• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମିଳିତ ପରେଡର ଅଭିବାଦନ ଗ୍ରହଣ କରିବା ସାଙ୍ଗକୁ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଅବସରରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି, ଓଡ଼ିଶାର ବିକାଶରେ ସମସ୍ତେ ସାମିଲ ହୋଇଛନ୍ତି । ଅର୍ଥନୀତିରେ ରାଜ୍ୟ ସମୃଦ୍ଧ ହୋଇଛି । ଲକ୍ଷ ଲକ୍ଷ କୋଟି ପୁଞ୍ଜି ଆସୁଛି । ସମସ୍ତ ପଞ୍ଚାୟତରେ ବ୍ୟାଙ୍କିଂ ସୁବିଧା ଆରମ୍ଭ ହୋଇଛି  । ବିଏସ୍‌କେୱାଇ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବଡ଼ ସହାୟକ ହୋଇଛି । ମଧୁବାବୁ ପେନ୍‌ସନ ଯୋଜନାରେ ଆଉ ୪ ଲକ୍ଷ ସାମିଲ ହେବ । ଆଜି ଠାରୁ ନୂଆ ହିତାଧିକାରୀ ଯୋଜନାର ସୁଫଳ ପାଇବେ । 

ଏସଏଚ୍‌ଜି ମହିଳା ଓ ଚାଷୀଙ୍କ ପାଇଁ ସରକାର ସଂକଳ୍ପବଦ୍ଧ । ଗରିବ, ଚାଷୀ, ମହିଳା, ଜନଜାତିକୁ ନେଇ ଆଗକୁ ବଢ଼ିବା । ଭାରତର ସ୍ୱାଧୀନତା ସଂଗ୍ରାମ ବିଶ୍ୱରେ ନୂଆ ଯୁଗ ଆରମ୍ଭ କରିଥିଲା  । ଏ ସଂଗ୍ରାମ ସମସ୍ତଙ୍କ ପାଇଁ ପ୍ରେରଣା ଆଣି ଦେଇଥିଲା  । ଆଜି ଭାରତ ବିଶ୍ୱରେ ନିଜକୁ ପ୍ରମୁଖ ଶକ୍ତି ଭାବେ ପ୍ରତିଷ୍ଠା କରିପାରିଛି  । ବିଭିନ୍ନ କ୍ଷେତ୍ରରେ ଆମର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଚନ୍ଦ୍ରଯାନ-୩ ମହାକାଶ ବିଜ୍ଞାନ କ୍ଷେତ୍ରରେ ଗୌରବ ବଢ଼ାଇଛି । 

 

ସେପଟେ ରାଜ୍ୟସ୍ତରୀୟ ପରେଡରେ SSB, OSAP, ଓଡ୍ରାଫ, ରାଜ୍ୟ ପୋଲିସ ବ୍ୟାଣ୍ଡ ସହିତ ଛତିଶଗଡ଼ ପୋଲିସର ଏକ ଟିମ୍ ସାମିଲ ହୋଇଛନ୍ତି । ପରେଡର ନେତୃତ୍ୱ ନେଇଛନ୍ତି ଆଇପିଏସ୍ ଅଙ୍କିତ ବର୍ମା । ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଲାଗି ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସୁରକ୍ଷା ଓ ଶାନ୍ତିଶୃଙ୍ଖଳା ରକ୍ଷା ଦାୟିତ୍ୱରେ ମୋଟ ୧୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୧୦୦ ଜଣ ଅଫିସର ମୁତୟନ ‌ଅଛନ୍ତି ।...

ସେପଟେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବାସ ପାଳନ ଲାଗି କନ୍ଧମାଳ, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା ଓ ନୂଆପଡ଼ା ଆଦି ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏସବୁ ଜିଲ୍ଲାରେ ମାଓବାଦୀଙ୍କ ଗତିବିଧି ଥିବାରୁ  ସ୍ୱାଧୀନତା ଦିବସର ଯଥେଷ୍ଟ ଆଗରୁ ସୁରକ୍ଷା ବାହିନୀ ସଜାଗ ରହିବା ସହ ବ୍ଲକିଂ ଓ ଚେକିଂକୁ ଜୋରଦାର କରାଯାଇଛି। ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ ଉପରେ ସନ୍ଦିଗ୍ଧଙ୍କ ଆତଯାତ ଉପରେ କଡ଼ା ନଜର ରଖାଯାଇଛି।...