ନିର୍ଦ୍ଦେଶ ଅନୁପାଳନ ପାଇଁ ଜିଲ୍ଲାପାଳମାନଙ୍କୁ ସଂସ୍କୃତି ବିଭାଗର ଚିଠି ।
ଯାହାର ବାୟୁକୁ ଆମେ ଶ୍ୱାସରେ ନେଉ, ଯାହା ପାଇଁ ଆମ ପେଟ ପୂରେ, ଯିଏ ଅଛି ବୋଲି ଆମେ ଚିକିତ୍ସା ପାଇଁ ଔଷଧ ପାଉଛେ ଆମେ ତାକୁ ଭୁଲିଯାଉଛେ। ପ୍ରଦୂଷଣ ବୃଦ୍ଧି ଏବଂ ଜଳବାୟୁ ସଙ୍କଟ ପ୍ରକୃତିକୁ ନଷ୍ଟ କରିଚାଲିଛି। ପ୍ରକୃତି ବିରୋଧରେ ଚାଲିଥିବା ଏହି ଯୁଦ୍ଧକୁ ଯଥାଶୀଘ୍ର ଶେଷ କରିବାକୁ ହେବ।
ପ୍ରତିବର୍ଷ ୨୧ ମେ’ରେ ‘ଜାତୀୟ ଆତଙ୍କବାଦ ବିରୋଧୀ ଦିବସ’ ଆୟୋଜିତ ହୋଇଥାଏ, ଯାହା ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପାଇଁ ପାଳନ କରାଯାଏ। ଆସନ୍ତୁ ଏହାର ଇତିହାସ ଓ ଗୁରୁତ୍ୱ ବିଷୟରେ ଜାଣିନେବା।
ମାର୍ଚ୍ଚ ୨୧କୁ ବିଶ୍ୱ କବିତା ଦିବସ ଭାବେ ପାଳନ କରାଯାଏ। କବିତା ସହ ଜୀବନର ଗୁରୁତ୍ୱକୁ ସୂଚେଇଦେବା ହେଉଛି ଏହି ଦିନର ମହତ୍ତ୍ୱ। କବିତା ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ଏବଂ ପ୍ରେମ ଓ ଭକ୍ତି ପ୍ରକାଶ କରିବାର ସର୍ବୋଚ୍ଚ ଏବଂ ସର୍ବୋତ୍ତମ ରୂପ ଭାବରେ ବିବେଚନା କରାଯାଏ।
ଆଜିକାଲି ମହୁମାଛି ପାଳିବା ଏକ ଶୌକ ହୋଇଯାଇଛି ଯାହା ଅନେକ ଚାଷୀ, ବଗିଚା ପ୍ରେମୀ ଏବଂ ମହୁମାଛି ପାଳକଙ୍କୁ ଆକର୍ଷିତ କରୁଛି। ଆସନ୍ତୁ ମହୁମାଛି ବିଷୟରେ ଅଧିକ କିଛି ଜାଣିବା ଏବଂ କିପରି ମହୁମାଛି ଚାଷ କରାଯାଏ ତାହାର ଟିପ୍ସ ନେବା।
ଝାରପଡା ଜେଲ ପରିସରରେ ଆଜି ୨୩ ଜଣ ମହିଳା ଅନ୍ତେବାସୀ ପାଳନ କରିଛନ୍ତି ସାବିତ୍ରୀ ବ୍ରତ । ଏନେଇ ଜେଲ ପକ୍ଷରୁ ସେମାନଙ୍କ ପାଇଁ କରାଯାଇଥିଲା ସମସ୍ତ ବ୍ୟବସ୍ଥା । ନୂଆ ଶାଢି ,ଭୋଗ,ଫଳ, ଶଙ୍ଖା,ସିନ୍ଦୂର ଇତ୍ୟାଦି ପ୍ରଦାନ କରାଯାଇଥିଲା । ଅନ୍ତେବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆଣିବା ଜେଲ ବିଭାଗର ଲକ୍ଷ୍ୟ ରହିଥିବା କର୍ତ୍ତୃପକ୍ଷ କହିଛନ୍ତି।
