• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସ୍ୱାଧୀନତା ଦିବସ ପାଇଁ ସାରା ଦେଶ ଉତ୍ସବମୁଖର। ଦୀର୍ଘଦିନ ଗୋରା ଶାସନ ଅଧିନରେ ରହିବା ପରେ ୧୯୪୭ ମସିହା ଅଗଷ୍ଟ ୧୪ ମଧ୍ୟରାତ୍ରରେ ଦେଶ ମା’ ମୁକ୍ତି ପାଇଲା। ଏନେଇ ଅନେକ ଦେଶ ଭକ୍ତ ସେମାନଙ୍କ ରକ୍ତ ବୁହାଇଛନ୍ତି।

ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନେ ହେଉଛନ୍ତି ଭାରତର ପ୍ରକୃତ ହିରୋ ଯିଏ ନିଜ ମାତୃଭୂମି ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି। ଭାରତର ଏହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ବଳିଦାନ ଏବଂ ବୀରତ୍ୱ ଯୋଗୁଁ ହିଁ ଭାରତ ସ୍ୱାଧୀନତା ଲାଭ କଲା। ଏନେଇ ଶହ ଶହ ବୀର ଜୀବନ ଦେଇଛନ୍ତି। ଆଜି ଆମେ ସେହିମାନଙ୍କ ଭିତରୁ ଶ୍ରେଷ୍ଠ ୧୦ଜଣଙ୍କୁ ଜାଣିନେବା।

ଅଧିକ ପଢ଼ନ୍ତୁ: ବିକାଶର ରାସ୍ତାରେ ଆଗେଇ ଚାଲିଛି ଭାରତ; ପାଇଲାଣି ଅନେକ ଉପଲବ୍ଧି

ବାସ୍ତବରେ, ଭାରତର ଶ୍ରେଷ୍ଠ ୧୦ ଜଣ ସ୍ୱାଧୀନତା ସଂଗ୍ରାମୀଙ୍କୁ ବାଛିବା ଅତ୍ୟନ୍ତ କଷ୍ଟକର। କାରଣ ପ୍ରତ୍ୟେକ ସ୍ୱାଧୀନତା ସଂଗ୍ରାମୀ ନିଜ ନିଜ ଉପାୟରେ ଭାରତର ସ୍ୱାଧୀନତା ପାଇଁ ସହଯୋଗ କରିଥିଲେ। ତଥାପି, ଆମେ କହିପାରିବା ଯେ ଏମିତି କିଛି ସ୍ୱାଧୀନତା ସଂଗ୍ରାମୀ ଥିଲେ ଯେଉଁମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ପ୍ରସିଦ୍ଧ ଥିଲେ। ଆସନ୍ତୁ ସେମାନଙ୍କୁ ଜାଣିବା।

ମହାତ୍ମା ଗାନ୍ଧୀ:

ଦେଶ ସ୍ୱାଧୀନତାର କଥା ପଡିଲେ ମନକୁ ପ୍ରଥମେ ଯେଉଁ ମହାନ ବ୍ୟକ୍ତିଙ୍କ ଛବି ଆସିଯାଏ, ସେ ହେଲେ ମହାତ୍ମା ଗାନ୍ଧୀ। ଭାରତ ପାଇଁ ଦେଇଥିବା ଅପାର ବଳିଦାନ ପାଇଁ ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ “ଜାତିର ପିତା” ବୋଲି କୁହାଯାଏ। ମହାତ୍ମା ଗାନ୍ଧୀ ୦୨ ଅକ୍ଟୋବର ୧୯୬୯ରେ ଜନ୍ମଗ୍ରହଣ କରିଥିଲେ। ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ସତ୍ୟ ଏବଂ ଅହିଂସା ମାର୍ଗ ସମଗ୍ର ବିଶ୍ୱରେ ଅନେକ ସ୍ୱାଧୀନତା ଆନ୍ଦୋଳନ ଏବଂ ମାନବ ଅଧିକାର ଆନ୍ଦୋଳନକୁ ପ୍ରେରଣା ଦେଇଥିଲା।

