• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଜଣେ ଭାରତୀୟ ନାଗରିକ ଭାବେ ଆଇନଗତ ଅଧିକାର ସମ୍ପର୍କରେ ଅବଗତ ହେବା ଅତ୍ୟନ୍ତ ଜରୁରୀ। ଯାହାକି ଆପଣଙ୍କ ଆତ୍ମବିଶ୍ୱାସକୁ ସୁଦୃଢ଼ କରିବା ସହ ବିଭିନ୍ନ ପରିସ୍ଥିତିକୁ ସାମ୍ନା କରିବାରେ ସହାୟକ ହୋଇଥାଏ। ହେଲେ କିଛି ଜଣ ଏହି ମୌଳିକ ଆଇନଗତ ଅଧିକାର ସମ୍ପର୍କରେ ଅବଗତ ନଥାନ୍ତି, ଯାହାକି ଦୈନନ୍ଦିନ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବା ସହ ପରିର୍ତ୍ତନ ମଧ୍ୟ ଆଣିପାରେ। ଚଳିତ ସ୍ୱାଧୀନତା ଦିବସ ଅବସରରେ ଆସନ୍ତୁ ଜାଣିବା ଏହି ଆଇନଗତ ଅଧିକାର ସମ୍ପର୍କରେ...

୧. ମାମଲା ରୁଜୁ କରିବାର ଅଧିକାର(Right to File an FIR)

ଆଇପିସି ଧାରା 166A ଅନୁସାରେ, ଏଫଆଇଆର୍‌ ରୁଜୁ କରିବା ପାଇଁ ପୋଲିସ୍‌ ଅଧିକାରୀ ମନା କରିପାରିବେ ନାହିଁ। ରିପୋର୍ଟ କରିବାର ଅଧିକାର ଆପଣଙ୍କର ଅଛି। ଆଉ ଯଦି କେହି ମାମଲା ରୁଜୁ ପାଇଁ ମନା କରନ୍ତି, ତା’ହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ। ଏହି ଅଧିକାର ସୁନିଶ୍ଚିତ କରେ ଯେ, ଆପଣଙ୍କର ଅଭିଯୋଗ ଗୁରୁତ୍ୱ ସହ ନିଆଯାଇ ଏହାର ତଦନ୍ତ କରାଯିବ।

ଅଧିକ ପଢ଼ନ୍ତୁ: ଆପଣ ଦ୍ୱନ୍ଦ୍ୱରେ କି… ଚଳିତ ବର୍ଷ ୭୬ ନା ୭୭ ତମ ସ୍ୱାଧୀନତା ଦିବସ… ଜାଣନ୍ତୁ

୨. ଫେରସ୍ତ ପାଇବାର ଅଧିକାର(Right to Claim a Refund)

ଯଦି ଆପଣ କୌଣସି ଜିନିଷ କିଣିଛନ୍ତି, ହେଲେ ଏନେଇ ଅସନ୍ତୁଷ୍ଟ ଅଛନ୍ତି, ତା’ହେଲେ ଗ୍ରାହକ ସୁରକ୍ଷା ବିଲ୍ ଅନୁସାରେ ଆପଣ ଟଙ୍କା ଫେରସ୍ତ ପାଇବାର ଅଧିକାର ରହିଛି। ଗ୍ରାହକ ସୁରକ୍ଷା ଆଇନ୍‌ ପକ୍ଷରୁ ନୂଆ ନିୟମ ଏବଂ ନିୟମାବଳୀ ପ୍ରଚଳିତ ହୋଇଛି। ଏହି ନିୟମ ଅନୁସାରେ, ତ୍ରୁଟିପୂର୍ଣ୍ଣ କିମ୍ବା ବିଳମ୍ବରେ ଡେଲିଭରି ହୋଇଥିବା ଜିନିଷ କିମ୍ବା ଜିନିଷ ଗ୍ରହଣ କରିବାକୁ ଗ୍ରାହକ ବାଧ୍ୟ ନୁହନ୍ତି।

୩. ପିଲାମାନଙ୍କ ଠାରୁ ଭରଣପୋଷଣ ପାଇବା ବାପାମା’ଙ୍କ ଅଧିକାର(Right of Parents to be Maintained by Their Children)

CPC( Criminal Procedure Code)ର ଧାରା ୧୨୫ ଅନୁଯାୟୀ, ବାପାମା’ ସେମାନଙ୍କର ପ୍ରାପ୍ତ ବୟସ୍କ ସନ୍ତାନଙ୍କ ଠାରୁ ଭରଣପୋଷଣ ପାଇବାକୁ ହକ୍‌ଦାର। 

୪. ସମାନ କାମ ପାଇଁ ସମାନ ଦରମା(Right to Equal Pay for Equal Work)

୧୯୭୬ର ସମାନ ଦରମା ଆଇନ୍‌ ଅନୁଯାୟର, ଉଭୟ ପୁରୁଷ ଓ ମହିଳା ସମାନ କାମ ପାଇଁ ସମାନ ଦରମା ପାଇବାକୁ ହକ୍‌ଦାର। ଏହାଦ୍ୱାରା କାର୍ଯ୍ୟାଳୟରେ ଲିଙ୍ଗଗତ ସମାନତା ରକ୍ଷା କରାଯାଇପାରିବ।

୫. ଗିରଫ ବେଳେ ମହିଳାଙ୍କ ଅଧିକାର(Rights of a Woman When Arrested)

CPC( Criminal Procedure Code)ର ଧାରା ୪୬ ଅନୁଯାୟୀ, ଜରୁରୀକାଳୀନ ପରିସ୍ଥିତି ବ୍ୟତୀତ କୌଣସି ମହିଳାଙ୍କୁ ସୂର୍ଯ୍ୟୋଦୟ ପୂର୍ବରୁ(ସକାଳ ୬ଟା) କିମ୍ବା ସୂର୍ଯ୍ୟୋଦୟ ପରେ(ସନ୍ଧ୍ୟା ୬ଟା) ପରେ ଗିରଫ କରାଯାଇପାରବନି। ଯଦି ଏହା ଜରୁରୀ ଥାଏ କେବଳ ଜଣେ ମହିଳା ପୋଲିସ୍‌ ଅଧିକାରୀ ଗିରଫ କରିପାରିବେ। ଏହାଦ୍ୱାରା ମହିଳାଙ୍କ ସମ୍ମାନ ଓ ସୁରକ୍ଷାକୁ ନିଶ୍ଚିତ କରାଯାଇପାରିବ। 

୬. କୌଣସି ଟ୍ରାଫିକ ପୋଲିସ୍‌ ଆପଣଙ୍କ ଗାଡ଼ିର ଚାବି ନେଇଗଲେ ଆଇନ୍‌ର ଆଶ୍ରୟ ନେଇପାରିବେ(Right to Take Legal Action )

୧୯୮୮, ମୋଟରଯାନ ଆଇନ୍‌ ଅନୁଯାୟୀ, କୌଣସି ଟ୍ରାଫିକ ପୋଲିସ୍‌ ଆପଣଙ୍କ ଗାଡ଼ିର ଚାବି ନେଇପାରିବେ ନାହିଁ। 

୭. ପୋଲିସ୍‌ ଅଫିସର ୟୁନିଫର୍ମରେ ଥାଆନ୍ତୁ କିମ୍ବା ନଥାଆନ୍ତୁ ସେମାନେ ଡ୍ୟୁଟିରେ ଅଛନ୍ତି ବୋଲି ଧରିବାକୁ ହେବ ଏବଂ ସେମାନଙ୍କୁ ସହାୟତାର ହାତ ବଢ଼ାଇବାକୁ ହେବ। (Right Under the Police Act)

 

ଅଧିକ ପଢ଼ନ୍ତୁ: ସ୍ୱାଧୀନତା ପରଠୁ ଭାରତକୁ ଏକ ସ୍ୱତନ୍ତ୍ର ଦେଶର ପରିଚୟ ଦେଇଥିବା କିଛି ପ୍ରମୁଖ ସଫଳତା