ସ୍ୱାମୀ ଫେରିବେ, ସ୍ୱାମୀ ଆସିବେ ଏହି ଆଶାରେ ବିତିଗଲା ତାଙ୍କର ୧୦ ବର୍ଷ। ସତକୁ ସତ ସ୍ୱାମୀ ମଧ୍ୟ ଫେରିଲେ। ସ୍ୱାମୀ ଯାଇଥିଲେ ତ ଯାଇଥିଲେ ଆଉ ଘରକୁ ଫେରିନଥିଲେ। ହେଲେ ଶେଷରେ ସ୍ତ୍ରୀର ନିଷ୍ଠା ଓ ପ୍ରାର୍ଥନା ସତ ପ୍ରମାଣିତ ହୋଇଛି। ଆଉ ସ୍ୱାମୀ ଫେରିବା ପରେ ଘରେ ଖୁସି କହିଲେ ନସରେ।
ଓଡ଼ିଶାର ସଧବା ନାରୀମାନଙ୍କ ଦ୍ୱାରା ପାଳିତ ହୁଏ ସାବିତ୍ରୀ ବ୍ରତ। ନିଜ ସ୍ୱାମୀଙ୍କର ଦୀର୍ଘ ଆୟୁଷ ନେଇ ମଙ୍ଗଳ କାମନା କରି, ସଧବା ସ୍ତ୍ରୀମାନେ ସାବିତ୍ରୀଙ୍କ ପରି ଆଜୀବନ ସଧବା ରହିବା ପାଇଁ ଏହି ବ୍ରତ ପାଳନ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଏହି ବ୍ରତ ପଛର କାହାଣୀ।
ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସରେ ପଡୁଥିବାରୁ ପ୍ରବଳ ଗରମ ହୁଏ। ବର୍ତ୍ତମାନ ସମୟରେ ମଧ୍ୟ ସାରା ଦେଶ ତାତିରେ ଜଳୁଛି। ଏପରି ପରିସ୍ଥିତିରେ ଉପବାସ ସହିତ ନିଜର ଯତ୍ନ ନେବା ମଧ୍ୟ ଅତ୍ୟନ୍ତ ଜରୁରୀ। ତେବେ ଏହି ଗରମ ଉତ୍ତାପରେ ଉପବାସ ସମୟରେ ନିଜକୁ କିପରି ହାଇଡ୍ରେଟ୍ ରଖିବେ ସେ ବିଷୟରେ ଜାଣନ୍ତୁ।
ବିଶ୍ୱାସ କରାଯାଏ ଯେ ବିବାହିତ ମହିଳାମାନେ ଯେଉଁମାନେ ସାବିତ୍ରୀଙ୍କ ଉପବାସ ପାଳନ କରନ୍ତି, ସେମାନେ ଅଖଣ୍ଡ ସୌଭାଗ୍ୟବତୀ ହେବାର ଆଶୀର୍ବାଦ ପାଆନ୍ତି। ଏପରି ପରିସ୍ଥିତିରେ, ଯଦି ଆପଣ ବିବାହ ପରେ ପ୍ରଥମ ଥର ପାଇଁ ସାବିତ୍ରୀ ଉପବାସ ପାଳନ କରିବାକୁ ଯାଉଛନ୍ତି, ତେବେ ପୂଜାପାଠ ସହିତ ଜଡିତ ନିୟମଗୁଡ଼ିକର ଜାଣି ନିଅନ୍ତୁ।
ସାବିତ୍ରୀ ଓଷାକୁ ସର୍ବ ଭାରତୀୟ ସ୍ତରରେ ‘ବଟ ସାବିତ୍ରୀ ବ୍ରତ’ ଭାବେ ପାଳନ କରାଯାଏ। ଏହି ଦିନ ସଧବା ମହିଳାମାନେ ବଟ ବୃକ୍ଷ ବା ବରଗଛକୁ ପୂଜା କରି ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ତେବେ ଆସନ୍ତୁ ଏ ବିଷୟରେ ଜାଣିବା।
