ଦୀପାବଳିରେ ବଡବଡୁଆ ଡାକ ଓଡ଼ିଶାର ଏକ ନିଆରା ପରମ୍ପରା। ମହାଳୟା ଦିନ ପୂର୍ବପୁରୁଷଙ୍କୁ ଡାକିଥିବା ଲୋକେ ଏହିଦିନ ସେମାନଙ୍କୁ ବିଦାୟ ଦେଇଥାନ୍ତି। ପିତୃ ପୁରୁଷଙ୍କୁ ଆଲୋକ ଦେଖାଇ ସ୍ୱର୍ଗ ଲୋକକୁ ଫେରିଯିବା ପାଇଁ ପ୍ରାର୍ଥନା କରନ୍ତି। ଏମିତି କିଛି ଦୃଶ୍ୟ ଏହିସବୁ ଫଟୋରେ ଦେଖିବାକୁ ମିଳିଛି।
ପଞ୍ଜିକା-ପଞ୍ଜିକା ଭିତରେ ଅସାମଞ୍ଜସ୍ୟ ଓ କ୍ୟାଲେଣ୍ଡରରୁ କ୍ୟାଲେଣ୍ଡରରେ ଭିନ୍ନ ଭିନ୍ନ ସୂଚନାରୁ କିଏ ଗତକାଲି ଦୀପାବଳି ସାଙ୍ଗକୁ ବଡ଼ବଡ଼ୁଆ ଡାକିଛନ୍ତି, ତ କିଏ ଆଜି ପୟାଶ୍ରାଦ୍ଧ ଦେବାକୁ ଯାଉଛନ୍ତି ।
ପଞ୍ଜିକା ଓ କ୍ୟାଲେଣ୍ଡରରେ ବିଭେଦତାକୁ ନେଇ ଦୂର ହେଲାନି ଦ୍ବନ୍ଦ୍ବ । ଆଜି ପୟାଶ୍ରାଦ୍ଧ ସହ ବଡ଼ବଡୁଆ ଡାକିଲେ ଅନେକ । ଶ୍ରୀମନ୍ଦିରରେ ଆସନ୍ତାକାଲି ଦୀପାବଳି ଓ ପୟାଶ୍ରାଦ୍ଧ ନୀତି । ପଞ୍ଜିକା ବିଭ୍ରାନ୍ତିରୁ ବାରମ୍ବାର ଉପୁଜୁଛି ଏଭଳି ସ୍ଥିତି । ସରାରଙ୍କ ହସ୍ତକ୍ଷେପ ଲୋଡ଼ିଲେ ଜ୍ୟୋତିର୍ବିଦ୍ ଓ ପଞ୍ଜିକାର ।
ହଟିଲାନି ଦ୍ବନ୍ଦ୍ବ,ଦୂର ହେଲାନି ବିଭ୍ରାନ୍ତି। ଅମାବାସ୍ୟା ନ ପଶୁଣୁ ଶ୍ରୀମନ୍ଦିର ସାମ୍ନାରେ କାଉଁରିଆ କାଠି ଜଳିଲା। ପୟାଶ୍ରାଦ୍ଧ କରି ପିତୃପୁରୁଷଙ୍କୁ ସ୍ବସ୍ଥାନକୁ ଯିବାକୁ ଆଲୋକ ଦେଖାଇଲେ ଶ୍ରଦ୍ଧାଳୁ।
ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଟୁଇଟ୍ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।
ଆଲୋକର ପର୍ବ ଦୀପାବଳି। ବିନା ବାଣରେ ଏହି ଉତ୍ସବ ଫିକା। ତେବେ ଏହି ପର୍ବ କେବଳ ହିନ୍ଦୁମାନେ ନୁହନ୍ତି, ଅନ୍ୟ ଧର୍ମ ଲୋକେ ମଧ୍ୟ ପାଳନ କରନ୍ତି। ଏହାକୁ କେଉଁ ଧର୍ମରେ କିପରି ପାଳନ ହୁଏ ଆସନ୍ତୁ ଜାଣିବା।
ବାଣ ଫୁଟାଉଥିବା ବେଳେ ଆଖିକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବା ଅତ୍ୟନ୍ତ ଜରୁରୀ। ବାଣର ସ୍ପାର୍କ ଏବଂ ଧୂଆଁ ଆଖିକୁ ନଷ୍ଟ କରିପାରେ। ଏହି ପର୍ବ ସମୟରେ କିପରି ଆଖିର ଯତ୍ନ ନେବେ ଏବଂ ଆଖିରେ ଆଘାତ ଲାଗିଲେ ତୁରନ୍ତ କ’ଣ ପଦକ୍ଷେପ ନିଆଯିବା ଉଚିତ ସେ ବିଷୟରେ ଜାଣିବା।
ଆଲୋକର ପର୍ବ ଦୀପାବଳି ଅବସରରେ ସଜେଇ ହେଲାଣି ରାମ ଜନ୍ମଭୂମି ଅଯୋଧ୍ୟା। ଏଥର ଅଯୋଧ୍ୟାର ଦୀପାବଳି ଆହୁରି ସ୍ବତନ୍ତ୍ର ହେବାକୁ ଯାଉଛି।
ପ୍ରତିବର୍ଷ ଦୀପାବଳିରେ ଅସାବଧାନତା ହେତୁ ବାଣ ଫୁଟାଇବା ବେଳେ ଅନେକଙ୍କ ହାତରେ ନିଆଁ ଲାଗିଯିବା କିମ୍ବା ଆଖିରେ ଆଘାତ ଲାଗିଥିବାର ଅନେକ ଘଟଣା ମଧ୍ୟ ଦେଖାଯାଏ। ଯଦି ଆପଣ ମଧ୍ୟ ଏପରି ସମସ୍ୟାର ଶିକାର ହୁଅନ୍ତି, ତେବେ ହଠାତ ଉପଶମ ପାଇଁ କିଛି ଘରୋଇ ଉପଚାର ଆରାମ ଦେଇପାରେ। ଆସନ୍ତୁ ସେ ବିଷୟରେ ଜାଣିବା।
