• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜିଠୁ ସଂସଦର ଶୀତଅଧିବେଶନ । ଆଜିଠୁ ଶୀତଅଧିବେଶନ ଆରମ୍ଭ ହୋଇ ଡିସେମ୍ବର ୨୨ ତାରିଖ ଯାଏଁ ଚାଲିବ । ଏଥିରେ ମୋଟ ୧୫ଟି ସିଟିଂରେ ୧୯ଟି କାର୍ଯ୍ୟଦିବସ ରହିଛି । ଦୁଇଟି ଆର୍ଥିକ ବିଲ୍ ସହ ଅନ୍ୟାନ ବିଲକୁ ମିଶାଇ ୨୧ଟି ବିଲ୍ ଆଗତ ହେବାକୁ ଯାଉଛି । ଏ ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ୩ଟି ବିଲ୍ ରହିଛି ।

ତେବେ ସଂସଦର ଶୀତ ଅଧିବେଶନରେ ଏଥର ଗୃହ ସରଗରମ ରହିପାରେ । ବିଶେଷ କରି ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମସି ସାଂସଦ ମହୁଆ ମୈତ୍ରଙ୍କ ବିରୋଧରେ ଏଥିକ୍ସ କମିଟି ଲୋକସଭାରେ ନିଜର ରିପୋର୍ଟ ଉପସ୍ଥାପନ କରିପାରେ । ଯାହାକୁ ନେଇ ଗୃହ ସରଗରମ ରହିପାରେ ବୋଲି ଚର୍ଚ୍ଚା ହେଉଛି ।