• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଉତ୍ତରପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ ଧରଣର ଝଟକା । ବିଜେପିରେ ଯୋଗଦେଲେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ । ଗାନ୍ଧୀ ପରିବାରର ଅନ୍ୟତମ ଅନୁଗତ କୁହାଯାଉଥିବା ଆରପିଏନ୍ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଦିଲ୍ଲୀ ମୁଖ୍ୟାଳୟରେ ବିଜେପିରେ ସାମିଲ ହୋଇଛନ୍ତି । ଦଳରେ ସାମିଲ ହେବା ପରେ ଆରପିଏନ୍ କହିଛନ୍ତି ଯେ, ଏହା ତାଙ୍କ ପାଇଁ ନୂଆ ଆରମ୍ଭ । କଂଗ୍ରେସ ଏବେ ପୂର୍ବ ଭଳି ରହି ନାହିଁ କି ଦଳର ଚିନ୍ତାଧାରା ପୂର୍ବ ଭଳି ନାହିଁ ବୋଲି ସେ କହିଛନ୍ତି । ଏଥିସହ ବିକାଶ ପାଇଁ ଡବଲ ଇଞ୍ଜିନ ସରକାରର ଆବଶ୍ୟକତା ରହିଥିବା କଥା ସେ କହିଛନ୍ତି ।

ୟୁପିଏ ସରକାରରେ ମନ୍ତ୍ରୀ ଥିବା ଆରପିଏନ୍ ସିଂହଙ୍କୁ ଉତ୍ତରପ୍ରଦେଶ ପୂର୍ବାଞ୍ଚଳ ଅଞ୍ଚଳର ପ୍ରମୁଖ ପଛୁଆ ବର୍ଗ ନେତା ଭାବେ ଗଣାଯାଏ । ଯତିନ ପ୍ରସାଦ ପରେ ୟୁପିର ସେ ଦ୍ୱିତୀୟ ବଡ କଂଗ୍ରେସ ନେତା ଯିଏ ଦଳ ଛାଡି ବିଜେପିରେ ମିଶିଛନ୍ତି । ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ ରାଜ୍ୟରେ ଚାଲିଥିବା କଂଗ୍ରେସ ପ୍ରଚାର ଅଭିଯାନରେ ତାଙ୍କୁ ଅଣଦେଖା କରାଯାଉଥିବା ନେଇ ଆରପିଏନ୍ ଅସନ୍ତୁଷ୍ଟ ଥିବା କୁହାଯାଉଛି । ଏପରିକି ତାଙ୍କ ସହଯୋଗୀଙ୍କୁ ଟିକେଟ ନ ମିଳିବା ପରେ ସେ ଖୁସି ନ ଥିଲେ ବୋଲି ଜଣାପଡିଛି । ଆରପିଏନ୍ ୨୦୦୯ରେ କୁଶିନଗରରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୪ ଓ ୨୦୧୯ରେ ସେ ପରାସ୍ତ ହୋଇଥିଲେ ।

ବିଜେପିରେ ଯୋଗ ଦେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଭେଟିଲେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରପିଏନ ସିଂହ । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଏହି ସାକ୍ଷାତ ହୋଇଥିବାର ଦେଖିବାକୁ ମିଳିଛି । ସେଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଅନ୍ୟ ବିଜେପି ନେତା ମଧ୍ୟ ଉପସ୍ଥିତ ରହିଥିଲେ ।