କିଏ ନେକଲେସ୍, କାନଫୁଲ ଓ ରିଙ୍ଗ୍ କିଣୁଛି ତ କିଏ ପରମ୍ପରା ପାଳନ ପାଇଁ ସୁନା-ରୂପା କଏନଟିଏ ବି କିଣି ନେଉଛି । ପାଖରେ ଥିବା ଧନକୁ ଦେଖି ଧନତେରସରେ ଚାଲିଛି ସୁନା-ରୂପା କିଣା ।
ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ୍। ବିଶ୍ବାସ ଅଛି, ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି। ଏଥିପାଇଁ ବିଭିନ୍ନ ଗହଣା ଦୋକାନରେ ଗ୍ରାହକଙ୍କ ଭିଡ଼ ଜମିଛି।
ରାଜ୍ୟର କିଛି ଭାଗରେ ଲୋକେ ଅକ୍ଟୋବର ୩୧ ଗୁରୁବାର ହିଁ କାଳୀପୂଜା ସାଙ୍ଗକୁ ଦୀପାବଳି ଓ ପୟାଶ୍ରାଦ୍ଧ ପାଳନ କରିବାକୁ ଯାଉଛନ୍ତି।
ଶ୍ରୀମନ୍ଦିରରେ ଗୁରୁବାର ପାଳନ ହେବ କାଳୀପୂଜା କହିଲେ ଜ୍ୟୋତିର୍ବିଦ୍ । ପୁରୀ ସମେତ କିଛି ସ୍ଥାନରେ ଶୁକ୍ରବାର ଦୀପାବଳି ସହ ପୟାଶ୍ରାଦ୍ଧ ।
ପୁଣି ଅଦିନରେ ରଥଯାତ୍ରା ଆୟୋଜନ। ଏଥର ଦେଶ ନୁହେଁ, ବିଦେଶରେ। ଆମେରିକାର ହ୍ୟୁଷ୍ଟନରେ ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା।
ପୁଣି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ଭାଙ୍ଗିବାକୁ ଇସ୍କନର ଅପଚେଷ୍ଟା । ଆମେରିକାର ହ୍ୟୁଷ୍ଟନ ସହରରେ ଅଦିନିଆ ସ୍ନାନ ଯାତ୍ରା ଓ ରଥଯାତ୍ରା କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ଇସ୍କନର ହ୍ୟୁଷ୍ଟନ ଶାଖା ।
ଶାରଦୀୟ ଦୁର୍ଗାପୂଜାରେ ମା’ଙ୍କ ଆବାହନ ପରେ ଉତ୍ସବମୁଖର ହୋଇ ଉଠିଥିଲା ଇଂଲଣ୍ଡର ବାଥ୍ ସହରରେ ଥିବା ଜଗନ୍ନାଥ ମନ୍ଦିର ।
କୁମାରୀମାନଙ୍କ ପର୍ବ କୁମାର ପୂର୍ଣ୍ଣିମା। ଏହି ଦିନ ଧନର ଦେବୀ ଲକ୍ଷ୍ମୀଙ୍କୁ ଗଜବାହନ ସହ ପୂଜା କରାଯାଇଥାଏ। ଓଡ଼ିଶାରେ କୁମାର ପୂର୍ଣ୍ଣିମାକୁ ମୁଖ୍ୟତଃ କୁମାରୀ କନ୍ୟାମାନଙ୍କର ପର୍ବ ବୋଲି କୁହାଯାଏ। ଏହି ଦିନ କୁମାରୀମାନେ ଚନ୍ଦ୍ର ପୂଜା କରିବା ସହ ସନ୍ଧ୍ୟାରେ ତୁଳସୀ ଚଉରା ଆଗରେ ବନ୍ଦାପନା ମଧ୍ୟ କରିଥାନ୍ତି। ତେବେ ଏହି ଦିନ କାହିଁକି ହୁଏ ଚନ୍ଦ୍ରପୂଜା ଆସନ୍ତୁ ଜାଣିବା।
“କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଳ ବେଣୀ । କୁଆଁରୀ ଝିଅଙ୍କ ଅପୂର୍ବ ଆନନ୍ଦ ପୁଚି ଖେଳିବାକୁ ମନଗୋ ଫୁଲ ବଉଳବେଣୀ”। ଶୁଣନ୍ତୁ କୁମାର ପୂର୍ଣ୍ଣିମାକୁ ନେଇ କ'ଣ କହୁଛନ୍ତି କୁମାରୀ ମାନେ...
ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣମୀ ନୀତି ପରଦିନ ଅର୍ଥାତ୍ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ପାଇଁ ଜ୍ୟୋତିର୍ବିଦ୍ ମତ ରଖିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ବି ୧୮ରୁ ହବିଷ୍ୟାଳି ଯୋଜନା ଆରମ୍ଭ ହେଉଥିବା କହିଛି।
ଶ୍ରୀମନ୍ଦିରରେ କୁମାର ପୂର୍ଣ୍ଣମୀ ନୀତି ପରଦିନ ଅର୍ଥାତ୍ ୧୮ ତାରିଖରୁ କାର୍ତ୍ତିକ ବ୍ରତ ଆରମ୍ଭ ପାଇଁ ଜ୍ୟୋତିର୍ବିଦ୍ ମତ ରଖିଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ବି ୧୮ରୁ ହବିଷ୍ୟାଳି ଯୋଜନା ଆରମ୍ଭ ହେଉଥିବା କହିଛି।
କେଉଁଦିନଠୁ ହବିଷ୍ୟାଳି ଆରମ୍ଭ କରିବେ କାର୍ତ୍ତିକ ବ୍ରତ । ୧୭ ନା ୧୮ ତାରିଖ ।
ଖାଁ ଖାଁ ପୂଜା ମଣ୍ଡପ । ଶାରଦୀୟ ପୂଜା ପରେ ମା'ଙ୍କୁ ବିଦାୟ ଦେଉଛନ୍ତି ଭକ୍ତ । ପୁଣି ଆସନ୍ତା ବର୍ଷକୁ ଅପେକ୍ଷା । ଦୀର୍ଘ ୯ଦିନ ଧରି ଜଗତଜନନୀ ମା' ଦୁର୍ଗାଙ୍କୁ ବିଭିନ୍ନ ପୂଜା ମଣ୍ଡପରେ ପୂଜାର୍ଚ୍ଚନା ପରେ ବିସର୍ଜନ କରାଯାଇଛି।
ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗହଣରୁ ମେଲାଣି ନେଲେ ମା’ ଦଶଭୂଜା। ଶାରଦୀୟ ପୂଜା ଅବସରରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ଯାତ୍ରା ହୋଇଛି। ପୌରୁଷ ଓ ବୀରତ୍ୱର ପ୍ରତୀକ ନାଗା ଶ୍ରୀକ୍ଷେତ୍ରରେ ଦୀର୍ଘ ବର୍ଷ ଧରି ପୂଜା ପାଇ ଆସୁଛନ୍ତି। ଗୋଷାଣୀ ଏବଂ ନାଗା ପୂଜା ପୁରୀରେ ସ୍ବତନ୍ତ୍ର ଓ ନିଆରା ପରମ୍ପରା ରହିଛି। ଦେଖନ୍ତୁ ଶ୍ରୀକ୍ଷେତ୍ରରେ ଗୋଷାଣୀ ଯାତ୍ରାର କିଛି ଝଲକ୍...
ବଡ଼ ନିଆରା ଏ ପରମ୍ପରା... ଅଦ୍ଭୂତ ଏମାନଙ୍କ ନୀତିକାନ୍ତି । ମହିଳାଙ୍କ... ଦେହରେ ଆସନ୍ତି ଠାକୁରାଣୀ । ଚାଲନ୍ତୁ ଜାଣିବା ଏହି ଲାଠିଯାତ୍ରାକୁ ବିଷୟରେ, କଣ ରହିଛି ଏହାର ମାହତ୍ମ୍ୟ...
ବଡ଼ ନିଆରା ଏ ପରମ୍ପରା... ଅଦ୍ଭୂତ ଏମାନଙ୍କ ନୀତିକାନ୍ତି । ଏଇ ଦେଖୁନାହାନ୍ତି ଏ ମହିଳାଙ୍କୁ... ଲୋକେ କହୁଛନ୍ତି ୟାଙ୍କ ଦେହରେ କୁଆଡେ ଠାକୁରାଣୀ ସବାର ହୋଇଛନ୍ତି... ଆଉ ଦେଖନ୍ତୁ ଏ ଲାଠିଯାତ୍ରାକୁ ।