ଚାଲିଛି ଶ୍ରାବଣ ମାସ। ଶିବ ଭକ୍ତମାନେ ମହାଦେବଙ୍କ କୃପା ପାଇବା ପାଇଁ ପାଣି ଭାର ନେଇ ସବୁ ସୋମବାରରେ ବିଭିନ୍ନ ଶୈବପୀଠକୁ ଯାଇ ଶିବ ଲିଙ୍ଗରେ ଜଳାଭିଷେକ କରୁଛନ୍ତି। ଏହି ଶିବ ଲିଙ୍ଗକୁ ସମଗ୍ର ଶକ୍ତିର ଉତ୍ସ ବୋଲି କୁହାଯାଏ। ଏହା ପଛରେ ରହିଛି ବୈଜ୍ଞାନିକ କାରଣ।
ଛାତ୍ରଛାତ୍ରୀମାନଙ୍କୁ ସାପମାନଙ୍କର ପ୍ରକାର ଭେଦ, ବିଷଧର ସାପଙ୍କୁ କିପରି ଚିହ୍ନିବ, ସାପକାମୁଡାର ପ୍ରାଥମିକ ଚିକିତ୍ସା, ସାପକାମୁଡାର ଲକ୍ଷଣ, ପରିବେଶରେ ସାପର ଗୁରୁତ୍ୱପୂର୍ଣ୍ଣ ଭୂମିକା ଇତ୍ୟାଦି ବିଷୟରେ ସ୍ନେକ ହେଲ୍ପ ଲାଇନର ସଦସ୍ୟ ବୁଝାଇଥିଲେ ।
ବେକାରୀ ସମସ୍ୟା ବିଶ୍ୱସ୍ତରରେ ଏକ ଚିନ୍ତାର କାରଣ ହୋଇଛି। ଏପରି ପରିସ୍ଥିତିରେ, ଦକ୍ଷତା ବିକାଶ ଏବଂ ସେମାନଙ୍କର ସାମର୍ଥ୍ୟର ବିକାଶ ପାଇଁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ ହୋଇପଡିଛି। ସେଥିପାଇଁ ପାଳନ ହେଉଛି ‘ବିଶ୍ୱ ଯୁବ ଦକ୍ଷତା ଦିବସ’।
ଭାରତରେ ଜନସଂଖ୍ୟା ବୃଦ୍ଧି ସବୁଠାରୁ ଅଧିକ ବୋଲି ଦେଖାଯାଇଛି। ଆଜି ଏହା ଭାରତର ସବୁଠୁ ବଡ ସମସ୍ୟା ରୂପେ ଠିଆ ହୋଇଛି। ଭାରରରେ ଜନସଂଖ୍ୟା ବୃଦ୍ଧିର ଅନେକ କାରଣ ରହିଛି। ଆସନ୍ତୁ ଏହିସବୁ କାରଣ ଉପରେ ନଜର ପକେଇବା ଏବଂ କେଉଁ ଉପାୟ ଅନୁସରଣ କଲେ ଏଥିରେ ଲଗାମ ଦେଇହେବ ସେ ବିଷୟରେ ଜାଣିନେବା।
‘ବିଶ୍ୱ ଜନସଂଖ୍ୟା ଦିବସ’ ପ୍ରତିବର୍ଷ ୧୧ ଜୁଲାଇରେ ପାଳନ କରାଯାଏ। ଏହାର ଲକ୍ଷ୍ୟ ହେଉଛି ବିଶ୍ୱର ଜନସଂଖ୍ୟା ଧାରା ଏବଂ ଏହାର ପ୍ରଭାବ ପ୍ରତି ଧ୍ୟାନ ଆକର୍ଷିତ କରିବା।
ଶିବ ଗୃହସ୍ଥ ହୋଇଥିଲେ ମଧ୍ୟ ଶ୍ମଶାନରେ ରୁହନ୍ତି। ସେ ସଂସାରୀ ହୋଇଥିଲେ ବି ଶ୍ମଶାନରେ କାହିଁକି ରୁହନ୍ତି? ସେ ଏହା ଦ୍ୱାରା ଦୁନିଆକୁ କି ବାର୍ତ୍ତା ଦେବାକୁ ଚାହାନ୍ତି? ଏଭଳି ଅନେକ ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ । ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ଭଗବାନ ଶିବଙ୍କ ଶ୍ୱଶୁର ଏବଂ ମାତା ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ କେବେ ପସନ୍ଦ କରନ୍ତି ନାହିଁ। ପୌରାଣିକ କଥା ଅନୁଯାୟୀ, ରାଜା ଦକ୍ଷ ଏବଂ ଭଗବାନ ଶିବଙ୍କ ମଧ୍ୟରେ ତିକ୍ତତାର ତିନୋଟି କାରଣ ଅଛି। ଆସନ୍ତୁ ଜାଣିବା।
ଶିବ ଭକ୍ତମାନେ ବୋଲ୍ବମ୍ ଯାତ୍ରାରେ ନଦୀର ପବିତ୍ର ଜଳକୁ କାନ୍ଧରେ ନେଇ ଶିବଲିଙ୍ଗ ଉପରେ ଜଳାଭିଷେକ କରନ୍ତି। ପ୍ରତି ସୋମବାର ଏହି ଜଳାଭିଷେକ କଲେ ମହାଦେବ ସନ୍ତୁଷ୍ଟ ହୁଅନ୍ତି ବୋଲି ବିଶ୍ୱାସ ରହିଛି। କାଉଡିଆମାନେ ଜଳ ନେଇ ଯାତ୍ରା ସମୟରେ ‘ବୋଲ୍ବମ୍’ ନାରା ଦେଇଥାନ୍ତି। ଆସନ୍ତୁ ଜାଣିବା ଏହା ପଛର କାରଣ।
ଆଜିକାଲି ବୋଲ୍ବମ୍ ଯାତ୍ରା ଖୁବ୍ ଲୋକପ୍ରିୟ ହେବାରେ ଲାଗିଛି। ପିଲା, ବୃଦ୍ଧ, ଯୁବକ, ମହିଳା ଏହାକୁ ଆପଣେଇ ନେଲେଣି। ଶିବ କୃପା ପାଇବା ପାଇଁ ଖାଲି ପାଦରେ ଦୂରଦୂରାନ୍ତରେ ଥିବା ଶୈବପୀଠକୁ ଯାଇ ଜଳାଭିଷେକ କରୁଛନ୍ତି। ତେବେ ଏହି ବୋଲ୍ବମ୍ ଯାତ୍ରାର ଅନେକ ନିୟମ ରହିଛି। ଆପଣ ଯଦି ଜାଣି ନାହାନ୍ତି ତେବେ ଜାଣିବା ପାଇଁ ପଢନ୍ତୁ।
ବିଦ୍ୟାର୍ଥୀମାନେ ବିଭିନ୍ନ ବୃକ୍ଷର ବିହନକୁ ମାଟି ଗୋଳା ମଧ୍ୟରେ ଭର୍ତ୍ତି କରି ଛୋଟ ଛୋଟ ବଲ୍ ପ୍ରସ୍ତୁତ କରିଥିଲେ
ଗୁରୁପୂର୍ଣ୍ଣିମା ଅବସରରେ ସମୂହ ଗୀତା ପାଠ ହୋଇଛି । ଆଉ ଏଥିରେ ପ୍ରାୟ ୧୦ ହଜାର ଲୋକ ଏକତ୍ରିତ ହୋଇ ଗୀତାପାଠ କରିଛନ୍ତି ।
ଶ୍ରାବଣ ମାସ ଆରମ୍ଭ । ବାବା ମହାକାଳଙ୍କ ପାଖରେ ପୂଜାର୍ଚ୍ଚନା କଲେ ଶ୍ରଦ୍ଧାଳୁ । ଲାଗି ରହିଛି ଭିଡ ।
ଗୁରୁଙ୍କ ମହତ୍ତ୍ୱକୁ ଉପଲବ୍ଧ କରିବା ପାଇଁ ପ୍ରତିବର୍ଷ ଆଷାଢ ମାସର ପୂର୍ଣ୍ଣିମାକୁ ଗୁରୁ ପୂର୍ଣ୍ଣିମା ଭାବେ ପାଳନ କରାଯାଏ। ଏହାକୁ ବ୍ୟାସ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜି ସେହି ପବିତ୍ର ଦିନ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଏହି ପର୍ବ ବିଷୟରେ ଜାଣିନେବା।
ସାରା ବିଶ୍ୱରେ ପ୍ଲାଷ୍ଟିକ୍ ବ୍ୟାଗ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବା ନେଇ ପ୍ରତି ବର୍ଷ ଜୁଲାଇ ୩କୁ ‘ଆନ୍ତର୍ଜାତୀୟ ପ୍ଲାଷ୍ଟିକ୍ ବ୍ୟାଗ୍ ମୁକ୍ତ ଦିବସ’ ଭାବେ ପାଳନ କରାଯାଏ। ଏହି ଦିନ ପ୍ଲାଷ୍ଟିକର ବ୍ୟବହାର ଏବଂ ଏହାର କ୍ଷତି ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଏ।
ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସହ ଆଜି ସାରା ଓଡ଼ିଶାରେ ପାଳିତ ହୋଇଛି ରସଗୋଲା ଦିବସ। ଜିଆଇ ଟ୍ୟାଗ୍ ମିଳିବା ପରେ ରସଗୋଲା ଆମର କହି ଗର୍ବ କରୁଛି ପ୍ରତିଟି ଓଡ଼ିଆ । ହେଲେ ଦୁଃଖର ବିଷୟ ହେଉଛି ଯେ, ପଶ୍ଚିମବଙ୍ଗ ସହ ବର୍ଷ ଧରି ଲଢ଼ି ଜିଆଇ ମାନ୍ୟତା ପାଇବା ପରେ ବି ସରକାରୀ ସ୍ତରରେ ରସଗୋଲାର ଯେଭଳି ପ୍ରଚାର ପ୍ରସାର ହେବା କଥା, ତାହା ଆଦୌ ଦେଖିବାକୁ ମିଳୁନି ।
ଚାଲିଛି ନୀଳାଦ୍ରିନାଥଙ୍କ ନିଳାଦ୍ରି ବିଜେ ନୀତି। ଗୋଟି ପହଣ୍ଡିରେ ଝୁଲି ଝୁଲି ଯାଉଛନ୍ତି ଶ୍ରୀଜିଉ। ନବଦିନର ଘୋଷଯାତ୍ରା ପରେ ଶ୍ରୀମନ୍ଦିର ଫେରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଜିଠାରୁ ଆରମ୍ଭ ହେବ ମହାବାହୁଙ୍କ ରତ୍ନସିଂହାସନ ଲୀଳା।
କେତେବେଳେ ଝିଅକୁ ପରଧନ କୁହାଯାଇଛି ତ ପୁଣି କେତେବେଳେ ବୋଝ ଭଳି ଶବ୍ଦ ବ୍ୟବହାର କରାଯାଇଛି। ଏବେ ଏ ଦେଶ ଏଥିରୁ ଧିରେ ଧିରେ ଦୂରେଇ ଯାଉଛି। ଆଜିକାଲି ଝିଅମାନେ ମଧ୍ୟ ପୁରୁଷଙ୍କ ସହ କାନ୍ଧ ମିଳେଇ ବାଟ ଚାଲୁଛନ୍ତି। ଆଜି ଜାତୀୟ ଡାକ୍ତର ଦିବସରେ ଆସନ୍ତୁ ଏମିତି ଦୁଇ ମହାନ ଡାକ୍ତରଙ୍କ ବିଷୟରେ ଜାଣିନେବା ଯେଉଁମାନେ ଝିଅ ଜନ୍ମ ପାଇଁ ଟଙ୍କାଟିଏ ବି ନିଅନ୍ତି ନାହିଁ।
ମାନବ ସ୍ୱାସ୍ଥ୍ୟର ଉନ୍ନତି ଦିଗରେ କାର୍ଯ୍ୟ କରିବାରେ ଆମେ ସମସ୍ତ ଡାକ୍ତରଙ୍କ ଅବଦାନକୁ ମନେରଖିବା ଆବଶ୍ୟକ। ଆଜି ଜାତୀୟ ଡାକ୍ତର ଦିବସ ଅବସରରେ ଆସନ୍ତୁ ଏହାର ଇତିହାସ, ଗୁରୁତ୍ୱ ଏବଂ ଏ ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଜାଣିନେବା।
