• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଜସ୍ଥାନରେ ୫ ବର୍ଷର ବ୍ୟବଧାନ ପରେ ପୁଣି ସତ୍ତାକୁ ଫେରିଛି ବିଜେପି । ବିଧାନସଭା ନିର୍ବାଚନରେ ୧୧୬ ସିଟରେ ବିଜୟ ହାସଲ କରି ପୂର୍ଣ୍ଣ ବହୁମତରେ ସରକାର ଗଢ଼ିବା ପାଇଁ ଯାଉଛି ବିଜେପି । ଏବେ ସବୁଠୁ ବଡ଼ ପ୍ରଶ୍ନ, କିଏ ହେବ ରାଜ୍ୟର ଆଗାମୀ ମୁଖିଆ ...କାହାକୁ ସିଏମ୍ ଚୌକିରେ ବସାଇବ ବିଜେପି ? କାରଣ ରାଜସ୍ଥାନ ନିର୍ବାଚନରେ ବିଜେପି ବିନା ମୁଖ୍ୟମନ୍ତ୍ରୀ ଚେହେରାରରେ ​​ନିର୍ବାଚନ ଲଢ଼ିଥିଲା । ୨୦୦୩ମସିହାରୁ ରାଜସ୍ଥାନରେ ବସୁନ୍ଧରା ରାଜେ ହିଁ ବିଜେପିର ଚେହେରା ରହି ଆସିଛନ୍ତି। ତେବେ ବସୁନ୍ଧରା ରାଜେଙ୍କ ଉପରେ କେନ୍ଦ୍ରୀୟ ନେତୃତ୍ୱ ଏତେଟା ସନ୍ତୁଷ୍ଟ ନଥିବା କୁହାଯାଉଛି । ତେଣୁ ଏଥର ଦଳ ରାଜ୍ୟରେ ନୂଆ ମୁହଁ ଆଣିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ବର୍ତ୍ତମାନ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଆସନ ପାଇଁ ୫ ଦାବିଦାର୍ ଥିବା ଚର୍ଚ୍ଚା ହେଉଛି । ସେମାନେ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ସାଂସଦ ମହନ୍ତ ବାଲକନାଥ, ସାଂସଦ ଦିୟା କୁମାରୀ, କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଏବଂ ଖିରୋଦି ଲାଲ ମିନା ।

ବସୁନ୍ଧରା ରାଜେ -

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ ବସୁନ୍ଧରା ରାଜେ ରାଜସ୍ଥାନ ରାଜଗାଦି ପାଇଁ ଜଣେ ପ୍ରମୁଖ ଦାବିଦାର । ପୂରା ରାଜସ୍ଥାନରେ ତାଙ୍କର ଦବଦବା ରହିଛି । ପାରମ୍ପରିକ ଆସନ ଝଲରାପାଟନରୁ ୫୩,୧୯୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବସୁନ୍ଧରା ରାଜେ ବିଜୟୀ ହୋଇଛନ୍ତି । ୨୦୦୩ରୁ ୨୦୦୮ ଏବଂ ୨୦୧୩ରୁ ୨୦୧୮ ପର୍ଯ୍ୟନ୍ତ ଦୁଇଥର ସେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେ ତିନିଥର ରାଜ୍ୟସଭାକୁ ଏବଂ ପାଞ୍ଚ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । କେବଳ ଏତିକି ନୁହେଁ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାରରେ ମନ୍ତ୍ରୀ ଥିଲେ।

ସାଂସଦ ମହନ୍ତ ବାଲକନାଥ-

ରାଜସ୍ଥାନର ତିଜାରା ଆସନରେ ଜିତିଥିବା ବାବା ବାଳକନାଥଙ୍କୁ ଆସିଛି ଦିଲ୍ଲୀରୁ ଡାକରା । ବାଲକନାଥଙ୍କୁ ବିଜେପିର ଫାୟାର ବ୍ରାଣ୍ଡ ନେତା ଭାବେ ବିବେଚନା କରାଯାଏ । ୟୁପି ସିଏମ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ପାଇଁ ପ୍ରଚାର କରିଥିଲେ । ଏବେ ବାବା ବାଲକନାଥଙ୍କୁ ‘ରାଜସ୍ଥାନର ଭାବି ମୁଖ୍ୟମନ୍ତ୍ରୀ’ ବୋଲି କୁହାଯାଉଛି । ଏନେଇ ଏବେ ସାରା ଦେଶରେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ଫଳରେ ତିଜାରା ବିଧାନସଭା ଆସନ ଏବେ ହଟ୍‌ ସିଟ୍‌ ପାଲଟିଛି । ସମସ୍ତଙ୍କ ଆଖି ଏବେ ସେହି ଆସନରେ ।

