/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692075547.jpg)
Know story of Inchudi memorial which witnessed Salt Satyagraha
ଭାରତ ସ୍ୱାଧୀନତା ସଂଗ୍ରାମର ମେରୁଦଣ୍ଡ ଓ ମୁକସାଖି ଭାବେ ଛିଡା ହୋଇଛି ବାଲେଶ୍ୱର ଜିଲ୍ଲାର ଇଞ୍ଚୁଡି ଲବଣ ସତ୍ୟାଗ୍ରହ ପୀଠ । ୧୯୩୦ ମସିହା ଏପ୍ରିଲ ୧୩ ତାରିଖରେ ବ୍ରିଟିଶର ମାନଙ୍କ ବିରୁଦ୍ଧରେ ଲୁଣ ମାରିବା ପାଇଁ ଏଠାରେ ଏକତ୍ରିତ ହୋଇଥିଲେ ହଜାର ହଜାର ସତ୍ୟାଗ୍ରହୀ । ଗାନ୍ଧିଜୀଙ୍କ ଡାକରାରେ ପୂର୍ବ ଭାରତର ପ୍ରଥମ ଲୁଣ ମରାଯାଇଥିଲା ଇଞ୍ଚୁଡିରେ । ଯାହାର ନେତୃତ୍ୱ ନେଇଥିଲେ ଗୋପବନ୍ଧୁ ଚୌଧୁରୀ, ଆଚାର୍ଯ୍ୟ ହରିହର ଏବଂ ଡ.ହରେକୃଷ୍ଣ ମହତାବ ।
ମାତ୍ର ୨୦ ଜଣ ସତ୍ୟାଗ୍ରହୀ କଟକରୁ ଚାନ୍ଦବାଲି ହୋଇ ବାଲେଶ୍ୱରର ସ୍ୱରାଜ ଆଶ୍ରମରେ ପହଞ୍ଚିଥିଲେ ସେଠାରୁ ପରଦିନ ପ୍ରଥମେ ତୁଣ୍ଡୁରା ପହଞ୍ଚିବା ପରେ ପଣାସଂକ୍ରାନ୍ତି ଦିନ ଇଞ୍ଚୁଡ ସମୁଦ୍ର ମୁହାଣର ଧୋବାଗଣ୍ଡି ନଈକୂଳରେ ଏକତ୍ରିତ ହୋଇ ସେହି ପାଣିରେ ଲୁଣ ମାରିଥିଲେ । ଗଞ୍ଜାମରୁ ଗଞ୍ଜାମ ବାହିନୀ, ସମ୍ବଲପୁରରୁ ପଶ୍ଚିମମା ବାହିନୀ, ଗୁଜୁରାଟି ବାହିନୀ, ମାରୁୱାଡି ବାହିନୀ ଭଳି ୬୦ ହଜାର ସତ୍ୟାଗ୍ରହୀ ଏକଜୁଟ ହୋଇ ଇଂଁରେଜ ମାନଙ୍କ ବିରୁଦ୍ଧରେ ଆଇନ ଅମାନ୍ୟ ଆନ୍ଦୋଳନ କରି ଲୁଣ ମାରିଥିଲେ ।
ଆଜି ଦେଶ ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ଯେଉଁମାନଙ୍କ ରକ୍ତ ଓ ବଳିଦାନରେ ଦେଶ ଆଜି ସ୍ୱାଧୀନ, ସେମାନେ ଆଜି ନାହାଁନ୍ତି ସତ । ହେଲେ ସେମାନଙ୍କ ପ୍ରାଣମୂର୍ଚ୍ଛା ଉଦ୍ୟମ ଓ ଗାନ୍ଧି, ସର୍ଦ୍ଦାର ପଟେଲ ଏବଂ ନେହେରୁଙ୍କ ଭଳି ବ୍ୟକ୍ତିତ୍ୱଙ୍କ ଆହ୍ୱାନରେ ଇଞ୍ଚୁଡିରେ ହିଁ ସ୍ୱାଧୀନ ଭାରତର ବହ୍ନି ଜଳିଉଠିଥିଲା । ଏହି ମାଟିକୁ ନମନ କରି ବିଭିନ୍ନ ସମୟରେ ମା ମାଟି ପାଇଁ ଗର୍ବ କରୁଥିବା ଭାରତୀୟମାନେ ଏହି ମାଟିକୁ ସାଲମ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)