• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଥାନେ : ସଚେତନତା ବାର୍ତ୍ତା ବାଣ୍ଟିବା ପାଇଁ ୩୮ ଦିନ ଲଗାତାର ସାଇକେଲ ଚଳାଇଲେ କୁନି ଝିଅ । ପ୍ରଦୂଷଣ ଯୋଗୁଁ ହେଉଥିବା କ୍ଷତି ସମ୍ପର୍କରେ ଲୋକଙ୍କୁ ବୁଝାଇବା ପାଇଁ ୧୦ ବର୍ଷର ନାବାଳିକା ୩୬୦୦ କିଲୋମିଟର ସାଇକେଲ ଚଳାଇ ରେକର୍ଡ ସୃଷ୍ଟି କରିଛନ୍ତି । ମହାରାଷ୍ଟ୍ରର ଥାନେ ଜିଲ୍ଲାର ସାଇ ପାଟିଲ ସାଇକେଲରେ କାଶ୍ମୀରରୁ କନ୍ୟାକୁମାରୀ ପହଞ୍ଚିଛନ୍ତି । ସଚେତନତା ସୃଷ୍ଟି କରୁଥିବା କୁନି ଝିଅଟିର ଏହି ପ୍ରୟାସ ସ୍ୱାଗତଯୋଗ୍ୟ ହୋଇଥିବା ବେଳେ ଲୋକେ ତାଙ୍କୁ ପ୍ରଶଂସା କରୁଛନ୍ତି ।

ଦେଶର ଉତ୍ତର ପ୍ରାନ୍ତରୁ ଦକ୍ଷିଣ ସୀମା ପର୍ଯ୍ୟନ୍ତ ୩୬୦୦ କିଲୋମିଟର ଦୂରତାକୁ ସାଇକେଲ ଚଳାଇଥିଲେ ସାଇ ପାଟିଲ । ତେବେ ତାଙ୍କର ଏହି ଯାତ୍ରା ସମୟରେ ସାଇଙ୍କ ବାପା ମଧ୍ୟ ତାଙ୍କ ସହିତ ଥିଲେ । ଯାନବାହାନ ପ୍ରଦୂଷଣ ଏବଂ ଶିଶୁ କନ୍ୟାର ଜୀବନର ମହତ୍ତ୍ୱ ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ସାଇ ଗତ ମାସରେ ଏହି ଅଭିଯାନ ଆରମ୍ଭ କରିଥିଲେ ।

ସାଇ ପ୍ରତିଦିନ ଅତି କମରେ ୧୦୦ କିଲୋମିଟର ସାଇକେଲ ଚଳାଉଥିଲେ । ରାସ୍ତାରେ ପଡ଼ୁଥିବା ବିଦ୍ୟାଳୟ ତଥା ଅନ୍ୟାନ୍ୟ ସ୍ଥାନକୁ ଯାଇ ଯାନବାହାନ ପ୍ରଦୂଷଣ ବିଷୟରେ ଲୋକଙ୍କୁ ସଚେତନ କରାଯାଉଥିଲେ ।

ଗଣମାଧ୍ୟମ ସହିତ ଆଲୋଚନା ବେଳେ ସାଇ କହିଛନ୍ତି, ଯାତ୍ରା ସମୟରେ ତାଙ୍କୁ ଲୋକଙ୍କର ଅନେକ ସ୍ନେହ ଓ ପ୍ରେମ ମିଳିଛି । ସେ ଯେଉଁଆଡ଼କୁ ଯାଉଥିଲେ ଲୋକମାନେ ତାଙ୍କ ପ୍ରୟାସକୁ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଉଥିଲେ । ତେବେ ସାଇଙ୍କ ଏହି ସାଇକେଲ ଯାତ୍ରା ସମ୍ପର୍କରେ ଜାଣିବା ପରେ ଜିଲ୍ଲା ସମେତ ପୂରା ରାଜ୍ୟରେ ଆଲୋଚନା ହେବା ସହ ତାଙ୍କର ପ୍ରଶଂସା କରାଯାଉଛି ।