Advertisment

Independence Day 2023: ଆପଣ ଦ୍ୱନ୍ଦ୍ୱରେ କି… ଚଳିତ ବର୍ଷ ୭୬ ନା ୭୭ ତମ ସ୍ୱାଧୀନତା ଦିବସ… ଜାଣନ୍ତୁ

ପ୍ରାୟ ସବୁବର୍ଷ ସ୍ୱାଧୀନତା ଦିବସକୁ ନେଇ ଏକ ଦ୍ୱନ୍ଦ୍ୱ ମନକୁ ଆସେ ଯେ, ଏହା କେତେ ତମ ସ୍ୱାଧୀନତା ଦିବସ। ଚଳିତ ବର୍ଷ ମଧ୍ୟ ଏହା ୭୬ ତମ ନା ୭୭ ତମ ସ୍ୱାଧୀନତା ଦିବସ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଅନେକଙ୍କ ମନରେ ଆସୁଥାଇ ପାରେ। ଜାଣନ୍ତୁ ଠିକ୍ କ’ଣ…

author-image
Pramod Behera
ଅଦ୍ୟତନ ହୋଇଛି
Independence Day 2023

Which independence day will we celebrate this year 76th or 77th

ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ସମସ୍ତଙ୍କ ମନରେ ସ୍ୱାଧୀନତା ଦିବସ ପାଳନ ଉତ୍ସାହ। ସମସ୍ତଙ୍କ ମନରେ ଜାତୀୟତାବୋଧ ଆଉ ଦେଶପ୍ରେମର ଲହରୀ। ପ୍ରାୟ ୨୦୦ ବର୍ଷର ପରାଧୀନତା ପରେ ୧୫ ଅଗଷ୍ଟ ୧୯୪୭ରେ ଭାରତ ଏକ ସ୍ୱାଧୀନ ଦେଶ ହେଲା। ସେବେଠାରୁ ଆମେ ପ୍ରତିବର୍ଷ ୧୫ ଅଗଷ୍ଟକୁ ସ୍ୱାଧୀନତା ଦିବସ ଭାବରେ ପାଳନ କରିଥାଉ।

Advertisment

ପ୍ରାୟ ସବୁବର୍ଷ ସ୍ୱାଧୀନତା ଦିବସକୁ ନେଇ ଏକ ଦ୍ୱନ୍ଦ୍ୱ ମନକୁ ଆସେ ଯେ ଏହା କେତେ ତମ ସ୍ୱାଧୀନତା ଦିବସ। ଚଳିତ ବର୍ଷ ମଧ୍ୟ ଏହା ୭୬ ତମ ନା ୭୭ ତମ ସ୍ୱାଧୀନତା ଦିବସ ତାହାକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ଅନେକଙ୍କ ମନରେ ଆସୁଥାଇ ପାରେ। ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ ଏହି ବର୍ଷ କେତେ ତମ ସ୍ୱାଧୀନତା ଦିବସ ପାଳନ ହେଉଛି।

୭୬ତମ ନା ୭୭ତମ:

ଏହି ବର୍ଷ ବ୍ରିଟିଶ ଶାସନର ଶିକୁଳିକୁ ଭାଙ୍ଗି ଆମେ ମୁକ୍ତି ପାଇବାର ୭୬ ବର୍ଷ ପୂରଣ କରୁଛୁ। ଏହି ବର୍ଷ ୧୫ ଅଗଷ୍ଟ ଅବସରରେ ଦେଶ ସ୍ୱାଧୀନତାର ୭୬ ବର୍ଷ ପୂରଣ କରିବ, ଯାହାର ଖୁସିରେ ସମଗ୍ର ଦେଶ ଉତ୍ସବମୁଖର। ତେବେ ଚଳିତ ବର୍ଷ କେତେ ସ୍ୱାଧୀନତା ଦିବସ ପାଳନ କରାଯିବ ସେନେଇ ଅନେକ ଦ୍ୱନ୍ଦ୍ୱରେ ଥିବେ।

Advertisment

ଅଧିକ ପଢ଼ନ୍ତୁ: ମୁକ୍ତି ସଂଗ୍ରାମରେ ୪ ଓଡ଼ିଆ ନାରୀ; ଶତ୍ରୁ ପକ୍ଷଙ୍କ ପାଇଁ ସାଜିଥିଲେ ମୁଣ୍ଡବିନ୍ଧାର କାରଣ

ଯଦି ଆମେ ବିଗତ ବର୍ଷଗୁଡିକୁ ଦେଖିବା ତେବେ ଆମେ ୨୦୨୧ରେ ୭୫ତମ, ୨୦୨୨ରେ ୭୬ତମ ସ୍ୱାଧୀନତା ଦିବସ ପାଳନ କରିଥିଲୁ। ଏହି କ୍ରମରେ ଚଳିତ ବର୍ଷ ବା ୨୦୨୩ରେ ଆମେ ୭୭ ତମ ସ୍ୱାଧୀନତା ଦିବସ ପାଳନ କରିବୁ। ଏହାର ଅର୍ଥ ଆମେ ୭୬ ତମ ସ୍ୱାଧୀନତା ଦିବସ ପୂରଣ କରି ୭୭ତମ ସ୍ୱାଧୀନତା ଦିବସରେ ପାଦ ରଖିବୁ।

ଚଳିତ ବର୍ଷର ଥିମ୍:

ପ୍ରତିବର୍ଷ ସ୍ୱାଧୀନତା ଦିବସ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ପାଳନ କରାଯାଏ। ଏହା ପ୍ରତିବର୍ଷ ପରିବର୍ତ୍ତନ ହୁଏ। ତେବେ ଚଳିତ ବର୍ଷର ଥିମ୍ ହେଉଛି 'ଜାତି ପ୍ରଥମ, ସର୍ବଦା ପ୍ରଥମ'(Nation first, always first)। ପ୍ରତିବର୍ଷ ପରି ଏଥର ମଧ୍ୟ ଦେଶର ପ୍ରଧାନମନ୍ତ୍ରୀ ଲାଲ କିଲାରୁ ଦେଶକୁ ସମ୍ବୋଧିତ କରିବେ।

ପ୍ରତିବର୍ଷ ଭଳି, ଏହି ବର୍ଷ ମଧ୍ୟ ଅଗଷ୍ଟ ୧୫ରେ, ଦେଶ ତ୍ରିରଙ୍ଗାର ରଙ୍ଗରେ ରଙ୍ଗୀନ ହେବ। ୭୬ ବର୍ଷ ପୂର୍ବେ ସ୍ୱାଧୀନତା ପାଇବା ଏକ ବଡ ଆହ୍ୱାନ ଥିଲା ସତ କିନ୍ତୁ ତା’ଠାରୁ ବଡ ଏବଂ ପ୍ରକୃତ ଆହ୍ୱାନ ହେଉଛି ଭାରତର ଏହି ସ୍ୱାଧୀନତାକୁ ବଜାୟ ରଖିବା ଏବଂ ଗଣତନ୍ତ୍ରର ଉନ୍ନତି କରିବା ତଥା ଗଣତାନ୍ତ୍ରିକ ପରିବେଶକୁ ବଜାୟ ରଖିବା।

ଅଧିକ ପଢ଼ନ୍ତୁ: ଦେଶ ପାଇଁ ପ୍ରାଣବଳୀ ଦେଇଥିବା ୧୦ ଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ

Independence Day Independence Day Celebration
Advertisment
Advertisment