/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701658373.jpg)
Mizoram Election Results
ଆଜି ଆସିବ ମିଜୋରାମ ବଧାନସଭା ନିର୍ବାଚନ ଫଳାଫଳ । ୪୦ ବିଧାନସଭା ଆସନ ବିଶିଷ୍ଟ ମିଜୋରାମରେ କାହାର ହେବ ବାଜିମାତ୍ ଆଜି ଭୋଟ୍ ଗଣତି ପରେ ଜଣାପଡ଼ିବ ରେଜଲ୍ଟ । ଏକଜିଟ ପୋଲର ଆକଳନ ଅନୁଯାୟୀ କ୍ଷମତାସୀନ ମିଜୋ ନ୍ୟାସନାଲ ଫ୍ରଣ୍ଟ, କଂଗ୍ରେସ. ବିଜେପି ଓ ମିଜୋରାମ ପିପୁଲ ମୁଭମେଣ୍ଟ ଭିତରେ କଡ଼ା ମୁକାବିଲା ରହିବ ।
ତେବେ ମିଜୋ ନ୍ୟାସନାଲ ଫ୍ରଣ୍ଟ ପୁଣି ଥରେ କ୍ଷମତାକୁ ଫେରିବ ବୋଲି ଦୃଢୋକ୍ତି କରିଛନ୍ତି ମୁଖ୍ୟମନ୍ତ୍ରୀ ଜୋରାମଥାଙ୍ଗା । ଗଣତି ପାଇଁ ୪୦ଟି କାଉଣ୍ଟିଂ ହଲର ବ୍ୟବସ୍ଥା ହୋଇଥିବା ବେଳେ, ୪ହଜାର କାଉଣ୍ଟିଂ ଷ୍ଟାଫ୍ ନିୟୋଜିତ ହୋଇଛନ୍ତି । ସେହିପରି ୧୦ କଂପାନୀ କେନ୍ଦ୍ରୀୟ ସୁରକ୍ଷା ବଳ ସମେତ ୨ ହଜାର ମିଜୋରାମ ପୋଲିସ ନିୟୋଜିତ ହୋଇଛନ୍ତି । ପୂର୍ବରୁ ୩ ତାରିଖରେ ଭୋଟ ଗଣତି ପାଇଁ ସ୍ଥିର ହୋଇଥିଲା ।
ମାତ୍ର ରବିବାର ଇସାଇ ସମ୍ପ୍ରଦାୟଙ୍କ ପାଇଁ ପବିତ୍ର ଦିବ ହୋଇ ଥିବାରୁ ଏହିଦିନ ମତଗଣନା ନ କରିବାକୁ ଦାବି ହୋଇଥିଲା । ସବୁ ରାଜନୈତିକ ଦଳଙ୍କ ଚିଠି ଆଧାରରେ ଭୋଟ ଗଣତି ତାରିଖ ଘୁଞ୍ଚାଇଥିଲେ ନିର୍ବାଚନ କମିଶନ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)