ସେଓ କିଲୋଗ୍ରାମ ପ୍ରତି ଦର ୨୦୦ରୁ ୨୫୦ ଟିପିଥିବା ବେଳେ ଲିଚୁ ୨୦୦ ଛୁଇଁଛି। ଅଙ୍ଗୁର ୨୦୦ରୁ ତେଣିକି ଏବଂ ପିଜୁଳି କିଲୋ ୧୦୦ରୁ ଅଧିକ।
ରାତି ପାହିଲେ ସାବିତ୍ରୀ ବ୍ରତ। ପତିର ଦୀର୍ଘ ଆୟୁଷ ସହ ମଙ୍ଗଳ ମନାସି ସଧବା ପାଳନ କରିବେ ସାବିତ୍ରୀ । ଏଣେ ପୂଜା ପାଇଁ ଭଳିକି ଭଳି ଫଳ କିଣିଲାବେଳକୁ କରେଣ୍ଟ ମାରୁଛି ଆକାଶଛୁଆଁ ଦର ।
କଟକ ଛତ୍ରବଜାର ଫଳ ଗୋଦାମରେ ଫଳ ବିକ୍ରି ଜୋର ସୋରରେ ଚାଲିଛି। ସେଓ, ଅଙ୍ଗୁର, ଆମ୍ବ, କଦଳୀ, ଲିଚୁ, କମଳା ଓ ଡାଳିମ୍ବ ଆଦି ଫଳ କିଣିବାରେ ବ୍ୟସ୍ତ ଗ୍ରାହକ।
ମେ ୧୭, ୧୮୬୫ରେ ଆନ୍ତର୍ଜାତୀୟ ଟେଲିକମ୍ ୟୁନିଅନ୍ ପ୍ରତିଷ୍ଠା ହେବା ପରଠାରୁ, ପ୍ରତିବର୍ଷ ମେ ୧୭ରେ ସମଗ୍ର ବିଶ୍ୱରେ ଦୂରସଂଚାର ଦିବସ ପାଳନ କରାଯାଏ। ୨୦୦୫ ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା ଏହି ଦିବସକୁ ‘ବିଶ୍ୱ ସୂଚନା ସମାଜ ଦିବସ’ ଭାବରେ ଘୋଷଣା କରିଥିଲା।
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବନକ ଲାଗି ନୀତି । ଦ୍ୱିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ସଂପାଦନ କରିବେ । ଶ୍ରୀଜିଉଙ୍କ ବନକ ଲାଗି ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।
ଦୁବାଇରେ ଓଡ଼ିଶା ଦିବସ ପାଳନ ଲାଗି ଗତ ସୋମବାର ଭୁବନେଶ୍ବରରୁ ଦୁବାଇକୁ ଉଡ଼ିଥିବା ପ୍ରଥମ ସିଧାସଳଖ ବିମାନେର ବହୁ ଓଡ଼ିଆ ଯାଇଛନ୍ତି।
ଯେମିତି ସାରା ଦୁନିଆରେ ଚାପ ବୃଦ୍ଧି ପାଉଛି, ସେହି ବେଗରେ ଉଚ୍ଚ ରକ୍ତଚାପ ବା ହାଇ ବିପି ସମସ୍ୟା ଲୋକମାନଙ୍କୁ ନିଜ ଆଡକୁ ଟାଣି ନେଉଛି। ତେବେ କାହିଁକି ବଢିଚାଲିଛି ଉଚ୍ଚ ରକ୍ତଚାପ ରୋଗୀ ସଂଖ୍ୟା ଜାଣିବା ପାଇଁ ପଢନ୍ତୁ।
