/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643110327.jpg)
cutton masks is not enough to prevent infection
ମହାମାରୀ କରୋନା ବର୍ତ୍ତମାନ ସମଗ୍ର ବିଶ୍ୱରେ ପୁଣି ତାର କାୟା ବିସ୍ତାର କରିଲାଣି । ପୁରା ଦୁନିଆକୁ ତା ସଂକ୍ରମଣରେ କଲବଲ କଲାଣି । ହେଲେ ନିଜକୁ ଏହି ଭାଇରସ ଠାରୁ ସୁରକ୍ଷିତ ରଖିବା ପାଇଁ ସବୁଠାରୁ ଉତ୍ତମ ଏବଂ ଗୁରୁତ୍ୱପୂର୍ଣ୍ଣ ଉପାୟ ହେଉଛି ପରିଷ୍କାର ପରିଚ୍ଛନ୍ନତା । ନିଜର ଯତ୍ନ ନେବା ଏବଂ ବାରମ୍ବାର ପାଣି ଏବଂ ସାବୁନରେ ହାତ ଧୋଇବା । ଯାହା ଦ୍ୱାରା ଏହି ଭୂତାଣୁ ଶରୀରରେ ପହଞ୍ଚିବ ନାହିଁ। କରୋନା ଭାଇରସ ମୁକାବିଲା ପାଇଁ ମାସ୍କ ଏକ ପ୍ରମୁଖ ଅସ୍ତ୍ର ।
Advertisment
- ଆପଣଙ୍କୁ ଏନ-୯୫ ଅଥବା କେଏନ-୯୫ ମାସ୍କ ସୁରକ୍ଷିତ ରଖିପାରିବ ବୋଲି ବୈଜ୍ଞାନିକ କହିଛନ୍ତି। ଏଥିରେ ସର୍ଜିକାଲ ମାସ୍କ ମଧ୍ୟ ପ୍ରଭାବୀ ହେଉଥିବା ଦେଖା ଯାଇଛି। ତେବେ ଆପଣଙ୍କୁ ଏପରି ମାସ୍କରୁ ଦୁଇଟି ଲଗାଇବାକୁ ପଡିବ।
- ଯଦି ଆପଣ କପଡା ମାସ୍କ ପିନ୍ଧୁଛନ୍ତି ତେବେ ୩ ଲେୟାର ସିଲେଇ ହୋଇଥିବା ମାସ୍କ ପିନ୍ଧନ୍ତୁ। ଏହା ଆପଣଙ୍କୁ କେବଳ କୋଭିଡ କି ଓମିକ୍ରନ ନୁହେଁ ସବୁ ପ୍ରକାରର ଭୂତାଣୁ ସଂକ୍ରମଣରୁ ସୁରକ୍ଷା ଦେଇପାରିବ।
- ଓମିକ୍ରନରୁ ବର୍ତ୍ତିବା ଲାଗି କେବଳ ମାସ୍କ ନୁହେଁ ଆଉ କିଛି ସତର୍କତା ମଧ୍ୟ ଅବଲମ୍ବନ କରନ୍ତୁ। ଏହି ସବୁ ସତର୍କତା ନିହାତି ବାହାରେ କୌଣସି କାମ ନଥିଲେ ଘରୁ ବାହାରନ୍ତୁ ନାହିଁ।
- ଏହା ଛଡା ସାଙ୍ଗରେ ସାନିଟାଇଜର ରଖନ୍ତୁ ଓ ବାରମ୍ବାର ହାତକୁ ସାନିଟାଇଜ କରନ୍ତୁ। ବିନା କାରଣରେ ହାତ ମୁହଁରେ ମାରନ୍ତୁନି। ଖାଇବା ପୂର୍ବରୁ ହାତକୁ ଭଲକରି ସାବୁନରେ ଧୋଇ ଖାଦ୍ୟ ଖାଆନ୍ତୁ।
- ଯଦି ବିନା ସାନିଟାଇଜରେ ବାରମ୍ବାର ହାତରେ ମୁହଁ, ନାକ ଓ ଆଖିକୁ ଛୁଉଁ ଥାନ୍ତି ତେବେ ଆପଣଙ୍କ ସଂକ୍ରମଣର ସମ୍ଭାବନା ଅଧିକ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)