Advertisment

୬୮ ବର୍ଷ ବୟସରେ ବି ଝିଅ ଭଳି ଲାଗୁଛନ୍ତି ହ୍ରିତିକଙ୍କ ମା’

ଆଜିକାଲି ଯୁବପିଢି ନିଜକୁ ଫିଟ୍ ରଖିବା ନେଇ ଘଣ୍ଟା ଘଣ୍ଟା ଧରି ଜିମ୍‌ରେ ଝାଳ ବୁହାଉଛନ୍ତି। କିନ୍ତୁ ଏହି ଦୌଡରେ ମଧ୍ୟ ସାମିଲ୍ ହୋଇଛନ୍ତି ହ୍ରିତିକଙ୍କ ୬୮ ବର୍ଷୀୟ ମା’। ଏ ବୟସରେ ବି ସେ ଝିଅ ଭଳି ଦେଖାଯାଉଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
At age  68 Hrithik-Roshan’s mother is looking like a young girl

At age 68 Hrithik-Roshan’s mother is looking like a young girl

ବଲିଉଡ୍‌ର ଷ୍ଟାଇଲିସ୍ ହୀରୋ ତଥା ସୁପର୍‌ଷ୍ଟାର୍‌ କଳାକାର ହ୍ରିତିକ ରୋଶନଙ୍କ ଅଭିନୟ ପ୍ରତିଭା କାହାକୁ ଅଛପା ନାହିଁ। ତାଙ୍କର ସବୁ ଫିଲ୍ମ ବଲିଉଡ୍ ହିଟ୍ ହୋଇଛି। ତାଙ୍କ ଜିମ୍ ବଡି ପାଇଁ ପୁରା ଦୁନିଆ ପାଗଳ। ନୃତ୍ୟ କ୍ଷେତ୍ରରେ ମଧ୍ୟରେ ମଧ୍ୟ କୌଣସି ଅଭିନେତା (ଟ୍ରେଣ୍ଡିଂ ଭିଡିଓ) ତାଙ୍କ ପାସଙ୍ଗରେ ପଡିବେ ନାହିଁ। ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର 'କହୋ ନା ପ୍ୟାର୍ ହୈ' ରେ ଲୋକଙ୍କ ହୃଦୟରେ ରାଜ କରିଆସୁଛନ୍ତି। ଫିଟ୍‌ନେସ୍ ଦୃଷ୍ଟିରୁ ହ୍ରିତିକ୍ ରୋଶନ୍ ସଂପୂର୍ଣ୍ଣ ଭିନ୍ନ।

Advertisment

ତାଙ୍କର ଭିଡିଓ ସବୁବେଳେ ସୋସିଆଲ ମିଡିଆରେ ଦେଖାଯାଏ। ନିକଟରେ ସୋସିଆଲ ମିଡିଆରେ ତାଙ୍କ ମା’ଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ହ୍ରିତିକଙ୍କ ମା’ ପିଙ୍କି ରୋଶନ ବ୍ୟାୟାମ କରୁଥିବା ଦେଖାଯାଉଛନ୍ତି। ଏନେଇ ୬୮ ବର୍ଷ ବୟସରେ ମଧ୍ୟ ସେ ଏତେ ଫିଟ୍ ଅଛନ୍ତି ଯେ ଯିଏ ଦେଖିବ ସିଏ କହିବ ଏ ଜଣେ ଯୁବତୀ।

ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳେ ଯେ ହ୍ରିତିକ ରୋଶନଙ୍କ ମା’ ଏକ ସ୍ୱତନ୍ତ୍ର ସ୍ଥାନରେ ୱାର୍କଆଉଟ କରୁଛନ୍ତି। ହ୍ରିତିକ ରୋଶନ ନିଜେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଛୋଟ ଭିଡିଓଟିକୁ ଶେୟାର କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ଭିଡିଓକୁ ଶେୟାର କରିବା ସହିତ ଏହି ଭିଡିଓରେ ଅନେକ କମେଣ୍ଟ କରୁଛନ୍ତି।

Advertisment

ହ୍ରିତିକଙ୍କ ମା’ଙ୍କ ନାମ ପିଙ୍କି ରୋଶନ ହୋଇଥିବା ବେଳେ ବର୍ତ୍ତମାନ ତାଙ୍କର ବୟସ ୬୮। ଏହି ବୟସରେ ଜଣେ ସାଧାରଣ ମହିଳା ବସିଉଠି ପାରିବା ମଧ୍ୟ ସହଜ ନୁହେଁ। କିନ୍ତୁ ହ୍ରିତିକଙ୍କ ମା’ ନିଜକୁ ଫିଟ୍ ରଖିବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓଗୁଡ଼ିକୁ ବହୁତ ପ୍ରଶଂସା କରୁଛନ୍ତି। ଜଣେ ବ୍ୟକ୍ତି ଏହି ଭିଡିଓ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ- ମା’ ଯଦି ଏହି ବୟସରେ ଏତେ କଠିନ ପରିଶ୍ରମ କରୁଛନ୍ତି, ତେବେ ହ୍ରିତିକ ତ ନିଶ୍ଚିତ ଭାବରେ ତାଙ୍କ ଠାରୁ ଅଧିକ କରୁଥିବେ। ଅନ୍ୟ ଜଣେ ବ୍ୟକ୍ତି ଏହି ଭିଡିଓକୁ ‘ସୁପର୍‌ହିଟ୍’ ବୋଲି କହିଛନ୍ତି।

Viral Video
Advertisment
Advertisment