/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701608759.jpg)
Indian Air Force Recruitment for Flying and Ground Duty
ଏୟାର୍ଫୋର୍ସ କମନ୍ ଆଡମିଶନ ଟେଷ୍ଟ୍ (AFCAT) ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ବାହାର କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଫ୍ଲାଇଙ୍ଗ୍ ବ୍ରାଞ୍ଚ୍ ଓ ଗ୍ରାଉଣ୍ଡ ଡ୍ୟୁଟି(ଟେକ୍ନିକାଲ୍ ଓ ନନ୍ଟେକ୍ନିକାଲ୍) ପଦବୀ ପୂରଣ ହେବ। ଚୟନ ହେଲେ ମାସକୁ ଦେଢ ଲକ୍ଷ ଟଙ୍କା ପରେ ଦରମା ମିଳିବ।
Advertisment
ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀ ର AFCAT ଅଫିସିଆଲ୍ ୱେବ୍ସାଇଟ୍ afcat.cdac.in କୁ ଯାଇ ଅନ୍ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ Indian Air Force Recruitment 2023 Notificationରେ କ୍ଲିକ୍ କରି ଦେଖିପାରିବେ।
ଗୁରୁତ୍ୱପୂର୍ଣ୍ଣ ତାରିଖ:
- ଅନ୍ଲାଇନ୍ ଆବେଦନ ଆରମ୍ଭ – ୦୧।୧୨।୨୦୨୩
- ଅନ୍ଲାଇନ୍ ଆବେଦନ ଶେଷ – ୦୩।୧୨।୨୦୨୩
ଖାଲି ପଦବୀ:
- ଫ୍ଲାଇଙ୍ଗ୍ ବ୍ରାଞ୍ଚ୍ – ୩୮ଟି ପୋଷ୍ଟ୍
- ଗ୍ରାଉଣ୍ଡ ଡ୍ୟୁଟି (ଟେକ୍ନିକାଲ୍) – ୧୬୫ଟି ପୋଷ୍ଟ୍
- ଗ୍ରାଉଣ୍ଡ ଡ୍ୟୁଟି (ନନ୍-ଟେକ୍ନିକାଲ୍) – ୧୧୪ଟି ପୋଷ୍ଟ୍
- ମୋଟ ପଦବୀ – ୩୧୭ଟି ପୋଷ୍ଟ୍
Advertisment
ଶିକ୍ଷାଗତ ଯୋଗ୍ୟତା:
- ଫ୍ଲାଇଙ୍ଗ୍ ବ୍ରାଞ୍ଚ୍ ଏବଂ ଗ୍ରାଉଣ୍ଡ ଡ୍ୟୁଟି (ନନ୍-ଟେକ୍ନିକାଲ୍) – ୧୦ + ୨ ରେ ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ସର୍ବନିମ୍ନ ୫୦% ମାର୍କ ହାସଲ କରିବା ସହିତ ତିନି ବର୍ଷର ସ୍ନାତକୋତ୍ତର ଡିଗ୍ରୀ କିମ୍ବା ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସର୍ବନିମ୍ନ ୬୦% ମାର୍କ ସହିତ BE / BTech ଡିଗ୍ରୀ
- ଗ୍ରାଉଣ୍ଡ୍ ଡ୍ୟୁଟି (ଟେକ୍ନିକାଲ୍-ଏରୋନେଟିକାଲ୍ ଇଞ୍ଜିନିୟରିଂ (ଇଲେକ୍ଟ୍ରୋନିକ୍ସ) – ୧୦ + ୨ରେ ପଦାର୍ଥ ବିଜ୍ଞାନ ଏବଂ ଗଣିତରେ ସର୍ବନିମ୍ନ ୬୦% ମାର୍କ ସହିତ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜି କ୍ଷେତ୍ରରେ ସ୍ନାତକ / ସ୍ନାତକୋତ୍ତର ଡିଗ୍ରୀ
ବୟସ ସୀମା:
- ସର୍ବନିମ୍ନ ବୟସ – ୨୦ ବର୍ଷ
- ସର୍ବାଧିକ ବୟସ – ୨୬ ବର୍ଷ
- ବୟସ ଗଣନା ୦୧।୦୧।୨୦୨୫ ଅନୁସାରେ ହେବ
ବୟସ କୋହଳ:
- OBC - ୦୩ ବର୍ଷ
- ST / SC / Pwd / ESM - ୦୫ ବର୍ଷ
- PWD + SC / ST- ୧୫ ବର୍ଷ
ଦରମା:
- ସର୍ବନିମ୍ନ ମାସିକ ଦରମା – ୫୬,୧୦୦ ଟଙ୍କା
- ସର୍ବାଧିକ ମାସିକ ଦରମା – ୧,୭୭,୫୦୦ ଟଙ୍କା
ଚୟନ ପ୍ରକ୍ରିୟା:
- ଅନ୍ଲାଇନ୍ ଲିଖିତ ପରୀକ୍ଷା (୧୦୦ଟି ପ୍ରଶ୍ନ / ୩୦୦ ମାର୍କ)
- AFSB ସାକ୍ଷାତକାର
- ମେଡିକାଲ୍ ଯାଞ୍ଚ୍
- ଡକ୍ୟୁମେଣ୍ଟ୍ ଯାଞ୍ଚ୍
ଆବେଦନ ଶୁଳ୍କ:
- ସାଧାରଣ ବର୍ଗ / EWS / OBC / SC / ST - ୫୫୦ ଟଙ୍କା
- GST ବାବଦକୁ ଟଙ୍କା ମଧ୍ୟ ପୈଠ କରିବାକୁ ହେବ
ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍:
- ଯୋଗ୍ୟତା ପ୍ରମାଣପତ୍ର (ଦଶମ, + ୨, + ୩)
- ଜନ୍ମ ତାରିଖ ସୂଚୀତ ପ୍ରମାଣପତ୍ର (SSLC / HSC)
- ଦୁଇଟି କଲର୍ ପାସପୋର୍ଟ ସାଇଜ୍ ଫଟୋ
- ଜାତିଗତ ପ୍ରମାଣପତ୍ର
- ଅଭିଜ୍ଞତା ପ୍ରମାଣପତ୍ର (ଯଦି ଥାଏ)
କିପରି କରିବେ ଆବେଦନ:
- AFCATର ଅଫିସିଆଲ୍ ୱେବ୍ସାଇଟ୍ afcat.cdac.inକୁ ଯାଆନ୍ତୁ
- AFCAT 01/2024 ପଞ୍ଜୀକରଣ ବିଭାଗକୁ ନେଭିଗେଟ୍ କରନ୍ତୁ
- ଆପଣଙ୍କର ଆଇଡି ବ୍ୟବହାର କରି ଲଗ୍ ଇନ୍ କରନ୍ତୁ କିମ୍ବା ଯଦି ଆପଣ ଏପର୍ଯ୍ୟନ୍ତ ପଞ୍ଜୀକୃତ ହୋଇନାହାଁନ୍ତି ତେବେ ଏକ ନୂଆ ଖାତା ଖୋଲନ୍ତୁ
- ଆବେଦନ ଫର୍ମ ପୂରଣ କରନ୍ତୁ
- ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ
- ଆବେଦନ ଶୁଳ୍କ ପ୍ରଦାନ କରନ୍ତୁ
- Submit ବଟନ୍ ଉପରେ କ୍ଲିକ୍ କରନ୍ତୁ
- ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ୍ ବାହାର କରନ୍ତୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)