• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୧୯୩୪ରେ ଜାତିର ପିତା ଗାନ୍ଧିଜୀ ଆସିଥିଲେ ଓଡ଼ିଶା । ପଦଯାତ୍ରାରେ ଯୋଗଦେଇ ଖଦି, କୁଟୀର ଶିଳ୍ପର ଉନ୍ନତି, ନାରୀ ସଶକ୍ତିକରଣ ଓ ଶିକ୍ଷା ପ୍ରଚାର ପ୍ରସାର ବି କରିଥିଲେ । ଏହି ଦୁଇଦିନିଆ ଗସ୍ତରେ ଗାନ୍ଧିଜୀଙ୍କ ଠିକଣା ଥିଲା କଟକ ଜିଲ୍ଲା ମାହାଙ୍ଗାର କାଇଥା ଆଶ୍ରମ ।

ମାତ୍ର ଦୁଇଦିନର ରହଣୀରେ ଆଶ୍ରମରେ ସେ ଛାଡିଯାଇଛନ୍ତି ଅନେକ ସ୍ମୃତି । ଏବେବି ଗାନ୍ଧିଜୀ ବ୍ୟବହାର କରିଥିବା ଆସବାବପତ୍ର ଓ ଲୁଗାପଟା ଆଶ୍ରମରେ ସେମିତି ସାଇତା ହୋଇ ରହିଛି, ଆଉ ସ୍ମୃତିକୁ ରୋମନ୍ଥନ କରୁଛି ।

ଅଧିକ ପଢ଼ନ୍ତୁ: କେବେ ଠାରୁ ଭାରତୀୟ ମୁଦ୍ରାରେ ସ୍ଥାନ ପାଇଲା ଗାନ୍ଧିଜୀଙ୍କ ଫଟୋ ?

ଇତିହାସ ବଖାଣୁଥିବା ଓ ସ୍ମୃତିକୁ ତାଜା କରୁଥିବା ଏକ ଫଟୋ ଗାନ୍ଧିଜୀଙ୍କ ଓଡ଼ିଶାଗସ୍ତ ସମୟର । ସେତେବେଳେ ଦେଶ ପାଇଁ ସ୍ୱାଧୀନତା ଯେତିକି ଜରୁରୀ ଥିଲା ସମାଜରେ ସଚେତନତା ବି ସେତିକି ଗୁରୁତ୍ୱ ରଖୁଥିଲା । ଏଣୁ ହରିଜନ ପଦଯାତ୍ରାରେ ସାମିଲ ହେବାକୁ ୨ଦିନିଆ ଓଡ଼ିଶା ଗସ୍ତରେ ଆସିଥିଲେ ଗାନ୍ଧିଜୀ ।

ବଇରୀ ଷ୍ଟେସନରୁ ଓହ୍ଲାଇବା, ଲୋକେ ପାଛୋଟି ନେବା, ଆଶ୍ରମରେ ରହଣୀ ସବୁ ଫଟୋଚିତ୍ର କ୍ୟାମେରା କଏଦ ହୋଇରହିଛି । ଚମ୍ପାପୁର ହାଟ ନିକଟରେ ଯେଉଁଠି ଗାନ୍ଧିଜୀ ଜନସଭାକୁ ସମ୍ବୋଧିତ କରିଥିଲେ ସେଠି ଏବେ ତାଙ୍କର ଏକ ପ୍ରତିମୂର୍ତ୍ତି ଶୋଭାପାଉଛି । ଆଉ କାଇଥା ଆଶ୍ରମରେ ସାଇତା ହୋଇଛି ତାଙ୍କ ଅଭୂଲା ସ୍ମୃତି ।

ଆଶ୍ରମରେ ଏବେବି ସେ ଖଟ ଅଛି, ତକିଆ ଅଛି, ବେଡ଼ସିଟ ଅଛି ଯାହାକୁ ଗାନ୍ଧୀ ବ୍ୟବହାର କରିଥିଲେ । ଅତିଯତ୍ନର ସହ ସେ ସବୁକୁ ରଖାଯାଇଛି । ଆଶ୍ରମଟିକୁ ପ୍ରତିଷ୍ଠା କରିଥିଲେ ଗାନ୍ଧିଜୀଙ୍କ ପଟ୍ଟଶିଷ୍ୟ ଗୋବିନ୍ଦ ଚନ୍ଦ୍ର ମିଶ୍ର । ପରବର୍ତ୍ତୀ ପର୍ଯ୍ୟାୟରେ ଗାନ୍ଧୀଙ୍କ ସ୍ମୃତିରେ ଏହାକୁ ଗାନ୍ଧୀ ଶିକ୍ଷାଶ୍ରମ କରାଯାଇଛି । ବିଦ୍ୟାଳୟକୁ ଏକ ସ୍ମାରକୀ ବିଦ୍ୟାଳୟ ଭାବେ ଘୋଷଣା କରି ଏହାର ଉନ୍ନତିକରଣ କରାଇବା ପାଇଁ ସାଧାରଣରେ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ: ଦେଶ ପାଇଁ ପ୍ରାଣବଳୀ ଦେଇଥିବା ୧୦ ଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ

 

  • Reported by:
  • Manoj Acharya