• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Ramakrushna Dakua

କଥାରେ ଅଛି ପାଖରେ ଯଦି ଧନ ଅଛି ତା ହେଲେ ତାହା ଆମ ପାଇଁ ବାଘର ଆହାର ପରି ଆନନ୍ଦ ଦେଇଥାଏ । ଯଦି ସେତିକି ଧନ ଆମ ପାଖରେ ନାହିଁ ତେବେ ଏହା ଆମ ଲାଗି ପବନ ଆହାର ସହ ସମାନ । ମା, ମାଉସୀଙ୍କ ଠାରୁ ଆପଣମାନେ କେବେ ନା କେବେ ଏହା ବାରମ୍ବାର ଶୁଣିଥିବେ ଯେ, ଥିଲେ ବାଘର ଆହାର ନଥିଲେ ପବନ ଆହାର । ଅର୍ଥାତ ଯେତେବେଳେ ଆମ ପାଖରେ ଧନ ସମ୍ପଦ ଆବଶ୍ୟକ ପରିମାଣର ଥାଏ ସେତେବେଳେ ଆମେ ବାଘର ଆହାର ପରି ଅର୍ଥାତ ମନଇଚ୍ଛା ଖର୍ଚ୍ଚ କରିଥାଉ । ଠିକ୍ ସେହିଭଳି ଯେତେବେଳେ ଆମ ପାଖରେ କିଛି ନଥାଏ ସେତେବେଳେ ପବନ ଖାଇ ବଞ୍ଚିଥାଉ । କଥା ଛଳରେ ଆମେ ଏହା ବି କହିଥାଉ ଯେ, ଅଳପ ଧନ ବିକଳ ମନ...। ଚାଲନ୍ତୁ, ଆଜି ଏସମ୍ପର୍କରେ ଆଲୋଚନା କରିବା ।

ବଦଳୁଥିବା ସମୟରେ ନିଜ ଆବଶ୍ୟକତା ହେଉ ଅବା ସୌକକୁ ମେଣ୍ଟାଇବାକୁ ସହଜ ଉପାୟ ହେଉଛି କାହାଠୁ ହାତ ଉଧାରୀ ଆଣ କିମ୍ବା ବ୍ୟାଙ୍କରୁ ଋଣ ଆଣ । ସେ କାର୍ ଲୋନ ହେଉ କି ବାଇକ ଅବା ଘର ପାଇଁ ଋଣ । ପାଠପଢ଼ା ପାଇଁ ହେଉ କିମ୍ବା ବ୍ୟବସାୟ ଲାଗି ଋଣ । ସହଜ ସୁବିଧା ଓ କମ୍ ସୁଧରେ ଆମେ କେମିତି ଋଣ ପାଇପାରିବା ଆମ ସମସ୍ତଙ୍କର ମାନସିକତା ରହିଛି, କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ଏହି ମାନସିକତାକୁ ଅନେକ ସଂସ୍ଥା ଓ ସାଇବର ଫ୍ରଡ ସେମାନଙ୍କ ଟଙ୍କା ଇନକମର ତରିକା ଭାବେ ବାଛି ନେଇଛନ୍ତି ....

ଆପଣ ଜାଣନ୍ତି ବର୍ତ୍ତମାନ ଲୋନ୍ ଆପ୍ ଟ୍ରେଣ୍ଡକୁ ନେଇ ଖୁବ୍ ଚର୍ଚ୍ଚା । ସହଜରେ କମ୍ ସମୟରେ ବିଭିନ୍ନ ସଂସ୍ଥା ଆପଣଙ୍କୁ ଲୋନ୍ ଦେଉଛନ୍ତି। ଏଥିପାଇଁ ବିଞ୍ଜାପନ ବାବଦକୁ ସେମାନେ ଭଲ ରକମର ଟଙ୍କା ଖର୍ଚ୍ଚ ବି କରୁଛନ୍ତି । ଆପଣ ଫେସବୁକ୍ ଖୋଲନ୍ତୁ କି ୟୁଟ୍ୟୁବ୍ , ଲୁଡୁ ଖେଳନ୍ତୁ କି କୌଣସି ଆପ୍ ବ୍ୟବହାର କରନ୍ତୁ ଅନେକ ଲୋନ୍ ଆପର ବିଜ୍ଞାପନ ଦେଖିବାକୁ ପାଇବେ । ବାସ୍ ଯାହାକୁ କମ୍ ସମୟ ଓ ଅଳ୍ପ ଡକ୍ୟୁମେଣ୍ଟରେ ଲୋନ୍ ଦରକାର ସେମାନେ ବ୍ୟାଙ୍କକୁ ନ ଯାଇ ଏହି ଆପ୍ ରୁ ଲୋନ ନେବାକୁ ମନସ୍ଥ କରିଥାନ୍ତି । ବ୍ୟାଙ୍କ ତୁଳନାରେ ଅଧିକ ସୁଧ ହାରରେ ସେମାନେ ଲୋନ୍ ନେବାକୁ ପଛାନ୍ତି ନାହିଁ । ନଜର ପକାନ୍ତୁ ବ୍ୟାଙ୍କ୍ ଲୋନ୍ ଏବଂ ମୋବାଇଲ୍ ଆପ୍ ଲୋନ୍ ମଧ୍ୟରେ କଣ ଭଲ ଆଉ କଣ ଖରାପ...

