Advertisment

ମରଣୋତ୍ତର ପଦ୍ମ ବିଭୂଷଣରେ ସମ୍ମାନୀତ ଜେନେରାଲ ବିପିନ ରାଓ୍ୱତ

ଭାରତର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ଜେନେରାଲ ବିପିନ ରାଓ୍ୱତଙ୍କୁ ମଧ୍ୟ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି। ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତଙ୍କର ମୃତ୍ୟୁ ହୋଇଥିଲା।

author-image
Pramod Behera
General Bipin Rawat awarded with Padma Vibhushan

General Bipin Rawat awarded with Padma Vibhushan

ନୂଆଦିଲ୍ଲୀ: ଭାରତ ସରକାର ୨୦୨୨ ବର୍ଷ ପାଇଁ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଉଲ୍ଲେଖନୀୟ ଅବଦାନ ପାଇଁ ୪ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନ ମିଳିଛି। ଏଥିରେ ଭାରତର ପ୍ରଥମ ପ୍ରତିରକ୍ଷା କର୍ମଚାରୀ ଜେନେରାଲ ବିପିନ ରାଓ୍ୱତଙ୍କୁ ମଧ୍ୟ ମରଣୋତ୍ତର ଭାବେ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି। ଏହା ବ୍ୟତୀତ ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ, ଗୀତାପ୍ରେସ ଗୋରଖପୁରର ଅଧ୍ୟକ୍ଷ ରାଧେ ଶ୍ୟାମ ଖେମ୍‌କାଙ୍କୁ ସାହିତ୍ୟ ପାଇଁ ମରଣୋତ୍ତର ପଦ୍ମ ବିଭୂଷଣ ଓ କଳା କ୍ଷେତ୍ରରେ ଅବଦାନ ପାଇଁ ପ୍ରଭାସ ଆଟ୍ରେଙ୍କୁ ମଧ୍ୟ ପଦ୍ମ ବିଭୂଷଣ ଦିଆଯାଇଛି।

Advertisment

ଗତ ବର୍ଷ ଡିସେମ୍ବର ୮ରେ ତାମିଲନାଡୁରେ ହେଲିକପ୍ଟର ଦୁର୍ଘଟଣାରେ ଜେନେରାଲ ରାୱତଙ୍କର ମୃତ୍ୟୁ ହୋଇଥିଲା। ତେବେ ଭାରତ ସରକାର ତାଙ୍କୁ ଦେଇଥିବା ପଦ୍ମଭୂଷଣ ହେଉଛି ଦ୍ୱିତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ।

ଉତ୍ତରାଖଣ୍ଡର ପୌଡୀ ଗରୱାଲରେ ଜନ୍ମଗ୍ରହଣ କରିଥିବା ବିପିନ ରାୱତଙ୍କ ପିତା ଲକ୍ଷ୍ମଣ ସିଂ ରାୱତ ମଧ୍ୟ ସେନାର ଜଣେ ଲେଫ୍ଟନାଣ୍ଟ ଜେନେରାଲ ଥିଲେ। ସେ ଶିମ୍‌ଲାର ସେଣ୍ଟ ଏଡ୍‌ୱାର୍ଡ ସ୍କୁଲ ଏବଂ ଖଡଗ୍‌ୱାସ୍‌ଲାର ନ୍ୟାସ୍‌ନାଲ୍‌ ଡିଫେନ୍ସ ଏକାଡେମୀରେ ଅଧ୍ୟୟନ କରିଥିଲେ। ୧୯୭୮ ଡିସେମ୍ବରରେ ସେ ଭାରତୀୟ ମିଲିଟାରୀ ଏକାଡେମୀରୁ ଗୋର୍ଖା ରାଇଫଲ୍ସର ୫ମ ବାଟାଲିୟନରେ ନିଯୁକ୍ତ ହୋଇଥିଲେ। ଏଠାରେ ତାଙ୍କର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ତାଙ୍କୁ 'ସ୍ୱାର୍ଡ୍ ଅଫ ଅନର୍'ରେ ମଧ୍ୟ ସମ୍ମାନୀତ କରାଯାଇଥିଲା।

Advertisment

୧୯୧୯ ଡିସେମ୍ବର ୩୧ରେ ଜେନେରାଲ ବିପିନ ରାୱତଙ୍କୁ ଦେଶର ପ୍ରଥମ ସିଡିଏସ୍‌ର ଦାୟିତ୍ୱ ଦିଆଯାଇଥିଲା। ସେ ସିଡିଏସ୍ ପଦବୀ ପାଇବା ପୂର୍ବରୁ ସେନା କର୍ମଚାରୀଙ୍କ ୨୭ ତମ ମୁଖ୍ୟ ଥିଲେ। ୨୦୧୬ ସେପ୍ଟେମ୍ବର ୧ ରେ ତାଙ୍କୁ ସେନା କର୍ମଚାରୀଙ୍କ ଡେପୁଟି ଚିଫ୍ କରାଯାଇଥିଲା। ସେ ତିନି ସେନାର ଦକ୍ଷତା ବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ଦେଇଥିଲେ। ଜେନେରାଲ ରାୱତଙ୍କ ପତ୍ନୀ ମଦୁଲିକା ରାୱତ ମଧ୍ୟ ସେନାରେ ଜଡିତଥିଲେ। ସେ ସେନା ମହିଳା କଲ୍ୟାଣ ସଂଘର ସଭାପତି ଥିଲେ।

ତେବେ ୨୦୨୧ ଡିସେମ୍ବର ୮ରେ ତାମିଲନାଡୁରେ ଖରାପ ପାଗ ହେତୁ ଭାରତୀୟ ବାୟୁସେନାର ଏମ୍‌ଆଇ-୧୭ ହେଲିକପ୍ଟର ଦୁର୍ଘଟଣାର ଶିକାର ହୋଇଥିଲା। ଏହି ହେଲିକପ୍ଟରରେ ମୁଖ୍ୟ ପ୍ରତିରକ୍ଷା କର୍ମଚାରୀ (ସିଡିଏସ୍) ବିପିନ ରାୱତ ଏବଂ ତାଙ୍କ ପତ୍ନୀ ମଦୁଲିକା ରାୱତଙ୍କ ସମେତ ମୋଟ ୧୪ ଜଣ ଥିଲେ। ନିଳଗିରି ଓ ତାମିଲନାଡୁ ମଧ୍ୟରେ ଥିବା କୁନ୍ନୁର ଜଙ୍ଗଲରେ ଘଟିଥିବା ଦୁର୍ଘଟଣାରେ ହେଲିକପ୍ଟରରେ ଥିବା ସମସ୍ତ ବ୍ୟକ୍ତି ପ୍ରାଣ ହରାଇଥିଲେ।

India News
Advertisment
Advertisment