ତାଙ୍କ ବିଚାରରେ ଅହିଂସା ମାର୍ଗରେ ପ୍ରତିରୋଧ ଏବଂ ବ୍ରିଟିଶମାନଙ୍କୁ ଅସହଯୋଗ କରିବା ଦେଶରୁ ଔପନିବେଶିକ ଶାସନକୁ ସମାପ୍ତ କରିବ ଏବଂ ସ୍ୱାଧୀନତା ଆଣିବା ପାଇଁ ଯଥେଷ୍ଟ ହେବ।

ଅଧିକ ପଢ଼ନ୍ତୁ: ମୁକ୍ତି ସଂଗ୍ରାମରେ ୪ ଓଡ଼ିଆ ନାରୀ; ଶତ୍ରୁ ପକ୍ଷଙ୍କ ପାଇଁ ସାଜିଥିଲେ ମୁଣ୍ଡବିନ୍ଧାର କାରଣ

ସୁଭାଷ ଚନ୍ଦ୍ର ବୋଷ:

ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅନ୍ୟତମ ପ୍ରସିଦ୍ଧ ତଥା ପ୍ରଭାବଶାଳୀ ଭାରତୀୟ ଜାତୀୟତାବାଦୀ ନାୟକ ଥିଲେ ସୁଭାଷ ଚନ୍ଦ୍ର ବୋଷ। ଜନମାନସରେ ନେତାଜୀ ଭାବରେ ପରିଚିତ ସୁଭାଷ ୨୩ ଜାନୁୟାରୀ ୧୮୯୭ରେ କଟକର ଓଡ଼ିଆ ବଜାର ଠାରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଉତ୍କୃଷ୍ଟ ଜାତୀୟତାବାଦୀ ଥିଲେ ଏବଂ ତାଙ୍କ ଠାରେ ଅତୁଟ ଦେଶପ୍ରେମ ଥିଲା।

ସେ ୧୯୨୦ ଦଶକର ଆରମ୍ଭରୁ ୧୯୩୦ ଦଶକ ପର୍ଯ୍ୟନ୍ତ କଂଗ୍ରେସର ଏକ କଠୋରପନ୍ଥୀ ଯୁବ ଗୋଷ୍ଠୀର ମୁଖ୍ୟ ଭାବରେ କାର୍ଯ୍ୟ କରିଥିଲେ। ସରକାରୀ ରେକର୍ଡ ଅନୁଯାୟୀ ୧୮ ଅଗଷ୍ଟ ୧୯୪୫ରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଅନେକ ବିଶ୍ୱାସ କରନ୍ତି ଯେ ସେ ବଞ୍ଚିଥିଲେ ଏବଂ ପରେ ମୃତ୍ୟୁବରଣ କରିଥିଲେ।

ସର୍ଦ୍ଦାର ଭଗତ ସିଂହ:

ସର୍ଦ୍ଦାର ଭଗତ ସିଂହ ୨୮ ସେପ୍ଟେମ୍ବର ୧୯୦୭ରେ ପାକିସ୍ତାନର ବଙ୍ଗରେ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରୁ ଅନ୍ୟତମ। ଭାରତ ପାଇଁ ସ୍ୱାଧୀନତା ସଂଗ୍ରାମରେ ସେ ଜଣେ ସମ୍ମାନିତ ବ୍ୟକ୍ତିତ୍ୱ ଥିଲେ, ଯଦିଓ ତାଙ୍କର ରାସ୍ତାକୁ ମହାତ୍ମା ଗାନ୍ଧୀ ଏବଂ ଜବାହରଲାଲ ନେହରୁଙ୍କ ପରି ଅନେକ ସମସାମୟିକ ବ୍ୟକ୍ତି ପ୍ରଶ୍ନ କରିଥିଲେ।

