• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଦେଶରେ ଦିନକରେ ୨ ଲକ୍ଷ ୫୫ ହଜାର ୮୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲିଠାରୁ ୫୦ ହଜାର ୧୯୦ ଜଣ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ପଜିଟିଭିଟି ହାର ୧୫.୫୨ ପ୍ରତିଶତ ରହିଛି । ଦିନକରେ ୬୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।ଏହାକୁ ମିଶାଇ ଦେଶରେ ମୋଟ୍‌ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୦ ହଜାର ୪୬୨କୁ ବୃଦ୍ଧି ହୋଇଛି । ଦେଶରେ ଆକ୍ଟିଭ୍-କେସ ୨୨ଲକ୍ଷ ୩୬ ହଜାର, ୮୪୨ ରହିଥିବାବେଳେ ୩ କୋଟି ୭୦ଲକ୍ଷ୭୧ ହଜାର, ୮୯୮ ଆକ୍ରାନ୍ତ ସୁସ୍ଥ ହେଲେଣି । 

ସେହିପରି ଗତକାଲି ମଧ୍ୟ ୩ ଲକ୍ଷ ୬ ହଜାର ୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦେଶରେ ଦିନକରେ ୪୩୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଫଳରେ ମୋଟ୍ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୯ ହଜାର ୮୪୮କୁ ବୃଦ୍ଧି ପାଇଥିଲା । ଏହାସହ ୨ଲକ୍ଷ ୪୩ ହଜାର ୪୯୫ ଜଣ ଲୋକ ସୁସ୍ଥ ହୋଇଥିଲେ । ଯାହା ପରେ ଦେଶରେ ଆକ୍ଟିଭ୍ କେସ ୨୨,୪୯,୩୩୫ ଥିବା ବେଳେ ରିକଭରି ରେଟ୍ ୯୩.୧୮ ପ୍ରତିଶତକୁ ବୃଦ୍ଧି ପାଇଥିଲା । ସେହିପରି ଦେଶରେ ଦୈନିକ ପଜିଟିଭିଟି ହାର ୨୦.୭ ପ୍ରତିଶତ ରହିଥିଲା ।