ଜନ୍ମରୁ ସେ ଶାରୀରିକ ଓ ମାନସିକ ଭାବେ ଅକ୍ଷମ। କିନ୍ତୁ ତାଙ୍କର ଦୃଢ ଇଛାଶନ୍ତି ଓ ମନୋବଳ ଆଜି ତାଙ୍କୁ ସାରା ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି। ଯୋଗକରି ସେ ପରିବାରର ଗର୍ବ ହୋଇଯାଇଛନ୍ତି।
ସମୁଦ୍ର ଆଜି ପୁଣି ଥରେ ଫେରେଇଦେଲା ସବୁ ଅଭୁଲା ଅତୀତ ଆଉ କହିଲା ତୋ ସ୍ଵପ୍ନ କଥା ବି ମୁଁ ଶୁଣିଛି। ସମୁଦ୍ର ଆଗପରି ସେମିତି ଦୁଷ୍ଟ ଚପଳା ଶିଶୁ ହେଇ ଅଛି ତା’ର ବୟସ ସ୍ଥିର ଆଉ ମୁଁ ବୁଢୀ ହେଇଗଲିଣି। ଆଉ, ସେ କ’ଣ ବୁଢା, ଚମକି ପଡିଲି ସମୁଦ୍ର କଥାରେ। ତାଙ୍କ କଥା କେମିତି କହିବି ଯାହାଙ୍କୁ ଶେଷଥର ପାଇଁ ଭେଟିଥିଲି ଏଇ ସମୁଦ୍ର କୂଳରେ।
ଭାରତର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ଜେନେରାଲ ବିପିନ ରାଓ୍ୱତଙ୍କୁ ମଧ୍ୟ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି। ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତଙ୍କର ମୃତ୍ୟୁ ହୋଇଥିଲା।
ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ । ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ ଦେଇଛନ୍ତି ।
ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଧରଣର ଝଟକା । ବିଜେପିରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ । ଗାନ୍ଧୀ ପରିବାରର ଅନ୍ୟତମ ଅନୁଗତ କୁହାଯାଉଥିବା ଆରପିଏନ୍ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦିଲ୍ଲୀ ମୁଖ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି ।
ପାଣିର ବଡ଼ ପାଇପରେ ନିର୍ମିତ ହେବ 'ମଡର୍ଣ୍ଣ ମାଇକ୍ରୋ ହାଉସ୍ '। ଆଉ ଏହି ଘରେ ରହିବେ ଲୋକମାନେ । ଶୁଣିକି ଆଶ୍ଚର୍ଯ୍ୟ ଲାଗିଲା ନା । କିନ୍ତୁ ଏହା ସତ ଯେ, ଆଗାମୀ ଭବିଷ୍ୟତରେ ପାଣି ପାଇପ ଭିତରେ ଗୃହ ନିର୍ମାଣ ହେବ । ଆଉ ଏଭଳି ଚମତ୍କାର ହେବ ହଂଗକଂଗରେ । ଏହାର ଡେମୋ ପାଇଁ ମଧ୍ୟ ଘର ନିର୍ମାଣ ହୋଇସାରିଛି । ଯାହା ବେଶ୍ ୟୁନିକ ଓ ଆକର୍ଷଣୀୟ ଲାଗୁଛି । ଆଉ ଏଭଳି ଘର ନିର୍ମାଣ ପଛରେ ମଧ୍ୟ ରହିଛି ଏକ ବଡ କାରଣ ।
ପିଲାଙ୍କ ପାଇଁ ବିପଦ ସାଜିଛି ଅନଲାଇନ୍ ଗେମ୍ । ପୂର୍ବରୁ ମଧ୍ୟ ସମସ୍ତେ ଦେଖି ଆସିଛନ୍ତି ଯେ ଅନଲାଇନ୍ ଗେମ୍ କିପରି ପିଲାଙ୍କ ଘାତକ ସାବ୍ୟସ୍ତ ହୋଇଆସିଛି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଅନଲାଇନ୍ ଗେମ ପାଇଁ ୧୧ ବର୍ଷର ବାଳକଟି ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି ।