ସେ ୧୯୨୮ ମସିହାରେ ଲାଲା ଲଜପତ ରାୟଙ୍କ ମୃତ୍ୟୁର ପ୍ରତିଶୋଧ ସ୍ୱରୂପ ବ୍ରିଟିଶ ପୋଲିସ ଅଧୀକ୍ଷକ ଜେମ୍ସ ସ୍କଟଙ୍କୁ ହତ୍ୟା କରିବା ପାଇଁ କରାଯାଇଥିବା ଏକ ଷଡଯନ୍ତ୍ରରେ ସେ ଜଡିତ ଥିଲେ। ୨୩ ମାର୍ଚ୍ଚ ୧୯୩୧ରେ ବ୍ରିଟିଶମାନେ ଏହି ବୀର ଭାରତୀୟ ସ୍ୱାଧୀନତା ସଂଗ୍ରାମୀଙ୍କୁ ପାକିସ୍ତାନର ଲାହୋର ସେଣ୍ଟ୍ରାଲ ଜେଲରେ ଫାଶୀ ଦେଇଥିଲେ। ସେତେବେଳେ ତାଙ୍କର ବୟସ ମାତ୍ର ୨୩ ବର୍ଷ ଥିଲା। ପରେ ପରେ ସେ ସହିଦ ଭଗତ ସିଂହ ନାମରେ ଖ୍ୟାତ ହୋଇଗଲେ।

ଜବାହରଲାଲ ନେହରୁ:

ଜବାହରଲାଲ ନେହରୁ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଥିଲେ ଯିଏକି ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ। ଜବାହରଲାଲ ନେହରୁ ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଲକଙ୍କ ନେତୃତ୍ୱରେ ହୋମ୍‌ ରୁଲ୍‌ ଲିଗ୍ ଆନ୍ଦୋଳନରେ (୧୯୧୬)ରେ ଅଂଶଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମ ସମୟରେ ତାଙ୍କୁ ଅନେକ ଥର ଗିରଫ କରାଯାଇଥିଲା ଏବଂ ୧୯୨୧ ରୁ ୧୯୪୫ ମଧ୍ୟରେ ତାଙ୍କ ଜୀବନର ମୋଟ ୯ ବର୍ଷ କାରାଗାରରେ କଟିଥିଲା।

ସେ ୟୁନାଇଟେଡ୍ ପ୍ରୋଭିନ୍ସର ଅସହଯୋଗ ଆନ୍ଦୋଳନର ଜଣେ ସକ୍ରିୟ ସଦସ୍ୟ ଥିଲେ ଏବଂ ଏହାର ନେତା ଭାବରେ କାର୍ଯ୍ୟ କରିଥିଲେ ଏବଂ ଲବଣ ସତ୍ୟାଗ୍ରହରେ ମଧ୍ୟ ସେ ଭାଗ ନେଇଥିଲେ। ୧୫ ଅଗଷ୍ଟ ୧୯୪୭ରେ ସେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ।

ଅଧିକ ପଢ଼ନ୍ତୁ: ସ୍ୱାଧୀନତା ପରଠୁ ଭାରତକୁ ଏକ ସ୍ୱତନ୍ତ୍ର ଦେଶର ପରିଚୟ ଦେଇଥିବା କିଛି ପ୍ରମୁଖ ସଫଳତା

ଚନ୍ଦ୍ରଶେଖର ଆଜାଦ:

ଚନ୍ଦ୍ରଶେଖର ଆଜାଦ ୨୩ ଜୁଲାଇ ୧୯୦୬ ରେ ମଧ୍ୟପ୍ରଦେଶର ଭାବରା ଗ୍ରାମରେ ପଣ୍ଡିତ ସୀତାରାମ ତିୱାରୀ ଏବଂ ଜାଗରଣ ଦେବୀଙ୍କଠାରୁ ଜନ୍ମଗ୍ରହଣ କରିଥିଲେ। ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ୱାଧୀନତା ସଂଗ୍ରାମୀ ଭାବେ ପରିଗଣିତ। ସେ ସ୍ୱାଧୀନତାର ଚିନ୍ତାଧାରା ପ୍ରତି ଆକର୍ଷିତ ହୋଇ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇଥିଲେ।

