Advertisment

ଅନଲାଇନ୍ ଗେମ୍ ପାଇଁ ଜୀବନ ହାରିଲା ୧୧ ବର୍ଷୀୟ ବାଳକ

ପିଲାଙ୍କ ପାଇଁ ବିପଦ ସାଜିଛି ଅନଲାଇନ୍ ଗେମ୍ । ପୂର୍ବରୁ ମଧ୍ୟ ସମସ୍ତେ ଦେଖି ଆସିଛନ୍ତି ଯେ ଅନଲାଇନ୍ ଗେମ୍ କିପରି ପିଲାଙ୍କ ଘାତକ ସାବ୍ୟସ୍ତ ହୋଇଆସିଛି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଅନଲାଇନ୍ ଗେମ ପାଇଁ ୧୧ ବର୍ଷର ବାଳକଟି ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Online games

Online games

ପିଲାଙ୍କ ପାଇଁ ବିପଦ ସାଜିଛି ଅନଲାଇନ୍ ଗେମ୍ । ପୂର୍ବରୁ ମଧ୍ୟ ସମସ୍ତେ ଦେଖି ଆସିଛନ୍ତି ଯେ ଅନଲାଇନ୍ ଗେମ୍ କିପରି ପିଲାଙ୍କ ଘାତକ ସାବ୍ୟସ୍ତ ହୋଇଆସିଛି । ଏଭଳି ଏକ ଘଟଣା ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି । ଅନଲାଇନ୍ ଗେମ ପାଇଁ ୧୧ ବର୍ଷର ବାଳକଟି ଆତ୍ମହତ୍ୟା କରିଥିବାର ଦେଖିବାକୁ ମିଳିଛି । ଏହି ଘଟଣା ପରେ ମଧ୍ୟପ୍ରଦେଶରେ ହଇଚଇ ସୃଷ୍ଟି ହୋଇଯାଇଛି । ଏନେଇ ଖୁବଶୀଘ୍ର ଏକ ସ୍ୱତନ୍ତ୍ର ଆଇନ ଲାଗୁ ହେବ ବୋଲି ମଧ୍ୟପ୍ରଦେଶ ସରକାର ପକ୍ଷରୁ କୁହାଯାଇଛି ।

Advertisment

ଏହି ପ୍ରସ୍ତାବିତ ଆଇନରେ ଅଲଲାଇନ ଗେମିଂ, ଗାମ୍ବେଲିଂ ଓ ବେଟିଂକୁ ଅପରାଧ ଭାବେ ବିବେଚନା କରାଯିବ। ଆଡିକ୍ଟିଭ ଗେମ୍ସ ପ୍ରସ୍ତୁତ କରୁଥିବା ୱେବସାଇଟ ଓ ଆପ୍ଲିକେସନ ଉପରେ ମଧ୍ୟ ରୋକ ଲାଗିବ। ପିଲାମାନଙ୍କୁ କ୍ଷତି ପହଞ୍ଚାଇବା ଭଳି ଗେମ ତିଆରି କରୁଥିବା ସଂସ୍ଥା ଓ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବିତ ଆଇନରେ ଜେଲଦଣ୍ଡର ବ୍ୟବସ୍ଥା ହେବ। ସେହିପରି ସେମାନଙ୍କ ଉପରେ ଜୋରିମାନା ମଧ୍ୟ ଲଗାଯିବ।

ଭୋପାଲର ଶଙ୍କରାଚାର୍ଯ୍ୟ କଲୋନୀରେ ରହୁଥିବା ୧୧ ବର୍ଷୀୟ ସୂର୍ଯ୍ୟକାନ୍ତ ଓଝା ଅନଲାଇନରେ ଗେମ ଖେଳି ୬ ହଜାର ଟଙ୍କା ହରାଇଥିଲେ। ଏକଥା ତାଙ୍କ ବାପା ମା’ ଆଦୌ ଜାଣି ପାରି ନଥିଲେ। ତେବେ ଟଙ୍କା ହାରି ଯାଇଥିବାରୁ ସୂର୍ଯ୍ୟକାନ୍ତ ଭୟରେ ଆତ୍ମହତ୍ୟା କରି ଦେଇଥିଲେ।

Advertisment

ମଧ୍ୟପ୍ରଦେଶ ଆଇନ ମନ୍ତ୍ରୀ ଡ. ନରତ୍ତୋମ ମିଶ୍ରା କହିଛନ୍ତି, “ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ। ଅନଲାଇନ ଗେମିଂ ପାଇଁ ଅନେକ ପିଲା ଆତ୍ମହତ୍ୟା କରୁଛନ୍ତି। ଏହାକୁ ରୋକିବା ପାଇଁ ଆମେ ଖୁବଶୀଘ୍ର ଆଇନ ଆଣିବୁ। ଆଇନ ପାଇଁ ଡ୍ରାଫ୍ଟ ପ୍ରସ୍ତୁତ ହୋଇ ସାରିଛି ଓ ଖୁବଶୀଘ୍ର ଏହା ଚୂଡ଼ାନ୍ତ ରୂପରେ ସାମ୍ନାକୁ ଆସିବ।”

ଏହି ଘଟଣା ପରେ ଅନେକ ଲୋକ ଅନଲାଇନ ଗେମିଂକୁ ଆଇନ ପରିସର ଭୁକ୍ତ କରିବାକୁ ସରକାର ବ୍ୟବସ୍ଥା କରନ୍ତୁ ବୋଲି ଦାବି କରିଛନ୍ତି। ବିଶେଷ କରି ମହାମାରୀ କରୋନା ଯୋଗୁ ଛୋଟ ପିଲାମାନେ ମୋବାଇଲର ବ୍ୟବହାର କରୁଛନ୍ତି। ଏହି ସମୟରେ ସେମାନେ ଅନଲାଇନ ଗେମ୍‌ ପଞ୍ଝାରେ ପଡ଼ୁଛନ୍ତି। ତେଣୁ ଏହାକୁ ରୋକିବା ପାଇଁ ଗେମ୍‌ଗୁଡ଼ିକ ଆଇନ ପରିସର ଭୁକ୍ତ ହେବା ଦାରକାର ବୋଲି ବିଶେଷଜ୍ଞମାନେ ମଧ୍ୟ ମତ ଦେଇଛନ୍ତି।

Online Gaming Madhya Pradesh
Advertisment
Advertisment