/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691932931.jpg)
Full Dress Rehearsal
ଆଉ ଦିନକ ପରେ ଦେଶ ପାଳନ କରିବ ୭୭ତମ ସ୍ବାଧୀନତା ଦିବସ । ଏଥିପାଇଁ ପଲ୍ଲୀଠୁ ଦିଲ୍ଲୀ ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ଜୋରଦାର । ରାଜଧାନୀ ଦିଲ୍ଲୀରେ ଧୁମଧାମରେ ସ୍ୱାଧିନତା ଦିବସ ପାଳନ ଲାଗି ଚାଲିଛି ପରେଡ ରିହର୍ସଲ । ଫୁଲ ଡ୍ରେସ୍ ରିହରସଲ କରୁଛନ୍ତି ସାମିଲ ହେବାକୁ ଥିବା କଣ୍ଟିଜେଣ୍ଟ । ଆଉ ଏପଟେ ସାରା ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସବୁଠି ତୀକ୍ଷ୍ଣ ନଜର ରଖିଛନ୍ତି ସୁରକ୍ଷାକର୍ମୀ ।
ସାରା ବିଶ୍ୱ ଦେଖିବ ଭାରତୀୟ ସେନା ବାହିନୀର ଶକ୍ତି ଓ ସାମର୍ଥ୍ୟ । ୭୭ତମ ସ୍ୱାଧୀନତା ଦିବସ ପାଳନ ଲାଗି ଦେଶର ରାଜଧାନୀ ଦିଲ୍ଲୀରେ ଜୋରସୋରରେ ଚାଲିଛି ପ୍ରସ୍ତୁତି ।ଦେଶବାସୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଐତିହାସିକ ଲାଲକିଲ୍ଲାଠାରେ ଚାଲିଛି ଫୁଲଡ୍ରେସ ରିହର୍ସଲ । ଫୁଲ ଡ୍ରେସ୍ ରିହରସଲ କରୁଛନ୍ତି ସାମିଲ ହେବାକୁ ଥିବା କଣ୍ଟିଜେଣ୍ଟ । ଏଥିରେ ସେନାର ତିନି ବାହିନୀ ସମେତ ଅର୍ଦ୍ଧସାମରିକ ବାହିନୀ ସାମିଲ ହୋଇଛନ୍ତି ।
ଆଉ ଏପଟେ ଅଗଷ୍ଟ ୧୫ରେ ଭାରତୀୟ ବାୟୁସେନାର ଆଡଭାନସଡ ଲାଇଟ ହେଲିକପଟର ଧ୍ରୁବ ଦେଖାଇବ ତାର ସାମର୍ଥ୍ୟ । ଅତିଥିମାନଙ୍କ ଉପରେ ହେଲିକପଟର ସହାୟତାରେ ଫୁଲ ପାଖୁଡା ପକାଯାଇ ସ୍ୱାଗତ କରାଯିବ । ଆଉ ଏଥିପାଇଁ ଦିଲ୍ଲୀ ଆକାଶରେ ବାୟୁସେନା ତାର ପ୍ରସ୍ତୁତି ଚଳାଇଛି। ସ୍ୱାଧିନତା ଦିବସ ପରେଡ ଲାଗି ଦେଶ ବିଦେଶର ୧୮ଶହ ଅତିଥିଙ୍କୁ ଆମନ୍ତ୍ରିତ କରାଯାଇଛି । ଏଥିରେ ସାଧାରଣ ବର୍ଗଙ୍କଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ରହିଛନ୍ତି ।
ଦିଲ୍ଲୀରେ ଫୁଲ ଡ୍ରେସ୍ ରିହର୍ସଲ ଲାଗି ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି । ଆଜିଠୁ ଦିଲ୍ଲୀ ଲାଲକିଲ୍ଲା ଅଞ୍ଚଳକୁ କରାଯାଇଛି ପ୍ରବେଶ ନିଷେଧ । ରାସ୍ତାରେ ବାରିକେଡ କରାଯାଇ ଯାନବାହାନ ଅଟକାଉଛି ପୋଲିସ । ଜଳ, ସ୍ଥଳ, ଆକାଶ ସବୁଠି ସୁରକ୍ଷା ବ୍ୟବସ୍ଥା କରାଯାଇଛି କଡାକଡି । ସ୍ୱାଧିନତା ଦିବସ ପାଳନ ପୂର୍ବରୁ ଚାଲିଛି ଏଭଳି ପ୍ରସ୍ତୁତି । ଛକ ଛକରେ ମୁତୟନ ହୋଇଛନ୍ତି ସୁରକ୍ଷାକର୍ମୀ ।
ସ୍ୱାଧିନତା ଦିବସ ଉପଲକ୍ଷେ ଅଗଷ୍ଟ ୧୩ରୁ ଅଗଷ୍ଟ ୧୫ ମଧ୍ୟରେ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉପରେ ଫୋକସ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଉ ଏଥିପାଇଁ ପ୍ରତ୍ୟେକ ଭାରତୀୟ ସୋସିଆଲ ମିଡିଆରେ ନିଜ ନିଜର ପ୍ରୋଫାଇଲ ଫଟୋ ବଦଳାଇ ତ୍ରିରଙ୍ଗା ରଖିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ । ନିଜେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରୋଫାଇଲ ଫଟୋ ବଦଳରେ ତ୍ରିରଙ୍ଗା ରଖିଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)