ଆଜିକାଲି ବ୍ୟକ୍ତିକୁ ନେଇ ହେଉ କି ଜାତିକୁ ନେଇ, ଅଞ୍ଚଳକୁ ନେଇ ହେଉ କି ରାଜ୍ୟ ନେଇ ଅନେକଙ୍କ ମନରେ ଅଶାନ୍ତି ଦେଖିଯାଉଛି। ବର୍ତ୍ତମାନ ପରିସ୍ଥିତିରେ ଶାନ୍ତି ଏକାନ୍ତ ଜରୁରୀ। କିପରି ଏହାକୁ ପ୍ରତିଷ୍ଠା କରିହେବ ଆସନ୍ତୁ ଜାଣିବା।
ବରଗଡ଼ କଟାପାଲି ଗାଁର ତ୍ରିଲୋଚନ ସାହୁଙ୍କ ଘର,ପିଢ଼ିପିଢ଼ି ଧରି ଏକାଠି ରହି ଆସୁଛନ୍ତି ସମସ୍ତେ।
ପରିବାର ହେଉଛି ସମାଜର ମୂଳଦୁଆ। ଏହା ହିଁ ଏକ ମଜବୁତ୍ ଜାତିର ଉଦାହରଣ। ତେବେ ଆସନ୍ତୁ ଆଜି ‘ଆନ୍ତର୍ଜାତୀୟ ପରିବାର ଦିବସ’ ଅବସରରେ ଜାଣିବା ଏହି ଦିନର ଇତିହାସ ଏବଂ ଗୁରୁତ୍ୱ ବିଷୟରେ।
ଭାଙ୍ଗିଯାଉଛି ଧୈର୍ଯ୍ୟର ବନ୍ଧ । ମନ ଭିତରର ଯନ୍ତ୍ରଣା ଆଉ କୋହ ସବୁ, ଲୁହ ହୋଇ ଝରିଆସୁଛି ଆଖିବାଡ଼ ଡେଇଁ । ପ୍ରତ୍ୟେକ କଷ୍ଟ ଆଉ ୩ ପିଲାଙ୍କ ଦାୟିତ୍ୱକୁ ବୋଝେଇ ନିଜ ଅଧୁରା ସଂସାରର ଜଞ୍ଜାଳକୁ ସମ୍ଭାଳି ନେଉଥିବା ୟେ ବି ଜଣେ ମା’।
ମାଆ, ଏକ ଅନାବିଳ ଶବ୍ଦ । ଯେଉଁ ଶବ୍ଦ ଉଚ୍ଚାରଣ କରିବା ମାତ୍ରେ ଝରି ଆସେ ସ୍ନେହ । ଦିନେ ଯିଏ ପିଲାର ହାତ ଧରି ଦୁନିଆ ଦେଖାଇଥିଲା, ଆଜି ସେହି ପିଲାର ଯନ୍ତ୍ରଣା ଦେଖି ଜୀବନକୁ ଜଳାଞ୍ଜଳି ଦେବାକୁ ବି ପଛାଇ ନାହିଁ ।
ଯେତେ କଷ୍ଟ ହେଲେବି ନିଜ ପିଲାମାନଙ୍କ କୁଶଳ ମଙ୍ଗଳ ପାଇଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରେ ମା’ ।
ପିଲାମାନେ ଯେତେ ଦୁଃଖ ଦେଲେ ବି ମା’ ମନ କେବେ ଅଭିଶାପରେ ଭରେ ନାହିଁ। ନିଜ ସନ୍ତାନ ପାଇଁ ସବୁବେଳେ ଥାଏ ଆଶୀର୍ବାଦ। ଏମିତି ଦୁଇ ମା’ ହେଲେ ସରସ ଓ ମାଳତୀ। ପିଲାମାନେ ପର କଲା ପରେ ଏବେ ବୃଦ୍ଧାଶ୍ରମ ସାଜିଛି ଶେଷ ଠିକଣା। ଆସନ୍ତୁ ଜାଣିବା ପିଲାମାନଙ୍କ ନେଇ କ’ଣ କୁହନ୍ତି ଏହି ଦୁଇ ମା’।