Advertisment

ହିନ୍ଦି ହାର୍ଟଲାଣ୍ଡରେ ବିଜେପିର ସ୍କୋର ୩/୩, ସୁଶାସନ ଉପରେ ଲୋକଙ୍କ ଭରସା କହିଲେ ମୋଦି

ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟ୍‌....ନିର୍ବାଚନ ଫଳାଫଳରୁ ଲୋକଙ୍କ ଭରସା ପରିଦୃଷ୍ଟ ହେଉଛି...

author-image
Prangyan Parimita
ଅଦ୍ୟତନ ହୋଇଛି
Narendra Modi

Narendra Modi

ସେମିଫାଇନାଲରେ ବିଜେପି ୩-୧ ରେ ବିଜୟୀ। ମଧ୍ୟପ୍ରଦେଶ, ରାଜସ୍ଥାନ ସହିତ ଅପ୍ରତ୍ୟାଶିତ ଭାବେ ଛତିଶଗଡ଼ରେ ମଧ୍ୟ ପଦ୍ମ ଫୁଟିବାକୁ ଯାଉଛି। ଟ୍ରେଣ୍ଡ ଅନୁସାରେ ଏହି ତିନିଟି ରାଜ୍ୟରେ ବିଜେପି ସରକାର ଗଠନ କରିବା ଏକରକମର ପକ୍କା। ରାଜସ୍ଥାନ ଭୋଟର ପୂର୍ବ ପରମ୍ପରା ବିଜାୟ ରଖି ପ୍ରତି ୫ ବର୍ଷରେ ସରକାର ବଦଳାନ୍ତି। ଏଥର ମଧ୍ୟ ସେପରି ହୋଇଛି। କଂଗ୍ରେସକୁ ହଟାଇ ବିଜେପି ଉପରେ ଭରସା କରିଛନ୍ତି ରାଜସ୍ଥାନର ଭୋଟର୍। ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୃହତ ବ୍ୟବଧାନରେ ବିଜୟ ଆଡ଼କୁ ଅଗ୍ରସର ହେଉଛି ବିଜେପି। ଟ୍ରେଣ୍ଡ ଅନୁସାରେ ବିଜେପି ୧୧୫ଟି ଆସନରେ ଆଗୁଆ ରହିଥିବା ବେଳେ କଂଗ୍ରେସ ଆଗୁଆ ରହିଛି ୭୦ ଆସନରେ। ...

Advertisment

ମଧ୍ୟପ୍ରଦେଶରେ ମଧ୍ୟ ବିଜେପି ଓ କଂଗ୍ରେସ ଭିତରେ ବହୁତ ବଡ଼ ବ୍ୟବଧାନ। ବିଜେପି ୧୬୦ରୁ ଅଧିକ ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ମାତ୍ର ୬୭ ଆସନରେ ଆଗୁଆ ରହିଛି। ବିଜେପି ଏଠାରେ ନିରଙ୍କୁଶ କ୍ଷମତା ହାସଲ କରିବାର ସଂକେତ ମିଳିଛି।

ସେପଟେ ସମସ୍ତଙ୍କୁ ଚମକାଇ ଦେଇଛି ଛତିଶଗଡ଼। ସମସ୍ତ କହୁଥିଲେ, ଏପରିକି ଏକଜିଟ୍ ପୋଲ ମଧ୍ୟ କହୁଥିଲା ଛତିଶଗଡ଼ରେ କଂଗ୍ରେସ କ୍ଷମତା ବଜାୟ ରଖିବ। ଲୋକପ୍ରିୟ ନାରା ଥିଲା ଭୂପେଶ ହେ ତୋ ଭରୋସା ହେ। କିନ୍ତୁ ତାହା ଫେଲ୍ ମାରିଛି। କଂଗ୍ରେସ ହାତରୁ ଖସୁଛି ଛତିଶଗଡ଼। ଏଠାରେ ବିଜେପି ଜିତୁଛି। ଟ୍ରେଣ୍ଡରେ ଆଗରେ ଅଛି। ୫୪ ସିଟରେ ବିଜେପି ଆଗୁଆ ଥିବା ବେଳେ ୩୪ ସିଟରେ ଆଗୁଆ ରହିଛି କଂଗ୍ରେସ। ...

Advertisment

ଅନ୍ୟପଟେ କଂଗ୍ରେସର ଏକମାତ୍ର ସାନ୍ତ୍ୱନା ହେଲା ତେଲଙ୍ଗାନା। କିଛି ଦିନ ଆଗରୁ ତେଲେଙ୍ଗାନାରେ ନିଜର ଅସ୍ତିତ୍ୱ ପାଇଁ ସଂଘର୍ଷ କରୁଥିବା କଂଗ୍ରେସ ଏହି ରାଜ୍ୟରେ କ୍ଷମତା ହାସଲ କରିବାକୁ ଯାଉଛି। ଟ୍ରେଣ୍ଡ ଅନୁସାରେ କଂଗ୍ରେସ ୬୫ଟି ଆସନରେ ଆଗୁଆ ଥିବା ବେଳେ ବିଆରଏସ୍ ୪୦ ସିଟରେ ଆଗୁଆ ରହିଛି। ଏହା ସମସ୍ତଙ୍କୁ ଚମକାଇ ଦେଇଛି। ...

ତେବେ ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ୍‌ କରିଛନ୍ତି । ନିର୍ବାଚନ ଫଳାଫଳରୁ ଲୋକଙ୍କ ଭରସା ପରିଦୃଷ୍ଟ ହେଉଥିବା ସେ ଲେଖିଛନ୍ତି । ମା, ଭଉଣୀ ଓ ଝିଅମାନଙ୍କୁ ହୃଦୟରୁ ଧନ୍ୟବାଦ ପ୍ରଦାନ କରିବା ସହ ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ବିଶେଷ ଧନ୍ୟବାଦ ଜଣାଇଛନ୍ତି ମୋଦି ।

ସେ ଲେଖିଛନ୍ତି ‘BJP କାର୍ଯ୍ୟକର୍ତ୍ତାମାନେ ଏକ ଅଦ୍ଭୁତ ଉଦାହରଣ ସୃଷ୍ଟି କରିଛନ୍ତି । ବିକାଶର ରାଜନୀତି ଉପରେ ଲୋକଙ୍କ ଭରସା ରହିଛି । ସୁଶାସନର ରାଜନୀତି ଉପରେ ଲୋକଙ୍କର ଭରସା ଅଛି । ଏବେ ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢିବା’। ବିକାଶ ପଥରେ ଆମେ ନା ଅଟକିବା ନା ଥକିବା ।

PM Modi BJP
Advertisment
Advertisment