Advertisment

ଆଜି ରଜ ସଂକ୍ରାନ୍ତି: ସବୁଠି ଖାଲି ମଉଜ ହିଁ ମଉଜ...

ଆଜି ହେଉଛି ରଜ ସଂକ୍ରାନ୍ତି। ଓଡ଼ିଶାର ଏକାଧିକ ପର୍ବ ମଧ୍ୟରୁ ଅନ୍ୟତମ ସ୍ୱତନ୍ତ୍ର ଗଣପର୍ବ ହେଉଛି ରଜ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
2nd day of raja called raja sankranti

2nd day of raja called raja sankranti

ଆଜି ହେଉଛି ରଜ ସଂକ୍ରାନ୍ତି। ଓଡ଼ିଶାର ଏକାଧିକ ପର୍ବ ମଧ୍ୟରୁ ଅନ୍ୟତମ ସ୍ୱତନ୍ତ୍ର ଗଣପର୍ବ ହେଉଛି ରଜ। ଗାଁ ଗହଳିରେ ବହୁତ ଆନନ୍ଦ ଉତ୍ସାହର ସହିତ ରଜ ପାଳନ କରାଯାଉଛି । ବିଶେଷ କରି ଏହା ହେଉଛି କୁଆଁରିଙ୍କ ପର୍ବ। ସଜବାଜ ହୋଇ ସେମାନେ ଆଜି ମଉଜ କରୁଛନ୍ତି।

Advertisment

ନୂଆ ଡ୍ରେସ୍ ପିନ୍ଧି, ହାତରେ ମେହେନ୍ଦି, ପାଦରେ ଅଳତା, ମୁଣ୍ଡରେ ଚନ୍ଦନର ଟିପା ଲଗାଇ ଏମାନେ ପାନ ଖାଇ ଦୋଳି ଖେଳନ୍ତି। ଆଉ ରଜଦୋଳି ଗୀତ ଗାଆନ୍ତି। କେବଳ ଝିଅମାନେ ନୁହଁନ୍ତି ରଜ ୩ ଦିନ ପୁଅମାନେ ବି ମଉଜରେ ମାତନ୍ତି। ଜମେ ତାସ୍, ପଶା, ବାଗୁଡ଼ି ଖେଳର ଆସର। ଘରେ ଘରେ ବିଭିନ୍ନ ପ୍ରକାରର ପିଠାପଣା ତିଆରି ସାଙ୍ଗକୁ ସମସ୍ତେ ଦୋଳି ଖେଳରେ ମଜ୍ଜି ଯାଇଥାନ୍ତି ।

ରଜର ଆଉ ଏକ ଆକର୍ଷଣ ହେଉଛି ମିଠା ପାନ ଓ ପୋଡ଼ ପିଠା। ଆଜିକାଲି ସହରରେ ମଧ୍ୟ ରଜ ପର୍ବକୁ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ଆୟୋଜନ କରାଯାଉଛି।

Advertisment

Raja Festival
Advertisment
Advertisment