ବ୍ୟାଙ୍କରୁ ଲୋନ୍ ଆଣିଲେ....

- ବ୍ୟାଙ୍କରୁ ଲୋନ୍ ଆଣିବାକୁ ହେଲେ ଆପଣଙ୍କୁ ଯିବାକୁ ପଡ଼ିବ ବ୍ୟାଙ୍କ
- ବ୍ୟାଙ୍କ ଯାଇ ଲୋନ୍ ଅଧିକାରୀଙ୍କୁ ଭେଟି ଲୋନ୍ ପାଇଁ କହିବେ
- ଆଧାର କାର୍ଡ, ପାନ୍ କାର୍ଡ, ସିଭିଲ୍ ସ୍କୋର ଡାଟା, ପାସ୍ ଫଟୋ ଦେବାକୁ ପଡ଼ିବ 
- ଆୟ ପ୍ରମାଣ ପତ୍ର ଦେବାକୁ ପଡ଼ିବ
- ଡକ୍ୟୁମେଣ୍ଟ ଯାଞ୍ଚ ପରେ ଆପଣଙ୍କୁ ଲୋନ୍ ମିଳିପାରେ କିମ୍ବା କ୍ୟାନସଲ ହୋଇପାରେ

ମୋବାଇଲ୍ ଆପରୁ ଲୋନ୍ ଆଣିଲେ...

- ଆପ୍ ଡାଇନଲୋଡ କିମ୍ବା ୱେବସାଇଟକୁ ଯିବାକୁ ପଡ଼ିବ
- ମୋବାଇଲ୍ ନମ୍ବର ଭେରିଫାଏ କରିବାକୁ ପଡ଼ିବ
- ସଂସ୍ଥା ପକ୍ଷରୁ ଦିଆଯାଇଥିବା କେୱାସି ଫର୍ମ ଫିଲପ କରିବାକୁ ପଡ଼ିବ
- ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅପଲୋଡ କରିବାକୁ ପଡ଼ିବ
- ଖୁବ୍ କମ୍ ସମୟ ମଧ୍ୟରେ ଲୋନ୍ ଆପ୍ରୁଭ୍ ହେବାର ସମ୍ଭାବନା ରହିଥାଏ
- ସହଜ ପ୍ରଣାଳୀରେ ଆପଣଙ୍କ ଆକାଉଣ୍ଟକୁ ଋଣ ଅର୍ଥ ଟ୍ରାନ୍ସଫର ହୋଇଥାଏ 

ଏବେ ଆସନ୍ତୁ ଜାଣିବା କେଉଁ କେଉଁ ମୋବାଇଲ୍ ଆପ୍ ଲୋକଙ୍କୁ ବ୍ୟକ୍ତିଗତ ଋଣ ପ୍ରଦାନ 
କରିଥାନ୍ତି....

1. ନାଭି ଆପ୍
2. ମନି ଟ୍ରାପ୍ ଆପ୍
3.ପେ ସେନ୍ସ ଆପ୍
4. ଧନୀ ଆପ୍
5. ନୀରା ଆପ୍
6. ଏର୍ଲି ସାଲାରି ଆପ୍
7. କ୍ରେଡିଟ୍ ବି ଆପ୍
8. ମନି ଭିୟୁ ଆପ୍
9. ଇଣ୍ଡିଆ ଲେଣ୍ଡ୍ସ ଆପ୍ 
10. ଫୁଲେରଟନ୍ ଇଣ୍ଡିଆ
11. ଲେଜି ପେ ଆପ୍
12. କ୍ୟାସି ଆପ୍
13. ଫ୍ଲେକ୍ସ ସାଲାରି ଆପ୍
14. ଏମ୍ ପକେଟ ଆପ୍
15. ହୋମ୍ କ୍ରେଡିଟ୍ ଆପ୍
16. ଟ୍ରୁ ବାଲାନ୍ସ ଆପ୍
17. ସ୍ମାର୍ଟ କଏନ ଆପ୍ 
18. କ୍ୟାସ ବିନ୍ ଆପ୍ 
19. ଷ୍ଟାସ ଫିନ୍ ଆପ୍ 
20. ରୁପି ରିଡି ଆପ୍ 