ଆଜିକାଲି ଯୁବପିଢି ନିଜକୁ ଫିଟ୍ ରଖିବା ନେଇ ଘଣ୍ଟା ଘଣ୍ଟା ଧରି ଜିମ୍ରେ ଝାଳ ବୁହାଉଛନ୍ତି। କିନ୍ତୁ ଏହି ଦୌଡରେ ମଧ୍ୟ ସାମିଲ୍ ହୋଇଛନ୍ତି ହ୍ରିତିକଙ୍କ ୬୮ ବର୍ଷୀୟ ମା’। ଏ ବୟସରେ ବି ସେ ଝିଅ ଭଳି ଦେଖାଯାଉଛନ୍ତି।
ଚୁମ୍ବନ ମାମଲାରୁ ଅପରାଧ ମୁକ୍ତ ହୋଇଛନ୍ତି ଶିଳ୍ପା ଶେଟ୍ଟୀ। ସର୍ବସାଧାରଣରେ ହଲିଉଡ୍ ଅଭିନେତା ରିଚାର୍ଡ ଗେରେଙ୍କ ଠାରୁ ଚୁମ୍ବନ ଖାଇ ହଟହଟାରେ ପଡିଥିଲେ ଅଭିନେତ୍ରୀ।
ଦକ୍ଷିଣୀ ଫିଲ୍ମ 'ପୁଷ୍ପା'କୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ଖାଲି ଦେଶ ନୁହେଁ ବିଦେଶରେ ବି ଏହାକୁ ପସନ୍ଦ କରାଯାଉଛି। ଏଥିରେ ମୁଖ୍ୟ ଭୂମିକାରେ ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ଥିଲେ ମଧ୍ୟ ସେମାନେ ପ୍ରଥମ ପସନ୍ଦ ନଥିଲେ। ଏହା ପୂର୍ବରୁ ୬ ଜଣ ଆଗଧାଡିର କଳାକାରଙ୍କୁ ମଧ୍ୟ ଅଫର୍ ଦିଆଯାଇଥିଲା।
ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ PVSM ସମ୍ମାନ । ନୀରଜ ପାଇବେ PVSM- ପରମ ବିଶିଷ୍ଟ ସେବା ମେଡାଲ ।
କରୋନା ଭାଇରସ ମହାମାରୀର ଓମିକ୍ରନ ଏକ ତୀବ୍ର ପ୍ରସାରୀ ଭୂତାଣୁ। ଯାହା ଖୁବ୍ ଶୀଘ୍ର ଜଣକଠାରୁ ଅନେକଙ୍କୁ ବ୍ୟାପିଯାଉଛି। ଦେଶରେ ଓମିକ୍ରନର ଏବେ ସାମୂଦାୟୀକ ସଂକ୍ରମଣ ହେଲାଣି। ତେବେ କରୋନା ଭାଇରସ ମହାମାରୀରୁ ବର୍ତ୍ତିବା ଲାଗି ଆମେ ବ୍ୟବହାର କରୁଥିବା ୧ ବା ୨ ଲେୟରର କପଡା ମାସ୍କ ଯଥେଷ୍ଟ ହେଉନଥିବା ଜଣାପଡିଛି। ଯଦିଓ ଏହା ଭୂତାଣୁ ପ୍ରତିରୋଧୀ ତେବେ ବେଶି ସମୟ ପର୍ଯ୍ୟନ୍ତ ନୁହେଁ ବୋଲି ଗବେଷଣାରୁ ଜଣା ପଡିଛି । କରୋନା ଭାଇରସ ମୁକାବିଲାରେ ସୋସିଆଲ ଡିଷ୍ଟାନସିଂ ସହ ମାସ୍କ ଏକ ପ୍ରମୁଖ ଅସ୍ତ୍ର ।
ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୪,୬୯୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୮,୭୯୦ ଟଙ୍କା ରହିଛି। ସେହିପରି ଆଜି ରୁପା କିଲୋଗ୍ରାମ ପ୍ରତି ୩୦୦ ଟଙ୍କା କମି ୬୪,୭୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି ।
ଆପଣ ଗ୍ରାଜୁଏସନ କରିଛନ୍ତି କି ? ଓଡ଼ିଶା ଲୋକ ସେବା ଆୟୋଗ (OPSC) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । OPSC ପକ୍ଷରୁ ଓଡ଼ିଶାରେ ଖାଲିପଡିଛି ସହାୟକ କୃଷି ଅଧିକାରୀ ପଦବୀ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।
ଯଦି ଆପଣଙ୍କ ଓଠ କଳା ପଡିଯାଇଛି ତେବେ ଚିନ୍ତା କରିବାର କିଛି ନାହିଁ। ଘରୋଇ ଉପଚାର ମାଧ୍ୟମରେ ଆପଣ ଓଠର ପ୍ରାକୃତିକ ଚମକ ଫେରାଇ ଆଣିପାରିବେ । ଆଜି ଜାଣିବା ଓଠର ପ୍ରାକୃତିକ ରଙ୍ଗ କିପରି ପାଇବା ।
