• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବଦଳିବ ୧୯୫୪ ଆଇଏଏସ କ୍ୟାଡର ରୁଲ୍ । ଆଇଏଏସ ଓ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନେବା ଲାଗି ଆଉ ଆବଶ୍ୟକ ହେବ ନାହିଁ ରାଜ୍ୟମାନଙ୍କ ଅନୁମତି । କେନ୍ଦ୍ରରେ ଦକ୍ଷ ଅଫିସରଙ୍କ ଅଭାବ ଓ ଅଫିସରଙ୍କୁ ଛାଡିବା ଲାଗି ରାଜ୍ୟମାନଙ୍କ ଅନିଚ୍ଛା ପ୍ରରୀପ୍ରେକ୍ଷୀରେ କେନ୍ଦ୍ର ଆଇଏଏସ କ୍ୟାରଡ ରୁଲରେ ପରିବର୍ତ୍ତନ କରିବାକୁ ଯାଉଛି । ତେବେ ପ୍ରସ୍ତାବିତ କ୍ୟାଡର ନିୟମ ପରିବର୍ତ୍ତନକୁ ଜୋରଦାର ବିରୋଧ କରୁଛନ୍ତି ପଶ୍ଚିମବଙ୍ଗ ସମେତ ଅନ୍ୟ ଅଣବିଜେପି ଶାସିତ ରାଜ୍ୟ ।

ଆଇଏଏସ୍ କ୍ୟାଡର୍ ରୁଲରେ ପରିବର୍ତ୍ତନ ପ୍ରସ୍ତାବକୁ ନେଇ ରାଜନୈତିକ ଝଡ଼ । ମୁହାଁ ମୁହିଁ ଅଣବିଜେପି ଶାସିତ ରାଜ୍ୟ ଓ କେନ୍ଦ୍ର ସରକାର । ପଶ୍ଚିମବଙ୍ଗ, କେରଳ, ମହାରାଷ୍ଟ୍ର ଓ ତାମିଲନାଡ଼ୁ ଆଦି ଅଣବିଜେପି ଶାସିତ ରାଜ୍ୟ, କେନ୍ଦ୍ରର ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପରେ କେରଳ, ତାମିଲନାଡୁ, ମହାରାଷ୍ଟ୍ର ସମେତ ୬ ରାଜ୍ୟ ବିରୋଧରେ ସାମିଲ ହୋଇଛନ୍ତି ।

ଦେଶର ସଂଘୀୟ ବ୍ୟବସ୍ଥାକୁ ନଷ୍ଟ କରିବା ଲାଗି ଏହା କେନ୍ଦ୍ରର ଆଉ ଏକ ମସୁଧା ବୋଲି ଅଭିଯୋଗ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିବା ସହ ମମତା ନିଜ ଆପତ୍ତି ଜଣାଇ ଦେଇଛନ୍ତି । ଅନ୍ୟପକ୍ଷରେ କେନ୍ଦ୍ରର ନିଷ୍ପତ୍ତି ସଂଘୀୟ ବ୍ୟବସ୍ଥା ପରିପନ୍ଥୀ ବୋଲି କହିଛନ୍ତି କେରଳ ଆଇନ ମନ୍ତ୍ରୀ ପି. ରାଜୀବ । ରାଜ୍ୟ ସରକାର ଏନେଇ ବିଚାରବିମର୍ଷ ପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସେ ଟୁଇଟ୍ କରିଛନ୍ତି । ସେହିପରି ମହାରାଷ୍ଟ୍ର ସରକାର ମଧ୍ୟ କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧ କରି ଚିଠି ଲେଖିବେ ବୋଲି ସୂଚନା ମିଳିଛି ।

୧୯୫୪ ଆଇଏଏସ କ୍ୟାଡର ରୁଲରେ ପରିବର୍ତ୍ତନ ଲାଗି କେନ୍ଦ୍ର ସରକାର ରାଜ୍ୟମାନଙ୍କ ମତାମତ ମାଗିଛନ୍ତି । ପ୍ରସ୍ତାବ ଅନୁସାରେ ଏଣିକି ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନେବା ଲାଗି ଆଉ ରାଜ୍ୟମାନଙ୍କ ଅନୁମତି ଆବଶ୍ୟକ ହେବ ନାହିଁ ।

ବର୍ତ୍ତମାନର ନିୟମ ଅନୁସାରେ କେଉଁ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବେ, ରାଜ୍ୟମାନେ ତାର ଏକ ତାଲିକା ପ୍ରଦାନ କରନ୍ତି । ପ୍ରଶାସନିକ ଆବଶ୍ୟକତା ଓ ଅଫିସରଙ୍କ ସଂଖ୍ୟାକୁ ଦେଖି ଏହା ନିର୍ଦ୍ଧାରଣ କରାଯାଏ । ତେବେ କେନ୍ଦ୍ରରେ ଦକ୍ଷ ଅଫିସରଙ୍କ ଅଭାବ ଓ ଅଫିସରଙ୍କୁ ଛାଡ଼ିବା ଲାଗି ରାଜ୍ୟମାନଙ୍କ ଅନିଚ୍ଛା ପ୍ରରୀପ୍ରେକ୍ଷୀରେ କେନ୍ଦ୍ର ଆଇଏଏସ୍ କ୍ୟାଡର ରୁଲରେ ପରିବର୍ତ୍ତନ କରିବାକୁ ଚାହୁଁଛି ।

ଏଥିଲାଗି ପର୍ସୋନେଲ ଓ ଟ୍ରେନିଂ ଡିପାର୍ଟମେଣ୍ଟ ପକ୍ଷରୁ ରାଜ୍ୟମାନଙ୍କୁ ଚିଠି ଲଖି ମତାମତ ମଗାଯାଇଛି । ଜାନୁଆରୀ ୨୫ ସୁଦ୍ଧା ପକ୍ଷ ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି । ତେବେ କେନ୍ଦ୍ରର ପ୍ରସ୍ତାବକୁ ଅଧିକାଂଶ ଅଣବିଜେପି ଶାସିତ ରାଜ୍ୟ ଜୋରଦାର ବିରୋଧ କରୁଥିବାରୁ ପୁଣି ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି ।

ଡିପାର୍ଟମେଣ୍ଟ ଅଫ୍ ପର୍ସୋନେଲ ଆଣ୍ଡ ଟ୍ରେନିଂ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ବିହାରରେ ୨୪୮ ଜଣ ଆଇଏସଏସ ଅଫିସର ଥିବା ବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୩୨ ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ସେହିପରି ଓଡ଼ିଶାର ୧୮୦ ଅଫିସରଙ୍କ ମଧ୍ୟରୁ ମାତ୍ର ୨୫ ଜଣ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । କେରଳର ୧୨୫ଙ୍କ ମଧ୍ୟରୁ ୨୦, ତାମିଲନାଡୁର ୩୨୨ଙ୍କ ମଧ୍ୟରୁ ୨୦ ଓ ଉତ୍ତରପ୍ରଦେଶର ୫୩୬ ଅଫିସରଙ୍କ ମଧ୍ୟରୁ ମାତ୍ର ୩୨ ଜଣ କେନ୍ଦ୍ରୀୟ ଡ୍ୟୁଟିରେ ଅଛନ୍ତି ।

ତେବେ ଗତବର୍ଷ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ଆଲାପନ୍ ବନ୍ଦୋପଧ୍ୟାୟ ପ୍ରସଙ୍ଗକୁ ନେଇ କେନ୍ଦ୍ର କ୍ୟାଡର୍ ରୁଲରେ ପରିବର୍ତ୍ତନ ଚାହୁଁଥିବା ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ୟସ୍ ବୈଠକରେ ଯୋଗ ନଦେବାକୁ ନେଇ ୧୯୮୭ ବ୍ୟାଚର ଏହି ଆଇଏଏସ୍ ଅଫିସରଙ୍କୁ ତୁରନ୍ତ କେନ୍ଦ୍ରୀୟ ଡେପୁଟେସନରେ ଡକାଯାଇଥିଲା ମାତ୍ର ପଶ୍ଚିମବଙ୍ଗ ସରକାର ତାଙ୍କୁ ଦାୟିତ୍ୱମୁକ୍ତ କରିନଥିଲେ ଏହାକୁ ନେଇ ବିବାଦ ଜୋର ଧରିଥିଲା ।