ଏହି ସବୁ ଆପ୍ ଆପଣଙ୍କୁ ଜିରୋ ପେପର ୱାର୍କ, ଶୀଘ୍ର ଡକ୍ୟୁମେଣ୍ଟସନ, ଶୀଘ୍ର ଋଣ ପ୍ରଦାନ ଓ ରିପେମେଣ୍ଟ ବ୍ୟବସ୍ଥାର ସୁବିଧା ପ୍ରଦାନ କରିଥାନ୍ତି

ତେବେ ଇ ସପିଂ ସାଇଟ ଫ୍ଲିପ୍‌କାର୍ଟ ମଧ୍ୟ ପର୍ସନାଲ ଲୋନ୍ ପ୍ରଦାନ କରୁଛି । ଆକ୍ସିସ ବ୍ୟାଙ୍କର ସହଭାଗିତାରେ ଏହା ଗ୍ରାହକଙ୍କୁ ଋଣ ପ୍ରଦାନ କରିଥାଏ । ଫ୍ଲିପ୍ କାର୍ଟରୁ ଆପଣ ଯଦି ଦୁଇ ଲକ୍ଷର ଋଣ ଆଣିବେ ତେବେ ଆପଣଙ୍କୁ....

-13. 90 ପ୍ରତିଶତରେ ସୁଧ ଦେବାକୁ ପଡ଼ିବ
- 24 ମାସରେ ଋଣ ପରିଶୋଧ କରିବାକୁ ପଡ଼ିବ
- ମାସକୁ 9 ହଜାର 5ଶହ 93 ଟଙ୍କା ଦେବାକୁ ପଡ଼ିବ 
- ପ୍ରୋସସିଂ ଫି ବାବଦକୁ 2 ପର୍ସେଣ୍ଟ ଲାଗିବ
- ଏହି ଋଣ ନେଲେ ଆପଣଙ୍କୁ 
- 18 ପ୍ରତିଶତର ଜିଏସଟି ଭରିବାକୁ ପଡିବ 
- ଷ୍ଟାମ୍ପ ଡ୍ୟୁଟି 20 ଟଙ୍କା ଲାଗିବ 
- ପ୍ରୋସେସିଂ ବାବଦକୁ ମୋଟ 4 ହଜାର 720 ଟଙ୍କାରୁ ଅଧିକ ବି ଲାଗିପାରେ

ଶେଷରେ 2 ଲକ୍ଷର ଋଣରୁ ମିଳିବ 1 ଲକ୍ଷ 95 ହଜାର 260 ଟଙ୍କା। ଯେତେ ଅଧିକ ଋଣ ନେବେ ସେତେ ଅଧିକ ଟୋଟାଲ୍ ପ୍ରୋସେସିଂ ଫି ଦେବାକୁ ପଡ଼ିବ  । ସାଇବର ଏକ୍ସପର୍ଟମାନେ ମଧ୍ୟ ଆବଶ୍ୟକତା ନଥିଲେ ଏଭଳି ଲୋନ୍ ଆପରୁ ଋଣ ନ ଆଣିବାକୁ ପରାମର୍ଶ ଦେଇଛନ୍ତି । ସାଇବର ଏକ୍ସପର୍ଟମାନେ ମଧ୍ୟ ଏଥିରୁ ବିରତ ରହିବାକୁ ପରାମର୍ଶ ଦେଇଛନ୍ତି  । 
ଶେଷରେ କେବଳ ଗୋଟିଏ କଥା ମନେ ରଖିବେ। ଆବଶ୍ୟକତା ଥିଲେ ଫାଇନାନ୍ସିଆଲ ଆଡଭାଇଜରଙ୍କ ଠାରୁ ମତାମତ ନିଅନ୍ତୁ। ସତର୍କତା ସହ ଋଣ ନେଣ ଦେଣ କରନ୍ତୁ । ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ ।