Advertisment

ପୁଣି ବାୟୁସେନା ବିମାନ ଦୁର୍ଘଟଣା; ୨ ପାଇଲଟଙ୍କ ମୃତ୍ୟୁ

ଆଜି ସକାଳୁ ସକାଳୁ ଏହି ବଡ଼ ଦୁର୍ଘଟଣା ଘଟିଛି । ତେଲେଙ୍ଗାନାର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଟ୍ରେନିଂ ଚାଲିଥିବା ସମୟରେ ଏହି ଅଘଟଣ ହୋଇଛି ।

author-image
Tanmay Kumar Mahalik
ଅଦ୍ୟତନ ହୋଇଛି
Aircraft crashes

Aircraft crashes

ପୁଣି ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନ ଦୁର୍ଘଟଣାରେ ୨ଜଣ ପାଇଲଟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଆଜି ସକାଳୁ ସକାଳୁ ଏହି ବଡ଼ ଦୁର୍ଘଟଣା ଘଟିଛି । ତେଲେଙ୍ଗାନାର ଡୁଣ୍ଡିଗାଲର ବାୟୁସେନା ଏକାଡେମୀରେ ଟ୍ରେନିଂ ଚାଲିଥିବା ସମୟରେ ଏହି ଅଘଟଣ ହୋଇଛି ।

Advertisment

ସୂଚନା ଅନୁସାରେ ପାଇଲଟ୍‌ ଟ୍ରେନର ବିମାନଟିକୁ ଚଳାଉଥିଲେ । ସେହି ସମୟରେ ଦୁର୍ଘଟଣା ଘଟି ଦୁଇ ଭାରତୀୟ ବାୟୁସେନା IAF ପାଇଲଟଙ୍କ ମୃତ୍ୟୁ ଘଟିଛି । ମୃତ ପାଇଲଟମାନଙ୍କ ମଧ୍ୟରେ ଜଣେ ପ୍ରଶିକ୍ଷକ ଥିବାବେଳେ ଅନ୍ୟଜଣେ କ୍ୟାଡେଟ୍ ଅଛନ୍ତି ବୋଲି ଅଧିକାରୀମାନେ କହିଛନ୍ତି ।

ବାୟୁସେନା ବିମାନ PC 7 MK ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଆଜି ହାଇଦ୍ରାବାଦର AFAରୁ ରୁଟିନ୍ ଟ୍ରେନିଂ ସମୟରେ ବିମାନଟି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

Advertisment
Telangana Aircraft Crashes
Advertisment
Advertisment