• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ଭାରତୀୟ ନୌସେନା ଦିବସ । ସୌର୍ଯ୍ୟ ଓ ପରାକାଷ୍ଠା ଦେଖାଇବେ ଭାରତୀୟ ନୌବୀର । ଏହି ଅବସରରେ ମହାରାଷ୍ଟ୍ର ସିନ୍ଧୁଦୁର୍ଗରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତି ବର୍ଷ ଡିସେମ୍ବର ୪ରେ ଭାରତୀୟ ନୌସେନା ଦିବସ ପାଳନ କରାଯାଏ ।

ଭାରତୀୟ ନୌସେନା ବାହିନୀକୁ ସମ୍ମାନ ଦେବା ଏବଂ ସେମାନଙ୍କର ଅବଦାନକୁ ପ୍ରଶଂସା କରିବା ନେଇ ଏହା ହେଉଛି ଏକ ବିଶେଷ ଦିନ । ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ପାକିସ୍ତାନ ବିରୋଧରେ ଅପରେସନ୍ ଟ୍ରାଇଡେଣ୍ଟ୍ ଆରମ୍ଭ ହେବାର ସ୍ମୃତି ଉଦ୍ଦେଶ୍ୟରେ ଭାରତୀୟ ନୌସେନା ଦିବସ ପାଳନ କରାଯାଉଛି ।

୧୬୧୨ ମସିହାରେ ଇଷ୍ଟ୍ ଇଣ୍ଡିଆ କମ୍ପାନୀ ଦ୍ୱାରା ଭାରତୀୟ ନୌସେନା ପ୍ରତିଷ୍ଠା କରାଯାଇଥିଲା । ୧୯୭୧ରେ ଭାରତ-ପାକିସ୍ତାନ ଯୁଦ୍ଧ ହୋଇଥିଲା । ଯୁଦ୍ଧ ସମୟରେ ପାକିସ୍ତାନ ଡିସେମ୍ବର ୩ରେ ଭାରତୀୟ ବିମାନବନ୍ଦର ଉପରେ ଆକ୍ରମଣ କରିଥିଲା । ଏହାର ଜବାବରେ ଭାରତୀୟ ନୌସେନା ୪ ଏବଂ ୫ ଡିସେମ୍ବର ରାତିରେ ଆକ୍ରମଣ କରିବାକୁ ଯୋଜନା କରିଥିଲା ।

କାରଣ ପାକିସ୍ତାନ ପାଖରେ ବିସ୍ଫୋରଣ କରିବାର ବିମାନ ନଥିଲା । ଏହି ଆକ୍ରମଣରେ ପାକିସ୍ତାନୀ ନୌସେନାର ଶତାଧିକ କର୍ମଚାରୀ ନିହତ ହୋଇଥିଲେ । କମୋଡୋର କାସରଗୋଡ ପଟ୍ଟାନସେଟ୍ଟି ଗୋପାଳ ରାଓ ଭାରତୀୟ ନୌସେନାର ସମ୍ପୂର୍ଣ୍ଣ କାର୍ଯ୍ୟର ନେତୃତ୍ୱ ନେଇଥିଲେ। ଭାରତୀୟ ନୌସେନାର ସଫଳତାକୁ ପାଳନ କରିବା ପାଇଁ ପ୍ରତିବର୍ଷ ଡିସେମ୍ବର ୪ରେ ଭାରତୀୟ ନୌସେନା ଦିବସ ପାଳନ କରାଯାଏ ।