ହିନ୍ଦୁସ୍ତାନ ରିପବ୍ଲିକାନ୍ ଆସୋସିଏସନ୍ (HRA) ର ପ୍ରତିଷ୍ଠାତା ରାମପ୍ରସାଦ ବିସ୍ମିଲଙ୍କ ମୃତ୍ୟୁ ପରେ ଆଜାଦ ହିନ୍ଦୁସ୍ତାନ ରିପବ୍ଲିକାନ୍ ଆସୋସିଏସନ୍ (HRA) କୁ ପୁନଃ ନିର୍ମାଣ କରିଥିଲେ। ୧୫ ବର୍ଷ ବୟସରେ ତାଙ୍କୁ ଯେତେବେଳେ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟରେ ଉପସ୍ଥାପିତ କରାଯାଇଥିଲା, ସେତେବେଳେ ସେ ନିଜକୁ ଆଜାଦ(ମୁକ୍ତ), ବାପାଙ୍କୁ ସ୍ୱାଧୀନତା ଏବଂ ତାଙ୍କ ଘରରୁ ଜେଲ୍‌ ବୋଲି ବର୍ଣ୍ଣନା କରିଥିଲେ।

ଲାଲା ଲଜପତ ରାୟ:

ପଞ୍ଜାବ କେସରୀ ଲାଲା ଲଜପତ ରାୟ ୧୮୯୪ ମସିହାରେ ପ୍ରତିଷ୍ଠିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଅନ୍ୟତମ ପ୍ରତିଷ୍ଠାତା ସଦସ୍ୟ ଥିଲେ। ସେ ୧୮୮୫ ମସିହାରେ ଲାହୋରରେ ଦୟାନନ୍ଦ ଆଙ୍ଗ୍ଲୋ-ବୈଦିକ ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ। ସେ ଭାରତୀୟ ଜାତୀୟ କଂଗ୍ରେସ (INC) ର ସଦସ୍ୟ ମଧ୍ୟ ଥିଲେ। ୧୯୧୭ ମସିହାରେ ନ୍ୟୁୟର୍କରେ ତାଙ୍କ ଦ୍ୱାରା ଇଣ୍ଡିଆନ୍ ହୋମ୍ ରୁଲ୍ ଲିଗ୍ ପ୍ରତିଷ୍ଠା କରାଯାଇଥିଲା।

ସେ ନିଜ ଦେଶ ସେବା କରିବା ପାଇଁ ସ୍ଥାନୀୟ ମିଶନାରୀମାନଙ୍କୁ ନିଯୁକ୍ତି ଏବଂ ଶିକ୍ଷିତ କରିବା ଲକ୍ଷ୍ୟରେ ୧୯୨୧ ମସିହାରେ ଲାହୋରରେ ‘ସର୍ଭେଣ୍ଟ୍ସ ଅଫ୍ ପିପୁଲ୍ ସୋସାଇଟି’ ପ୍ରତିଷ୍ଠା କରିଥିଲେ। ଲାଲା ଲଜପତ ରାୟ ମଧ୍ୟ ବଙ୍ଗଳା ବିଭାଜନ ବିରୋଧରେ ସ୍ଲୋଗାନ ଦେଇଥିଲେ। ସେ ଜାଲିଆନୱାଲା ବାଗ ହତ୍ୟାକାଣ୍ଡ, ରାୱଲେଟ୍ ଆକ୍ଟ ବିରୋଧରେ ହୋଇଥିବା ପ୍ରଦର୍ଶନରେ ଭାଗ ନେଇଥିଲେ।

ବାଲ ଗଙ୍ଗାଧର ତିଲକ:

ବାଲ ଗଙ୍ଗାଧର ତିଲକ, ଯିଏ ଲୋକମାନ୍ୟ ଭାବେ ବେଶ ପରିଚିତ, ସେ ଜଣେ ଶିକ୍ଷକ, ଜାତୀୟତାବାଦୀ ତଥା ଦେଶ ସ୍ୱାଧୀନତାର ଜଣେ ସକ୍ରିୟ କର୍ମୀ ଥିଲେ। ସେ ‘ଲାଲ ବାଲ ପାଲ’ଙ୍କ ମଧ୍ୟରୁ ଅନ୍ୟତମ। ସେ ସ୍ୱାଧୀନତା ଆନ୍ଦୋଳନର ଆଗ ଧାଡିର ନେତାମାନଙ୍କ ମଧ୍ୟରୁ ଜଣେ ଥିଲେ। ତାଙ୍କୁ "ଲୋକମାନ୍ୟ" ଆଖ୍ୟା ଦିଆଯାଇଥିଲା, ଯାହାର ଅର୍ଥ ହେଉଛି "ଲୋକମାନଙ୍କ ଦ୍ୱାରା ତାଙ୍କୁ ନେତା ଭାବରେ ଗ୍ରହଣ କରାଯିବା"।

ତାଙ୍କୁ ମହାତ୍ମା ଗାନ୍ଧୀଙ୍କ ଦ୍ୱାରା "ଆଧୁନିକ ଭାରତର ନିର୍ମାତା" ବୋଲି କୁହାଯାଉଥିଲା। ତାଙ୍କର ପ୍ରସିଦ୍ଧ ଡାକରା ଥିଲା "ସ୍ୱରାଜ ମୋର ଜନ୍ମଗତ ଅଧିକାର ଏବଂ ମୁଁ ଏହାକୁ ପାଇକି ରହିବି!" ଜାତୀୟ ଜାଗରଣ ପାଇଁ ସେ ଏକ ତ୍ରିସ୍ତରୀୟ ଏଜେଣ୍ଡା ଉପସ୍ଥାପନ କରିଥିଲେ, ଯାହା ସ୍ୱରାଜ, ସ୍ୱଦେଶୀ ଏବଂ ଜାତୀୟ ଶିକ୍ଷାକୁ ଦର୍ଶାଏ।

ମଙ୍ଗଲ ପାଣ୍ଡେ:

୧୯ ଜୁଲାଇ ୧୮୨୭ରେ ଜନ୍ମଗ୍ରହଣ କରିଥିବା ଜଣେ ପ୍ରସିଦ୍ଧ ଭାରତୀୟ ସ୍ୱାଧୀନତା ସଂଗ୍ରାମୀ ଥିଲେ ମଙ୍ଗଲ ପାଣ୍ଡେ। ତାଙ୍କୁ ସ୍ୱାଧୀନତା ପାଇଁ ଭାରତର ପ୍ରଥମ ଯୁଦ୍ଧ, ବ୍ରିଟିଶମାନଙ୍କ ବିରୁଦ୍ଧରେ ୧୮୫୭ର ବିଦ୍ରୋହର ଅଗ୍ରଦୂତ ଭାବରେ ଦେଖାଯାଏ।

ଇଷ୍ଟ୍‌ ଇଣ୍ଡିଆ କମ୍ପାନୀର ସେନାର ୩୪ ତମ ବଙ୍ଗଳା ନେଟିଭ୍ ଇନ୍‌ଫେଣ୍ଟ୍ରୀ ରେଜିମେଣ୍ଟରେ ଜଣେ ସୈନିକ ଭାବରେ ସେ ସିପାହୀ ବିଦ୍ରୋହ(ଭାରତର ମହାନ ବିଦ୍ରୋହ)ର ନେତୃତ୍ୱ ନେଇଥିଲେ, ଯାହା ଶେଷରେ ୧୮୫୭ ର ବିଦ୍ରୋହର କାରଣ ହୋଇଥିଲା। ଏକ ବିଦ୍ରୋହର ଆଶଙ୍କା କରି ବ୍ରିଟିଶ ଅଧିକାରୀମାନେ ଦଶ ଦିନ ପୂର୍ବରୁ ବାରାକପୁରରେ ୮ ଏପ୍ରିଲ ୧୮୫୭ରେ ତାଙ୍କୁ ହତ୍ୟା କରିଥିଲେ।

ରାଣୀ ଲକ୍ଷ୍ମୀ ବାଇ:

ଝାନ୍ସୀର ରାଣୀ ଲକ୍ଷ୍ମୀ ବାଇ ୧୯ ନଭେମ୍ବର ୧୮୨୮ରେ ବାରାଣାସୀରେ ଜନ୍ମଗ୍ରହଣ କରିଥିଲେ। ସେ ଛଦ୍ମନାମ ‘ମନୁ’ରେ ପରିଚିତ ତଥା ମଣିକର୍ଣ୍ଣିକା ତାମ୍ବେ ନାମରେ ଜଣାଶୁଣା। ସେ କ୍ରାନ୍ତିକାରୀ ଯୁଦ୍ଧର ଅନ୍ୟତମ ନିଷ୍ଠାପର ସୈନିକ ଥିଲେ। ସେ ଅନେକ ଭାରତୀୟ ମହିଳାଙ୍କୁ ନିଜ ଦେଶର ସ୍ୱାଧୀନତା ପାଇଁ ସଂଗ୍ରାମ କରିବାକୁ ପ୍ରେରଣା ଦେଇଥିଲେ ଏବଂ ସେ ଆଜି ମଧ୍ୟ ମହିଳାମାନଙ୍କ ଅଧିକାର ହାସଲ କାରିବାର ପ୍ରେରଣା ସାଜିଛନ୍ତି।

୧୮୫୮ ମସିହାରେ ଯେତେବେଳେ ବ୍ରିଟିଶ ସୈନ୍ୟମାନେ ଝାନ୍ସୀ ଉପରେ ଆକ୍ରମଣ କଲେ, ସେତେବେଳେ ସେ ତାଙ୍କ ଶିଶୁପୁତ୍ରକୁ ଧରି ତାଙ୍କ ଦୁର୍ଗକୁ ରକ୍ଷା କରିଥିଲେ। ୧୮ ଜୁନ୍ ୧୮୫୮ରେ, ଗ୍ୱାଲିଅରରେ, ସେ ବ୍ରିଟିଶ ଜେନେରାଲ ହ୍ୟୁଜ୍ ରୋଜଙ୍କ ବିରୋଧରେ ଲଢେଇ କରି ବୀରଗତି ପ୍ରାପ୍ତ କରିଥିଲେ।

ଦାଦାଭାଇ ନାରୋଜୀ:

ଦାଦାଭାଇ ନାରୋଜୀ ୧୮୬୬ ମସିହାରେ ଇଷ୍ଟ୍‌ ଇଣ୍ଡିଆ ଆସୋସିଏସନ୍‌ ପ୍ରତିଷ୍ଠା କରିଥିଲେ। ସେ ଲଣ୍ଡନରେ ଭାରତୀୟ ଏବଂ ଅବସରପ୍ରାପ୍ତ ବ୍ରିଟିଶ ଅଧିକାରୀଙ୍କ ସହ ଇଷ୍ଟ୍‌ ଇଣ୍ଡିଆ ଆସୋସିଏସନ (EIA) ପ୍ରତିଷ୍ଠା କରିଥିଲେ। ଏହି ସଂଗଠନ ବ୍ରିଟିଶ ଶାସନ ଅଧୀନରେ ଭାରତୀୟଙ୍କ ପାଇଁ ଓକିଲାତି କରୁଥିଲା ​​ଏବଂ ବିଚାର ପାଇଁ ପ୍ରସଙ୍ଗ ଉଠାଉଥିଲା।

ଦାଦାଭାଇ ନାରୋଜୀଙ୍କର ସବୁଠାରୁ ପ୍ରତିଷ୍ଠିତ ପୁସ୍ତକ “ପଭର୍ଟୀ ଆଣ୍ଡ୍ ଅନ୍-ବ୍ରିଟିଶ ରୁଲ୍ ଇନ୍ ଇଣ୍ଡିଆ”ରେ ବ୍ରିଟିଶମାନଙ୍କ ଦ୍ୱାରା ଭାରତର ଅର୍ଥନୈତିକ ଶୋଷଣର ଖୁଲାସା ହୋଇଥିଲା। ସେ ୧୮୭୮ ର ଭର୍ନାକୁଲାର୍ ପ୍ରେସ୍ ଆକ୍ଟକୁ ବିରୋଧ କରିଥିଲେ। ସେ ହାଉସ ଅଫ୍ କମନ୍ସରେ ଭାରତୀୟଙ୍କୁ ସାମିଲ୍ କରିବା ଏବଂ ଅମଲାତନ୍ତ୍ରର ଭାରତୀୟକରଣକୁ ସମର୍ଥନ କରିଥିଲେ।