Advertisment

ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ, ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ

ଫରଫର ହେଇ ଉଡ଼ୁଛି ତ୍ରିରଙ୍ଗା । ମନେପଡ଼େ ସଂଗ୍ରାମୀଙ୍କ ବଳିଦାନ । ଲାଲକିଲ୍ଲାରେ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍ରୀ ।

author-image
Prangyan Parimita
ଅଦ୍ୟତନ ହୋଇଛି
Narendra Modi

Narendra Modi

ଦେଶ ପାଳୁଛି ୭୭ତମ ସ୍ୱାଧୀନତା ଦିବସ ଉତ୍ସବ । ଦିଲ୍ଲୀରୁ ପଲ୍ଲୀଯାଏଁ ଉତ୍ସବ ମୁଖର ପରିବେଶ । ଦେଶପ୍ରେମର ଉର୍ଜାରେ ଉଦବୁଦ୍ଧ ପ୍ରତ୍ୟେକ ଭାରତୀୟ। ଫର ଫର ହୋଇ ଉଡୁଛି ତ୍ରିରଙ୍ଗା, ଗୁଞ୍ଜରିତ ଜାତୀୟ ସଂଗୀତର ସମବେତ ଧୂନ୍। ....ରାଜଧାନୀ ଦିଲ୍ଲୀରେ ଏଥର ପରେଡ ପାଇଁ କରାଯାଇଛି ସ୍ୱତନ୍ତ୍ର ବ୍ୟବସ୍ଥା। ଆଜି ଐତିହାସିକ ଲାଲକିଲ୍ଲାରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Advertisment

କ୍ରମାଗତ ୧୦ମ ଥର ଲାଗି ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏପଟେ ମିଳିତ ପରେଡରେ ସୌର୍ଯ୍ୟ ପ୍ରଦର୍ଶନ କରିବ ଭାରତୀୟ ସେନା। ଆକାଶରୁ ପୁଷ୍ପବୃଷ୍ଟି କରିବ ବାୟୁସେନାର ୨ଟି ଆଡଭାନ୍ସଡ ଲାଇଟ୍ ହେଲିକପ୍ଟର ଧ୍ରୁବ ମାର୍କ-ଥ୍ରୀ। ଏଥର ସ୍ୱାଧୀନତା ଦିବସ ସମାରୋହରେ ସାମିଲ ହେବେ ୧୮ଶହ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି।

କେନ୍ଦ୍ର ସରକାରଙ୍କ 'ଜନ ଭାଗିଦାରୀ' ପ୍ରୟାସର ପ୍ରତୀକ ଭାବେ ଏହି ୧୮ଶହ ସ୍ପେଶାଲ୍ ଅତିଥିଙ୍କ ମଧ୍ୟରେ ରହିବେ ସରପଞ୍ଚ, କୃଷକ ଉତ୍ପାଦକ ସଂଗଠନର ପ୍ରତିନିଧି, ପିଏମ୍ କିଷାନ ସମ୍ମାନ ନିଧି ଓ ପିଏମ୍ କୌଶଳ ବିକାଶ ଯୋଜନାର ହିତାଧିକାରୀ। ସେହିଭଳି ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ନିର୍ମାଣରେ ଲାଗିଥିବା ଶ୍ରମଯୋଗୀ, ଖଦି କାରିଗର, ସ୍କୁଲ ଶିକ୍ଷକ, ନର୍ସ, ମତ୍ସ୍ୟଜୀବୀ ଏବଂ ସୀମାରେ ସଡ଼କପଥ ନିର୍ମାଣ, ଅମୃତ ସରୋବର ଖନନ ଓ ହର୍ ଘର୍ ଜଲ୍ ଯୋଜନାରେ ନିୟୋଜିତ କର୍ମଚାରୀ ପ୍ରମୁଖ ସାମିଲ ହେବେ। ....

Advertisment

ସ୍ୱାଧୀନତା ଦିବସ ଉତ୍ସବ ପାଳନ ପାଇଁ କଡ଼ା ସୁରକ୍ଷା ବଳୟ ଭିତରେ ରହିଛି ସମଗ୍ର ଦିଲ୍ଲୀ। ମୁତୟନ ହୋଇଛନ୍ତି ୪୦ ହଜାରରୁ ‌ଅଧିକ ସୁରକ୍ଷା କର୍ମୀ। ଏଥି ସହ ସୁରକ୍ଷା ବନ୍ଦୋବସ୍ତ ଭିତରେ ରହିଛି ଆଣ୍ଟି-ଡ୍ରୋନ ରାଡାର, ଆଣ୍ଟିଏୟାରକ୍ରାଫ୍ଟ ଗନ୍, ସିସିଟିଭି କ୍ୟାମେରା । ଏଥି ସହ ସମସ୍ତ ସୀମାକୁ ମଧ୍ୟ ସିଲ କରାଯାଇଛି।

ରଙ୍ଗୀନ ଆଲୋକରେ ଝଲସୁଛି ସାରା ଦେଶ

ସ୍ୱାଧୀନତା ଦିବସ ପାଇଁ ସଜେଇ ହେଇଛି ସାରା ଦେଶ । ରଙ୍ଗୀନ ଆଲୋକମାଳାରେ ସଜ୍ଜିତ ହୋଇଛି ଦେଶର ବିଭିନ୍ନ ସହର ।.. ଦିଲ୍ଲୀ ରାଷ୍ଟ୍ରପତି ଭବନ ସୁନ୍ଦର ଭାବେ ସଜେଇ ହୋଇଛି । ତ୍ରିରଙ୍ଗା ରଙ୍ଗରେ ଚକ୍ ଚକ୍ କରୁଛି । ପୁରା ଭବନକୁ ଆଲୋକରେ ସଜା ଯାଇଛି । .. ସେହିପରି ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାଲ ବି ସଜେଇ ହୋଇଛି ତ୍ରିରଙ୍ଗା ରଙ୍ଗରେ । ରଙ୍ଗୀନ ଆଲୋକରେ ବେଶ ଆକର୍ଷଣୀୟ ଦେଖାଯାଉଛି କୋଲକାତାର ଭିକ୍ଟୋରିଆ ମେମୋରିଆଲ। 

ସେହିପରି କୁତବମିନାରକୁ ବି ସ୍ୱାଧୀନତା ଦିବସ ପୂର୍ବରୁ ସଜାଯାଇଛି ରଙ୍ଗୀନ ଆଲୁଅରେ । ଦେଶର ପ୍ରମୁଖ ସ୍ଥାପତ୍ୟ, ସରକାରୀ ଅଫିସ ଏବଂ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ସଜାଯାଇଛି।.. ଏପଟେ ତିନି ରଙ୍ଗରେ ଝଲସିଉଠିଛି ରାଜ୍ୟ ବିଧାନସଭା, ଲୋକସେବା ଭବନ, କମିଶନରେଟ୍ ପୋଲିସ ଅଫିସ ଏବଂ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନ। ରାସ୍ତା ଘାଟ, ସରକାରୀ ଅଫିସ ଏବଂ ଅନ୍ୟ ବିଲଡିଂ ସବୁ ଚକ୍ ଚକ୍ କରୁଛି ରଙ୍ଗୀନ ଆଲୁଅରେ ।

Independence Day
Advertisment
Advertisment