Advertisment

Viral Video: ଆପଣ ଯଦି ରାସ୍ତା କଡରେ ଚାଉମିନ୍ ଖାଉଛନ୍ତି ତେବେ ଥରେ ଦେଖିନିଅନ୍ତୁ ଏହି ଭିଡିଓ

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ରାସ୍ତାକଡ ଖାଦ୍ୟ ଛାଡିଦେବେ। ଚାଉମିନ୍ ଧୋଇବାର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

author-image
Pramod Behera
ଅଦ୍ୟତନ ହୋଇଛି
Viral Video a man cleaning noodles in river water

Viral Video a man cleaning noodles in river water

ଚାଉମିନ୍ ବା ନୁଡୁଲ୍ସ ପରି ଚାଇନିଜ୍ ଖାଦ୍ୟ ଆଜିକାଲି ହେଉଛି ଭାରତର ପ୍ରିୟ ଷ୍ଟ୍ରିଟ୍ ଫୁଡ୍। ରାସ୍ତାରେ ଯାଉଥିବା ପ୍ରାୟ ବ୍ୟକ୍ତି ଯେତେବେଳେ ଭୋକିଲା ଅନୁଭବ କରନ୍ତି ସେମାନଙ୍କ ପ୍ରଥମ ନଜର ନୁଡୁଲ୍ସ ଷ୍ଟଲ୍ ଉପରେ ପଡେ। ସମସ୍ତେ ମସଲାଯୁକ୍ତ ନୁଡୁଲ୍ସ କିମ୍ବା ଚାଉମିନ୍ ପସନ୍ଦ କରନ୍ତି। ତେରେ ରାସ୍ତା କଡରେ ତିଆରି ହେଉଥିବା ଖାଦ୍ୟର ହାଇଜୀନ ଉପରେ ଅନେକ ସମୟରେ କମ୍ପ୍ରୋମାଇଜ୍ କରିବାକୁ ପଡେ।

Advertisment

ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଆପଣ ରାସ୍ତାକଡ ଖାଦ୍ୟ ଛାଡିଦେବେ। ଚାଉମୀନ୍ ଧୋଇବାର ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଖାଲି ଆଶ୍ଚର୍ଯ୍ୟ ହେବେନି ବୋଧହୁଏ ପରବର୍ତ୍ତୀ ସମୟରେ ଚାଉମୀନ୍ ଖାଇବା ପୂର୍ବରୁ ଏହି ଭିଡିଓକୁ ନିଶ୍ଚିତ ମନେପକେଇବେ।

mr.mishra_je ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର ହୋଇଥିବା ଏହି ଭିଡିଓରେ ଜଣେ ବ୍ୟକ୍ତି ନଦୀ ପାଣିରେ ଚାଉମୀନ ଧୋଉଥିବା ଦେଖିବାକୁ ମିଳେ। ଜଣେ ବିକାଳି ଅତି ଆରାମରେ ଚାଉମୀନ୍ ଭର୍ତ୍ତି ଏକ ପ୍ଲାଷ୍ଟିକ୍ ଟ୍ରେ’କୁ ନଦୀ ଜଳରେ ବୁଡ଼ାଇ ଧୋଇବା ପରେ ବାହାରକୁ ନେଇ ଆସୁଥିବା ଦେଖାଯାଏ।

Advertisment

ଭିଡିଓ ଦେଖିବା ପରେ ଲୋକମାନେ କହୁଛନ୍ତି ଯେ ଲାଗୁଛି ଯେପରି ସେ ଏହି ନୁଡୁଲ୍ସକୁ ଗଙ୍ଗାରେ ବୁଡ଼ାଇ ଶୁଦ୍ଧ କରାଯାଉଛି। ଏହି ଭିଡିଓ ଦେଖି ସୋସିଆଲ ମିଡିଆରେ ଲୋକମାନେ ଖାଦ୍ୟ ସାମଗ୍ରୀ ସହିତ ଏପରି ଅସାବଧାନତାକୁ ନେଇ ଚିନ୍ତିତ ହୋଇପଡିଛନ୍ତି।

ଏହି ଭିଡିଓକୁ ଲକ୍ଷ ଲକ୍ଷ ଥର ଦେଖାଯାଇଛି ଏବଂ ଖବର ଲେଖାହେବା ବେଳକୁ ଦୁଇ ଲକ୍ଷରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିଲେ। ଭିଡିଓ ଉପରେ ମନ୍ତବ୍ୟ ଦେବା ବେଳେ କିଛି ଲୋକ ଥଟ୍ଟାମଜା କରୁଥିବା ବେଳେ କିଛି ଲୋକ ଖାଦ୍ୟର ସ୍ୱଚ୍ଛତା ପ୍ରସଙ୍ଗରେ ଉଦ୍‌ବେଗ ପ୍ରକାଶ କରୁଛନ୍ତି।

ଜଣେ ଲେଖିଛନ୍ତି, “ଛି.. ମୁଁ ଆଉ ମେଳାରେ ଚାଉମୀନ୍ ଖାଇବି ନାହିଁ।” ଅନ୍ୟ ଜଣେ ଲେଖିଛନ୍ତି, “ଅପରିଷ୍କାର ଲୋକ, ଏମାନଙ୍କୁ ପାପ ଲାଗିବ।” ଆଉ ଜଣେ ଥଟ୍ଟାକରି ଲେଖିଛନ୍ତି, “ଗଙ୍ଗାରେ ତ ଧୋଉଛନ୍ତ, ଏହାକୁ ଶୁଦ୍ଧ କରୁଛନ୍ତି।” ଅନ୍ୟ ଜଣେ ଲେଖିଛନ୍ତି, “ଗଙ୍ଗା ପାଣି ପିଅନ୍ତି ମଧ୍ୟ।”

Street Food Street Food Vendors Viral Video Social Media
Advertisment
Advertisment