Advertisment

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଦେଶବାସୀଙ୍କୁ ସମ୍ବୋଧନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ । ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ ଦେଇଛନ୍ତି ।

author-image
Otv Khabar Bureau
ramnath kovind

ramnath kovind

ଦେଶବାସୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମ୍ବୋଧନ । ସାଧାରଣତନ୍ତ୍ର ଦିବସ ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତିଙ୍କ ସମ୍ବୋଧନ ଦେଇଛନ୍ତି । କର୍ତ୍ତବ୍ୟ ଓ ଅଧିକାର ମୁଦ୍ରାର ଦୁଇ ପାର୍ଶ୍ୱ ବୋଲି କହିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଦେଶରେ କୋଭିଡ୍ ଟିକାକରଣ ଅଭିଯାନ ଜନଆନ୍ଦୋଳନର ରୂପ ନେଇଛି । କରୋନା ବିରୋଧରେ ଦେଶବାସୀଙ୍କ ସଂଘର୍ଷ ଜାରି ରହିଛି । କୋଭିଡ୍ ବିରୋଧରେ ଭାରତ ଅନ୍ୟ ଦେଶକୁ ମଧ୍ୟ ସାହାଯ୍ୟ କରୁଛି ।

Advertisment

ସେ ଆହୁରି କହିଛନ୍ତି ଯେ, ପୂର୍ବରୁ ବିଶ୍ୱବାସୀ ଆମ ଠାରୁ କେବେ ଏତେ ସାହାଯ୍ୟ ଆବଶ୍ୟକ କରି ନ ଥିଲେ । ୨ ବର୍ଷ ହେଲା ମାନବ ଜାତି କୋଭିଡ୍ ବିରୋଧରେ ଲଢ଼େଇ କରୁଛି । ବହୁତ ଲୋକ ପ୍ରାଣ ହରାଇଲେଣି, ଅର୍ଥନୀତି ନିମ୍ନଗାମୀ ହୋଇଯାଇଛି । କୋଭିଡର ନୂଆ ଭାରିଆଣ୍ଟ ନୂଆ ନୂଆ ବିପଦ ଆଣି ଦେଉଛି । କୋଭିଡ୍ ମୁକାବିଲାରେ ଡାକ୍ତର, ନର୍ସଙ୍କ କର୍ତ୍ତବ୍ୟ ଉଚ୍ଚ ପ୍ରଶଂସନୀୟ ରହିଛି । କୋଭିଡକୁ ହରାଇବା ପାଇଁ ରାଷ୍ଟ୍ରଧର୍ମ ପାଳନ କରିବାକୁ ଆହ୍ୱାନ ଦେବା ।

ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ସାରା ବିଶ୍ୱକୁ ଦିଗଦର୍ଶନ ଦେଉଛି । ଆମର ସଭ୍ୟତା ପ୍ରାଚୀନ, କିନ୍ତୁ ଗଣତନ୍ତ୍ର ନୂଆ ବୋଲି ରାଷ୍ଟ୍ରପତି କହିଛନ୍ତି। ଅଲିମ୍ପିକ୍ସରେ ଆମ ଦେଶର କ୍ରୀଡ଼ାବିତ ପାରଦର୍ଶିତା ଦେଖାଇଛନ୍ତି। ୟଙ୍ଗ ଚାମ୍ପିଅନ୍ସଙ୍କ ଆତ୍ମବିଶ୍ୱାସ କୋଟି କୋଟି ଭାରତୀୟଙ୍କୁ ପ୍ରେରଣା ଦେଇଛି। ହିମାଳୟ ହେଉ କି ମରୁଭୂମି, ସବୁଠି ଯବାନ ଦେଶ ମାତୃକାର ସେବା କରୁଛନ୍ତି। ସୀମାରେ ଯବାନ ଓ ଆଭ୍ୟନ୍ତର ସୁରକ୍ଷାରେ ପୋଲିସର ଭୂମିକା ଅତୁଳନୀୟ ବୋଲି କହିଛନ୍ତି । ଗତମାସରେ ମହାନ ଯୋଦ୍ଧା ସିଡିଏସ୍ ବିପିନ ରାୱତ, ଅନ୍ୟ ଯୋଦ୍ଧାଙ୍କୁ ହରାଇ ଦେଶର ବଡ କ୍ଷତି ବୋଲି କହିଛନ୍ତି।

Advertisment
President Ramnath Kobind
Advertisment
Advertisment