Advertisment

ଯୁବଶକ୍ତି ଜାଣିଛି ବିଜେପି ସରକାର ହିଁ ବିକାଶ କରିବ: ପ୍ରଧାନମନ୍ତ୍ରୀ

ତିନି ରାଜ୍ୟରେ ବିଜେପି ବିରାଟ ବିଜୟ ପରେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର ସେଲିବ୍ରେସନ୍। ବିଜୟ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମୋଦିଙ୍କ ସମ୍ବୋଧନ । ଆଜିର ବିଜୟକୁ ଐତିହାସିକ ବିଜୟ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

author-image
Kausik Mohapatra
PM Narendra Modi

PM Narendra Modi

ତିନି ରାଜ୍ୟରେ ବିଜେପି ବିରାଟ ବିଜୟ ପରେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ଭାରତୀୟ ଜନତା ପାର୍ଟିର ସେଲିବ୍ରେସନ୍। ବିଜୟ ପରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ମୋଦିଙ୍କ ସମ୍ବୋଧନ । ଆଜିର ବିଜୟକୁ ଐତିହାସିକ ବିଜୟ କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏ ବିଜୟ ବିକଶିତ ଭାରତର ଲକ୍ଷ୍ୟ ହାସଲ ପାଇଁ ଉଦ୍ଦିଷ୍ଟ। ପୂର୍ବ ଅପେକ୍ଷା ତେଲେଙ୍ଗାନାରେ ମଧ୍ୟ ବିଜେପିକୁ ସମର୍ଥନ ମିଳିଛି। ୪ ଜାତିର ବିକାଶ ଦ୍ୱାରା ଦେଶର ବିକାଶ ସମ୍ଭବ ହୋଇପାରିବ। ନାରୀ ଶକ୍ତି, ଯୁବ ଶକ୍ତି, କୃଷକ ଓ ଗରିବଙ୍କ ବିକାଶ ଜରୁରୀ ବୋଲି ସମ୍ବୋଧନରେ କହିଛନ୍ତି ମୋଦି। ଯେତେବେଳେ ନାରୀ ଶକ୍ତି ସୁରକ୍ଷା ଦେବେ ସେତେବେଳେ କେହି ରୋକି ପାରିବେନାହିଁ।

Advertisment

ଏ ବିଜୟ ସହିତ ମୋର ଦାୟିତ୍ୱ ଆହୁରି ବଢିଯାଇଛି ବୋଲି ମୋଦି କହିବା ସହ ଯୁବ ଶକ୍ତି ଜାଣିଛନ୍ତି ବିଜେପି ସରକାର ହିଁ ବିକାଶ କରିବ। ଏଥିପାଇଁ ୩ଟି ରାଜ୍ୟରେ ଥିବା ସରକାର ବଦଳିବାକୁ ଯାଉଛି। ଆଦିବାସୀ ଅଞ୍ଚଳରେ କଂଗ୍ରେସ ପୂରା ସଫା ହୋଇ ଯାଇଛି। ଆଦିବାସୀମାନେ ବୁଝିଛନ୍ତି ବିଜେପି ହିଁ କେବଳ ବିକାଶର ସାରଥି ସାଜିବ ।

ଡବଲ ଇଞ୍ଜିନ ସରକାର ଦ୍ୱାରା ବିକାଶ ସମ୍ଭବ ବୋଲି ଲୋକେ ବୁଝିଲେଣି। ନିର୍ବାଚନ ପରିଚାଳନା ନେଇ ସଭାପତି ନଡ୍ଡାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଜୟ ଲାଗି ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭୁରି ଭୁରି ପ୍ରଶଂସା ମଧ୍ୟ କରିଛନ୍ତି। ମଧ୍ୟପ୍ରଦେଶରେ ୨ ଦଶନ୍ଧି ହେଲା ବିଜେପି ସରକାର ରହିଛି। ମଧ୍ୟ ପ୍ରଦେଶବାସୀ ଜାଣିଛନ୍ତି ଏଠାରେ ବିଜେପିର କେହି ବିକଳ୍ପ ନାହାନ୍ତି।

Advertisment

ତେଲେଙ୍ଗାନାର ବିକାଶ ପାଇଁ ପ୍ରତିଶ୍ରୁତିବଦ୍ଧକୁ କମ୍‌ କରାଯାଇ ପାରିବନି। ଲୋକେ ବୁଝିଲେଣି ସ୍ଥିର ସରକାର ଦ୍ୱାରା ହିଁ ବିକାଶ ସମ୍ଭବ। ଜିତିବା ପାଇଁ ବଡ଼ ବଡ଼ ଘୋଷଣାକୁ ଭୋଟର ଗ୍ରହଣ କରୁ ନାହାନ୍ତି ।

ଭ୍ରଷ୍ଟାଚାର, ପରିବାରବାଦକୁ ବିଜେପି ହିଁ ପ୍ରତିହତ କରିପାରିବ। ଏହି ବିଜୟ ଭ୍ରଷ୍ଟାଚାର ବିରୋଧରେ ଜନାଦେଶ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ଯୋଜନା ଆରମ୍ଭ ହେଉହେଉ କଂଗ୍ରେସର ସହଯୋଗୀମାନେ ବିରୋଧ କରିବାରେ ଲାଗି ପଡୁଛନ୍ତି। ଏପରି କଲେ ଲୋକେ ଏସବୁ ଦଳକୁ ଚୁନା ଚୁନା କରି ଫୋପାଡି ଦେବେ।

ଆସୁଥିବା ବାତ୍ୟା ନେଇ ବିଜୟ ଉତ୍ସବରେ ସତର୍କ କରାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ବିଜେପିର କାର୍ଯ୍ୟକର୍ତ୍ତାଙ୍କୁ ସହଯୋଗ ପାଇଁ ଆଗେଇ ଆସିବାକୁ ମଧ୍ୟ କହିଛନ୍ତି। ଆନ୍ଧ୍ର, ଓଡ଼ିଶା, ତାମିଲନାଡୁ ଓ ପୁଡୁଚେରୀରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଯେଉଁ ଦଳର ସରକାର ଥାଉ ନା କାହିଁକି ସହଯୋଗ ପାଇଁ ପରାମର୍ଶ ସମସ୍ତଙ୍କ ଧନ ଜୀବନ ସୁରକ୍ଷିତ କରିବାକୁ କର୍ମକର୍ତ୍ତାଙ୍କୁ କହିଛନ୍ତି ମୋଦି।

BJP PM Narendra Modi
Advertisment
Advertisment