ଦିୟା କୁମାରୀ -

ଜୟପୁର ରାଜ ପରିବାରର ଦିୟା କୁମାରୀଙ୍କୁ ବସୁନ୍ଧରା ରାଜେଙ୍କ ବିକଳ୍ପ ଭାବରେ ଦେଖାଯାଉଛି । ସାଂସଦ ଥିବା ସତ୍ତ୍ୱେ ବିଜେପି ଟିକେଟରୁ ବିଧାନସଭା ନିର୍ବାଚନ ଲଢ଼ୁଥିବା ଦିୟା କୁମାରୀ ବହୁମତରେ ବାଜିମାତ କରିଛନ୍ତି । ରାଜସ୍ଥାନର ବିଦ୍ୟାଧର ନଗରରୁ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିଲା । ତାଙ୍କ ବିପକ୍ଷରେ ଏହି ଆସନରୁ କଂଗ୍ରେସର ଭେଟେରାନ ନେତା ସୀତାରାମ ଅଗ୍ରୱାଲଙ୍କୁ ଟିକେଟ ପ୍ରଦାନ କରାଯାଇଥିଲା । ତେବେ ଦଳର ଆସ୍ଥାକୁ ବଜାୟ ରଖିବାରେ ସଫଳ ହୋଇଛନ୍ତି ଦିୟା କୁମାରୀ । ୧,୫୮,୫୧୬ ଖଣ୍ଡ ଭୋଟ ପାଇ ଆସନ ହାତେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ -

କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ରାଜସ୍ଥାନର ଦିଗ୍ଗଜ ନେତା ମାନଙ୍କ ମଧ୍ୟରୁ ଜଣେ । ରାଜସ୍ଥାନର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ନାଁ ମଧ୍ୟ ଶୁଣିବା ପାଇଁ ମିଳୁଛି । ୨୦୧୯ ସାଧାରଣ ନିର୍ବାଚନରେ ଶେଖାୱତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ପୁଅ ବୈଭବ ଗେହଲୋଟଙ୍କୁ ପରାସ୍ତ କରି ନିଜର ପତିଆରା ପ୍ରତିର୍ଶନ କରିଥିଲେ । ନିକଟରେ ହୋଇଥିବା NDTV-CSDS Lokniti survey ସର୍ଭେ ଅନୁସାରେ ଗଜେନ୍ଦ୍ର ସିଂ ଶେଖାୱ ବସୁନ୍ଧରା ରାଜେ ଏବଂ ବାବା ବାଲକନାଥଙ୍କ ପରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଲୋକଙ୍କ ତୃତୀୟ ଶ୍ରେଷ୍ଠ ପସନ୍ଦ ବୋଲି କୁହାଯାଉଛି ।

ଖିରୋଦି ଲାଲ ମିନା -

ଡାକ୍ତର ସାହେବ ତଥା ବାବା ଭାବରେ ଜଣାଶୁଣା ଖିରୋଦି ଲାଲ ମିନା ମଧ୍ୟ ମୁଖ୍ୟମନ୍ତ୍ରୀ ଦୌଡ଼ରେ ଅଛନ୍ତି । ପୂର୍ବାଞ୍ଚଳ ରାଜସ୍ଥାନରେ ଦଳର ପ୍ରଦର୍ଶନକୁ ଦେଖିଲେ ବରିଷ୍ଠ ନେତା ଖିରୋଦି ଲାଲ ମିନାଙ୍କ ଦବଦବା ସ୍ପଷ୍ଟ ବାରି ହେଉଛି ।