଗଡରେ ହେବ ବିଜେପି-କଂଗ୍ରେସ କାଂଟେ କି ଟକ୍କର ।

ଆଉ, କ୍ଷମତା ବଜାୟ ରଖିବ କଂଗ୍ରେସ । ହେଲେ ସକାଳୁ ଗଣତି ଯେତିକି ଆଗକୁ ବଢୁଥିଲା, କଂଗ୍ରେସ ହାତରୁ ଖସି ଖସି ଯାଉଥିଲା ସରକାର । କ୍ଲୋଜ୍ ଫାଇଟ୍ ଭିତରେ ଅପରାହ୍ଣ ବେଳକୁ ସ୍ପଷ୍ଟ ହୋଇଯାଇଥିଲା ଚିତ୍ର । ୧୫ ବର୍ଷ ଧରି ବିରୋଧୀ ଦଳରେ ରହିବା ପରେ ଏଠି ୨୦୧୮ରେ ସରକାରକୁ ଆସିଥିଲା କଂଗ୍ରେସ । ୨୦୧୮ ନିର୍ବାଚନରେ ୯୦ ଆସନରୁ କଂଗ୍ରେସ ୬୮ ଏବଂ ବିଜେପି ପାଇଥିଲା ମାତ୍ର ୧୫ଟି ସିଟ୍ । ମୁଖ୍ୟମନ୍ତ୍ରୀ ବନିଥିଲେ ଭୂପେଶ ବଘେଲ । କେନ୍ଦ୍ରର ଏମଏସପିରୁ ଅଧିକ ଦେବା, ଆଖୁ ଚାଷୀଙ୍କୁ ବିନା ସୁଧରେ ଋଣ, ଦେଶରେ ଚାଉଳ ଉତ୍ପାଦନରେ ଛତିଶଗଡ଼ ଆଗକୁ ବଢ଼ିବା ଏସବୁ ଭୁପେଶଙ୍କୁ ଅଧିକ ଲୋକପ୍ରିୟ କରିଥିଲା । ଏଥର ବି ଚାଷୀ କାର୍ଡ ଖେଳି ଇଲେକ୍ସନ ବ୍ୟାଟେଲକୁ ଓହ୍ଲାଇଥିଲେ ବଘେଲ ।

ସେପଟେ ରାଜ୍ୟ ସରକାରଙ୍କ ବେକାରୀ ଓ ଦୁର୍ନୀତିକୁ ପ୍ରସଙ୍ଗ କରିଥିଲା ବିଜେପି । ଏପରିକି ନିର୍ବାଚନର ଠିକ୍ ପୂର୍ବରୁ ମହାଦେବ ବେଟିଂ ଆପକୁ ନେଇ ବଘେଲଙ୍କୁ ଘେରିଥିଲା ବିଜେପି । ନିର୍ବାଚନ ଘୋଷଣାପତ୍ରରେ ୧ ଲକ୍ଷ ନୂଆ ନିଯୁକ୍ତି, କୃଷକଙ୍କ ପାଇଁ ମାଗଣା ବିଜୁଳି, କୃଷି ଉନ୍ନତି ସ୍କିମରେ କୁଇଣ୍ଟାଲ ପିଛା ଧାନର MSP ୩ ହଜାର ୧୦୦ କରିବା ଏବଂ ରାମଲାଲା ଦର୍ଶନ ଯୋଜନାରେ ତୀର୍ଥ ସ୍ଥାନ ପରିଭ୍ରମଣର ଅଫର ଦେଇଥିଲା ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଏବଂ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସହ ଓଡ଼ିଶାର ଅନ୍ୟ ବରିଷ୍ଠ ବିଜେପି ନେତାମାନେ ଛତିଶଗଡ଼ରେ ପ୍ରଚାର କରିଥିଲେ । ଯାହାର ଫଳ ସ୍ୱରୁପ କଂଗ୍ରେସକୁ ମାତ୍ ଦେଇ କ୍ଷମତା ଫେରିଛି ବିଜେପି ।

ଛତିଶଗଡରେ ବିଜେପି ସରକାରକୁ ଆସିବା ପରେ ଆରମ୍ଭ ହୋଇଛି ସିଏମ୍ ପାଇଁ ରେସ୍ । ଆଉ ଏହି ରେସରେ ସବୁଠୁ ଆଗରେ ରହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ।