Advertisment

ନର୍ସ, ଚାଷୀ, ମତ୍ସ୍ୟଜୀବୀ..ସ୍ୱାଧୀନତା ଦିବସ ସମାରୋହରେ ଯୋଗଦେବେ ମୋଦିଙ୍କ ସ୍ୱତନ୍ତ୍ର ଅତିଥି

ଚଳିତ ବର୍ଷ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ସମାରୋହରେ ଏହି ସବୁ ନିମନ୍ତ୍ରିତ ଅତିଥିମାନେ ଉପସ୍ଥିତ ରହିବେ ।

author-image
Prangyan Parimita
ଅଦ୍ୟତନ ହୋଇଛି
Independence Day 2023

Independence Day 2023

ସ୍ୱାଧୀନତା ଦିବସରେ ଲାଲକିଲ୍ଲା (Red Fort) ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଦେଶକୁ ଉଦବୋଧନ ଦେବେ। ତାଙ୍କୁ ଶୁଣିବା ପାଇଁ ତଥା ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦେଶର କୋଣ ଅନୁକୋଣରୁ ସ୍ୱତନ୍ତ୍ର ଅତିଥି ମାନଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଛି । ପ୍ରାୟ ୧୮୦୦ ଲୋକଙ୍କୁ ନିମନ୍ତ୍ରଣ ପତ୍ର (Invitation Letter) ପଠାଯାଇଛି । ଏଥିରେ ସାଧାରଣ ବର୍ଗଙ୍କ ଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରର ବ୍ୟକ୍ତି ବିଶେଷ ରହିଛନ୍ତି । ସ୍ୱାଧୀନତା ଦିବସ ସମାରୋହକୁ ସ୍ମରଣୀୟ କରିବା ଲାଗି ନର୍ସ, ମତ୍ସ୍ୟଜୀବୀ, ଚାଷୀ, ଶ୍ରମଯୋଗୀ, ଖଦୀ ଶ୍ରମିକ, ଜାତୀୟ ପୁରସ୍କାର ବିଜେତା ଶିକ୍ଷକ, ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀ ଆଦିଙ୍କୁ ନିମନ୍ତ୍ରଣ କରାଯାଇଛି ।

Advertisment

୭୭ତମ ସ୍ୱାଧୀନତା ଦିବସ ପାଳନ ଲାଗି ଜୋରସୋରରେ ଚାଲିଛି ପ୍ରସ୍ତୁତି ।  ସାରା ଦେଶ ଦେଖିବ ଭାରତୀୟ ସେନା ବାହିନୀର ଶକ୍ତି ଓ ସାମର୍ଥ୍ୟ । ରାଜଧାନୀ ଦିଲ୍ଲୀରେ ସ୍ୱାଧୀନତା ଦିବସ ପାଳନ ଲାଗି ପରେଡ ରିହର୍ସଲ । ଫୁଲ ଡ୍ରେସ୍ ରିହରସଲ କରୁଛନ୍ତି ସାମିଲ ହେବାକୁ ଥିବା କଣ୍ଟିଜେଣ୍ଟ । ଏଥିରେ ସେନାର ତିନି ବାହିନୀ ସମେତ ଅର୍ଦ୍ଧସାମରିକ ବାହିନୀ ସହ ଅନ୍ୟାନ୍ୟ ବିଭାଗର ପ୍ରତିଯୋଗୀ ସାମିଲ ହୋଇଛନ୍ତି । ସଶସ୍ତ୍ର ବାହିନୀ ଏବଂ ଦିଲ୍ଲୀ ପୋଲିସ ପକ୍ଷରୁ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କାର୍ଯ୍ୟକ୍ରମରୁ ଆରମ୍ଭ ହୋଇଥିଲା ଏହି ରିହର୍ସଲ । ଏହାପରେ ଜାତୀୟ ପତାକା ଉତ୍ତୋଳନ, ଜାତୀୟ ସଂଗୀନ ଗାନ ସହ ୨୧ ଗନ ସାଲ୍ୟୁଟ୍ କାର୍ଯ୍ୟକ୍ରମ ରହିଥିଲା ।

ଅନ୍ୟପଟେ ଦିଲ୍ଲୀରେ ଫୁଲ ଡ୍ରେସ୍ ରିହର୍ସଲ ଲାଗି ଟ୍ରାଫିକ୍ କଟକଣା ଲାଗୁ କରାଯାଇଛି । ଏଥିଲାଗି ଦିଲ୍ଲୀ ଟ୍ରାଫିକ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିଲାଗି ଆଜି ଭୋର ୪ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଟ୍ରାଫିକ୍ କଟକଣା ଲାଗି ରହିଛି ।....

Advertisment

ସେହିପରି ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ପାଳନ ପାଇଁ ଜୋରଦାର ପରେଡ୍ ରିହର୍ସଲ । ଚଳିତ ବର୍ଷ ମାତ୍ର ୫ଟି କଣ୍ଟିନଜେଣ୍ଟ ଏହି ପରେଡରେ ଭାଗ ନେବେ।ସେଥିରେ ଅଛନ୍ତି SSB, OSAP, ଓଡ୍ରାଫ, ଷ୍ଟେଟ୍ ପୋଲିସ ବ୍ୟାଣ୍ଡ ସହିତ ଛତିଶଗଡ଼ ପୋଲିସର ଏକ ଟିମ୍ ଭାଗ ନେବେ। ଏହି ପରେଡର ନେତୃତ୍ୱ ନେବେ ଆଇପିଏସ୍ ଅଧିକାରୀ ଅଙ୍କିତ କୁମାର ବର୍ମା ।...

Farmers Independence Day Red Fort PM Nurses
Advertisment
Advertisment