ଜେସିବିରେ ଗଲା ବରଯାତ୍ରୀ । ବିବାହ ପରେ କନ୍ୟାକୁ ମଧ୍ୟ ଜେସିବିରେ ଆଣିଲେ ବର ।
ଜାନୁଆରୀ ୨୫ ସୁଦ୍ଧା ପକ୍ଷ ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି । ତେବେ କେନ୍ଦ୍ରର ପ୍ରସ୍ତାବକୁ ଅଧିକାଂଶ ଅଣବିଜେପି ଶାସିତ ରାଜ୍ୟ ଜୋରଦାର ବିରୋଧ କରୁଥିବାରୁ ପୁଣି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି ।
ନେତାଙ୍କ ମାଗଣା ପ୍ରତିଶ୍ରୁତି ଏକ ଗମ୍ଭୀର ପ୍ରସଙ୍ଗ । ଏନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ ।
ପ୍ରୀତି ଜିଣ୍ଟା, ଶିଲ୍ପା ସେଟ୍ଟୀ, ଏକତା କପୁରଙ୍କଠୁ ନେଇ ଏକତା କପୁରଙ୍କ ଯାଏଁ, ଶାହରୁଖ ଖାନ୍, ଅମିର ଖାନଙ୍କ ଠାରୁ ଆରମ୍ଭ କରି କରଣ ଜୋହର୍ ଓ ତୁଷାର କପୁରଙ୍କ ଯାଏଁ,ଏମାନେ ସରୋଗେସି ଜରିଆରେ ବାପା ମାଆ ବନିଛନ୍ତି
ଦେଶରେ ଦିନକରେ ୨ ଲକ୍ଷ ୫୫ ହଜାର ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ୫୦ ହଜାର ୧୯୦ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୫.୫୨ ପ୍ରତିଶତ ରହିଛି । ଦିନକରେ ୬୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଇରାନରେ ଖରାଦିନେ ଭୀଷଣ ଗରମ ଅନୁଭୂତ ହୁଏ । କାରଣ ତାହା ମରୁଭୂମି ଅଂଚଳ । ତେଣୁ ସେଠାରେ ଏସିର ଆବଶ୍ୟକତା ତ ନିହାତି ପଡୁଥାଏ । ତେବେ ଇରାନରେ ଘର ଥଣ୍ଡା ରଖିବାର ହଜାର ହଜାର ବର୍ଷ ପୁରୁଣା ଟେକନିକର ବ୍ୟବହାର କରାଯାଏ । ୟଜଦ୍ ସହରର ଏଭଳି ପ୍ରାକୃତିକ ଏସି ଦେଖିବାକୁ ମିଳେ । ହେଲେ ‘ପ୍ରାକୃତିକ ଏସି’ ପୁଣି କିଭଳି ହୋଇଥିବ । ଏହା କିଭଳି କାମ କରୁଥିବ । ତେବେ ଚାଲନ୍ତୁ ଜାଣିବା ଇରାନର ‘ପ୍ରାକୃତିକ ଏସି’ ବିଷୟରେ ।
କୌଣସି ଦଂପତି ନିଜର ସନ୍ତାନ ପ୍ରାପ୍ତି ପାଇଁ ଅନ୍ୟ ମହିଳାଙ୍କ ଗର୍ଭକୁ ଭଡ଼ାରେ ନିଅନ୍ତି, ତେବେ ତାହାକୁ ସରୋଗେସି କୁହାଯାଏ ।
ଦରଦାମ ବୃଦ୍ଧି ସମ୍ପର୍କରେ ଉତ୍ତର ଦେବାକୁ ନାରାଜ ଆମେରିକା ରାଷ୍ଟ୍ରପତି । ପ୍ରଶ୍ନ କରିବାରୁ ରାଗିଗଲେ ଓ ସାମ୍ବାଦିକଙ୍କୁ ଗାଳି କଲେ ।
ଯାନବାହାନ ପ୍ରଦୂଷଣର କ୍ଷତି ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କାଶ୍ମୀରରୁ କନ୍ୟାକୁମାରୀ ସାଇକେଲ ଚଳାଇଲେ ୧୦ ବର୍ଷର କୁନି ଝିଅ ।
ମହାରାଷ୍ଟ୍ରର ସେଲ୍ସୁରାରେ ଗତକାଲି ରାତିରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ବିଜେପି ବିଧାୟକ ବିଜୟ ରହାଙ୍ଗଡାଲେଙ୍କ ପୁଅ ଅଭିଷ୍କାର ରହାଙ୍ଗଡାଲେଙ୍କ ସମେତ ୭ ଜଣ ମେଡିକାଲ୍ ଛାତ୍ରଙ୍କ ମୃତ୍ୟୁ ଘଟିଛି।