୧୮୬୧, ପୋଲିସ୍‌ ନିୟମ ଅନୁଯାୟୀ, ଜଣେ ପୋଲିସ୍‌ ଅଧିକାରୀ ଛୁଟିରେ ଥିଲେ ବି କୌଣସି ପୀଡ଼ିତଙ୍କୁ ସହାୟତା ଦେବାକୁ ମନା କରିପାରିବେ ନାହିଁ। ଏହାଦ୍ୱାରା ଜନସାଧାରଣଙ୍କ ଜୀବନ‌ ଅଧିକ ସୁରକ୍ଷିତ ରହିପାରିବ। 

୮. ସରକାରୀ ଭାବେ ସବୁ ମାତୃତ୍ୱ ସୁବିଧା ପାଇବାର ଅଧିକାର(Right Under the Maternity Benefit Act)

୧୯୬୧, ମାତୃତ୍ୱ ସୁବିଧା ନିୟମ ଅନୁଯାୟୀ, ଜଣେ ଗର୍ଭବତୀ ମହିଳାଙ୍କୁ ଚାକିରିରୁ ଛଟେଇ କରାଯାଇପାରିବନି। 

୯. ଆପଣଙ୍କ ଚେକ୍‌ ବାଉନ୍ସ ହେଲେ ଆପଣ ଆଇନ୍‌ର ଆଶ୍ରୟ ନେଇପାରିବେ(Right Against Cheque Bounce)

୧୮୮୧ର Negotiable Instruments Act ଅନୁଯାୟୀ, ଆପଣଙ୍କ ଚେକ୍‌ ବାଉନ୍ସ ହେଲେ ଆପଣ ଆଇନ୍‌ର ଆଶ୍ରୟ ନେବା ସହ ଆପଣଙ୍କର ଅର୍ଥ ଫେରି ପାଇପାରିବେ।

୧୦. ମାଗଣା ଆଇନ୍‌ ସହାୟତା ପାଇବାର ଅଧିକାର(Right to Free Legal Aid)

ଧାରା 39-A ଅନୁସାରେ, ଯେଉଁମାନେ ଆଇନ୍‌ ସହାୟତା ପାଇଁ ଅର୍ଥ ଯୋଗାଡ଼ କରିବାକୁ ଅକ୍ଷମ ସେମାନଙ୍କ ମାଗଣା ଆଇନ୍‌ ସହାୟତା ଦିଆଯି

୧୧. ତଥ୍ୟ ପାଇବାର ଅଧିକାର(Right to Information )

ତଥ୍ୟ ପାଇବାର ଅଧିକାର ଅନୁଯାୟୀ, ଆପଣ କୌଣସି ତଥ୍ୟ ପାଇବାରେ ବିଳମ୍ବ ହେଲେ ସମ୍ପୃକ୍ତ ଅଧିକାରୀଙ୍କୁ ଦଣ୍ଡିତ କରାଯାଇପାରିବ।

୧୨. ଆପଣ କୌଣସି ଜିନିଷ କିଣିବା ବେଳେ ଦୋକାନୀ ଆପଣଙ୍କଠୁ ଧାର୍ଯ୍ୟ ମୂଲ୍ୟରୁ ଅଧିକ ଦାବି କରିପାରିବେ ନାହିଁ।(Maximum Retail Price Act, 2014)

ଗ୍ରାହକ ସୁରକ୍ଷା ନିୟମ ଅନୁଯାୟୀ, କୌଣସି ଦୋକାନୀ ଗ୍ରାହକଙ୍କ ଠାରୁ ମନଇଚ୍ଛା (ଧାର୍ଯ୍ୟ ମୂଲ୍ୟରୁ ଅଧିକ ଟଙ୍କା) ନେଇପାରିବେ ନାହିଁ। ବରଂ ଗ୍ରାହକ ଜିନିଷ କିଣିବା ବେଳେ MRP ଠାରୁ କମ୍‌ ଦର ଦେବାକୁ ଦୋକାନୀଙ୍କୁ କହିପାରିବେ।