ହଜି ଯାଉଛି ହସ । ଆଜିକାଲି କାହା ମୁହଁରେ ଆଉ ଖୋଲା ହସ ଦେଖିବାକୁ ମିଳୁନି। ସମସ୍ତେ ବିଷାଦ ଓ ଅବସାଦ ଜୀବନ ଜୀଉଁଛନ୍ତି। ଏନେଇ ଲୋକଙ୍କ ମୁହଁରେ ଚେନାଏ ହସ ଫୁଟାଇବା ପାଇଁ ପ୍ରତିବର୍ଷ ଜୁଲାଇ ୧ ରେ ‘ଅନ୍ତର୍ଜାତୀୟ ଜୋକ୍ ଦିବସ’ ସମଗ୍ର ବିଶ୍ୱରେ ପାଳନ କରାଯାଏ।
ତିନିରଥ ଉପରେ ସୁନାବେଶ ପରଦିନ ଅଧରପଣା ନୀତି ସମାପନ ହୋଇଥାଏ। ଆଷାଢ଼ ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଏହି ନୀତି କରାଯାଇଥାଏ। ମଧ୍ୟାହ୍ନ ଧୂପ ଶେଷ ହେବାପରେ ଓ ସନ୍ଧ୍ୟା ଆଳତି ପୂର୍ବରୁ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ।
ଆଜି କାଳିଆ ସାଆନ୍ତଙ୍କ ଅଧରପଣା ନୀତି। ସୁନାବେଶ ପରଦିନ ରଥ ଉପରେ ଅଧରପଣା ନୀତି ସମାପନ ହୋଇଥାଏ। ଏହାର ରହସ୍ୟ କ’ଣ ଆସନ୍ତୁ ଜାଣିବା।
ଆଜିର ଦିନକୁ ମୁସଲମାନ ସଂପ୍ରଦାୟର ଲୋକେ ବଳିଦାନର ଦିବସ ରୂପେ ପାଳନ କରିଥାନ୍ତି ।
ଇଦ୍ ଉଲ୍ ଜୁହା ‘ବକ୍ରୀଦ୍’ ନାମରେ ମଧ୍ୟ ଜଣାଶୁଣା। ବକର ଇଦ୍ ଆରବୀୟ ଶବ୍ଦ ‘ବକର’ରୁ ଉତ୍ପନ୍ନ। ‘ବକର’ର ଅର୍ଥ ବଡ଼ ବା ବିରାଟ। ଇସଲାମୀୟ ବିଶ୍ୱାସ ଅନୁଯାୟୀ, ‘ଇଦ୍ ଉଲ୍ ଜୁହା’କୁ ଏକ ଅତି ପବିତ୍ର ପର୍ବ ଭାବେ ବିବେଚନା କରାଯାଏ।
କଳିଯୁଗରେ ଶ୍ରୀକ୍ଷେତ୍ରରେ ଜଗନ୍ନାଥ ରୂପୀ କୃଷ୍ଣଙ୍କ ଚାଲିଛି ଲୀଳାଖେଳା। ଶେଷ ହୋଇଛି ଜଗନ୍ନାଥଙ୍କର ବାହୁଡା ଯାତ୍ରା। ଆଜି ସୁନାବେଶ। ପୁରୀ ଏବେ ଜନ ସମୁଦ୍ର। ଏହି ପବିତ୍ର ମୁହୂର୍ତ୍ତରେ ଆସନ୍ତୁ ଜଗନ୍ନାଥ ଓ ପୁରୀ ମନ୍ଦିରର ୫ଟି ଅଜଣା କଥା ବିଷୟରେ ଜାଣିନେବା।
ଆଜି ଶ୍ରୀଜିଉଙ୍କ ସୁନାବେଶ। ପବିତ୍ର ଏକାଦଶୀ ତିଥିରେ ତିନି ରଥ ଉପରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧା ମୂରତି।