• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ବିବାହ ହେଉ କି ଯେ କୌଣସି ଭୋଜି ପ୍ରାୟ ସମସ୍ତେ ଅନେକ ପ୍ରକାରର ଖାଇବା ପ୍ରସ୍ତୁତ କରିଥା’ନ୍ତି । ବିଶେଷକରି କିଛି ସ୍ପେଶାଲ ଆଇଟମ୍‌ ମଧ୍ୟ ଭୋଜିରେ ହୋଇଥାଏ । କେହି କେହି ନିଜର ଭୋଜିରେ କିଛି ଅଲଗା କରିବାକୁ ପ୍ରୟାସ କରିଥା’ନ୍ତି । ହେଲେ ଆପଣ ତଳେ ଦିଆଯାଇଥିବା ଏହି ଭିଡିଓକୁ ଦେଖିଲେ କ’ଣ କହିବେ ? କିଛି ସ୍ପେଶାଲ ନା ଆନ୍ୟ କିଛି ?...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏକ ବିବାହ ଭୋଜିର ଭିଡିଓ । ଯେଉଁ ଭୋଜିରେ କିଛି ଅତିଥି ଯୋଗଦେଇଛନ୍ତି । ଅତିଥିମାନଙ୍କ ପାଇଁ ବଫେର ମଧ୍ୟ ବ୍ୟବସ୍ଥା ହୋଇଛି । ହେଲେ ବଫେରେ ଗେଷ୍ଟମାନେ ରୁଟି ପ୍ରସ୍ତୁତ କରି ଖାଉଥିବା ଦେଖିବାକୁ ମିଳୁଛି । ଏହି ଭିଡିଓ ସୋସିଆଲ ମିଡିଆ Xରେ ଭାଇରାଲ ହେବାର ଲାଗିଛି । ଆଉ ଭିଡିଓର କ୍ୟାପସନ୍‌ରେ ରହିଛି ନିଜ ରୁଟି ନେଜେ ତିଆରି କରନ୍ତୁ ।

ଭିଡିଓରେ ଦୁଇଜଣ ଗେଷ୍ଟ ଦୁଇଟି ତାୱାରେ ରୁଟି କରୁଛନ୍ତି । ସେମାନଙ୍କ ଗୋଟିଏ ହାତରେ ଖାଦ୍ୟ ଥାଳି ରହିଥିବାବେଳେ ଅନ୍ୟ ଗୋଟିଏ ହାତରେ ରୁଟି ତିଆରିରେ ଲାଗିପଡ଼ିଛନ୍ତି । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ଅନେକ ୟୁଜର୍ସ ଏହି ଭିଡିଓରେ ନିଜର ମତାମତ ଦେଥିବା ଦେଖିବାକୁ ମିଳିଛି ।

କିଛି ୟୁଜର୍ସ ଏହି ଘଟଣାକୁ ଖୁବ୍‌ ମଜାରେ ନେଇଥିବାବେଳେ କିଛି ୟୁଜର୍ସ ଏହାକୁ ନେଇ ପ୍ରଶ୍ନ ମଧ୍ୟ କରିଛନ୍ତି । ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ହେଲେ ଏହି ଭିଡିଓଟି କେଉଁ ସ୍ଥାନର ତାହା ଜଣାପଡ଼ିନାହିଁ ।