ଅଗଷ୍ଟ ମାସ ଆସିଗଲେ ମନ ଭିତରେ ଏକ ଅଦ୍ଭୁତ ଶିହରଣ ଜାଗ୍ରତ ହୁଏ। ଏହି ଶିହରଣ ମନେପକେଇଦିଏ ପ୍ରଥମ ସ୍ୱାଧୀନତା ଦିବସର ଉତ୍ସାହକୁ। ଦେଶ ଦୀର୍ଘ ଦିନ ବ୍ରିଟିଶ ଶାସନରେ ରହିବା ପରେ ମୁକ୍ତ ହେଲା। ଏହା ପରେ ଦେଶ ହେଲା ଆତ୍ମନିର୍ଭରଶୀଳ। ଦେଶ ବିକାଶ ଦିଗରେ ଆଗେଇ ଚାଲିଲା। ସ୍ୱାଧୀନତା ପର ଠାରୁ ଦେଶ ଅନେକ କ୍ଷେତ୍ରରେ ବିକାଶ କରିଛି। ଏହା ପଛରେ ଅନେକ ସଫଳତା ଓ ଘଟଣାମାନ ରହିଛି। ଆସନ୍ତୁ ସେ ବିଷୟରେ ଜାଣିନେବା।
୧୯୫୦: ଯଦିଓ ୧୫ ଅଗଷ୍ଟ ୧୯୪୭ ରେ ଭାରତ ଏକ ସ୍ୱାଧୀନ ରାଷ୍ଟ୍ର ହୋଇଗଲା, କିନ୍ତୁ ୨୬ ଜାନୁୟାରୀ ୧୯୫୦ରେ ସମ୍ବିଧାନ ପ୍ରଣୟନ ହେବା ସହିତ ଏହା ନିଜକୁ ଏକ ସାର୍ବଭୌମ, ଲୋକତାନ୍ତ୍ରିକ ତଥା ଗଣତନ୍ତ୍ର ରାଷ୍ଟ୍ର ଭାବରେ ଘୋଷଣା କଲା।
ଅଧିକ ପଢ଼ନ୍ତୁ: ବିକାଶର ରାସ୍ତାରେ ଆଗେଇ ଚାଲିଛି ଭାରତ; ପାଇଲାଣି ଅନେକ ଉପଲବ୍ଧି
Also Read
୧୯୫୨: ଭାରତ ଏହାର ପ୍ରଥମ ଲୋକସଭା ନିର୍ବାଚନ ଦେଖିଲା - ୨୫ ଅକ୍ଟୋବର ୧୯୫୧ରୁ ୨୧ ଫେବୃଆରୀ ୧୯୫୨ ମଧ୍ୟରେ ଭାରତରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସ୍ୱାଧୀନତା ପରେ ଏହା ଭାରତରେ ପ୍ରଥମ ଲୋକସଭା ନିର୍ବାଚନ ଥିଲା ।
୧୯୫୫: ୦୧ ଜୁଲାଇ ୧୯୫୫ରେ, ସରକାର ଇମ୍ପେରିଆଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ଜାତୀୟକରଣ କଲେ ଏବଂ ଏହାକୁ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନାମରେ ନାମିତ କଲେ। ଆର୍ବିଆଇ ନୂତନ ଭାବେ ଗଠିତ ସଂସ୍ଥାର ୬୦% ଅଂଶଧନ ନେଲା।
୧୯୬୧: ଭାରତୀୟ ସଶସ୍ତ୍ର ବାହିନୀ ୧୯୬୧ ମସିହା ଡିସେମ୍ବରରେ 'ଅପରେସନ୍ ବିଜୟ' ଆରମ୍ଭ କରିଥିଲା, ଯେଉଁଥିରେ ୩୬ ଘଣ୍ଟାରୁ ଅଧିକ ସମୟ ଧରି ବାୟୁ, ସମୁଦ୍ର ଏବଂ ସ୍ଥଳଭାଗରେ ଆକ୍ରମଣ ହୋଇଥିଲା। ଫଳସ୍ୱରୂପ ଗୋଆ, ଦାମନ ଏବଂ ଡିୟୁକୁ ୪୫୦ ବର୍ଷର ପର୍ତ୍ତୁଗୀଜ୍ ଶାସନରୁ ମୁକ୍ତ କରାଯାଇଥିଲା।
୧୯୬୩: ଥିରୁବନ୍ତପୁରମ୍ ଉପକଣ୍ଠ ଥୁମ୍ବା ଠାରେ ୨୧ ନଭେମ୍ବର ୧୯୬୩ରେ ଏକ ଛୋଟ ରକେଟ୍ ଉତ୍କ୍ଷେପଣ ହେଲା। ଏହା ଭାରତର ଆଧୁନିକ ମହାକାଶ ଯୁଗର ଜନ୍ମ ବିଷୟରେ ଜଣାଇଲା।
୧୯୬୬: ଏକ ଉଚ୍ଚ ଅମଳକ୍ଷମ, ରୋଗ ପ୍ରତିରୋଧକ ପ୍ରକାର ଗହମ ମେକ୍ସିକୋରୁ ପଞ୍ଜାବକୁ ପଠାଗଲା, ଯାହା ସବୁଜ ବିପ୍ଳବର ଯୁଗ ଆରମ୍ଭ କରିଥିଲା। ଏହା ଦେଶକୁ ବ୍ୟାପକ ଦୁର୍ଭିକ୍ଷ ଏବଂ ବୈଦେଶିକ ସହାୟତା ଉପରେ ଅତ୍ୟଧିକ ନିର୍ଭରଶୀଳତାରୁ ରକ୍ଷା କରିଥିଲା।
ଅଧିକ ପଢ଼ନ୍ତୁ: ମୁକ୍ତି ସଂଗ୍ରାମରେ ୪ ଓଡ଼ିଆ ନାରୀ; ଶତ୍ରୁ ପକ୍ଷଙ୍କ ପାଇଁ ସାଜିଥିଲେ ମୁଣ୍ଡବିନ୍ଧାର କାରଣ
୧୯୬୯: ଡକ୍ଟର ବିକ୍ରମ ସରାଭାଇଙ୍କ ଅଧ୍ୟକ୍ଷତାରେ ୧୯୬୨ ମସିହାରେ ସରକାର ଭାରତୀୟ ଜାତୀୟ ଅନୁସନ୍ଧାନ କମିଟି (INCOSPAR) ଗଠନ କରିଥିଲେ। ପରେ ଏହାକୁ ବଦଳାଇ ୧୯୬୯ ମସିହାରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର ଗଠନ କରାଯାଇଥିଲା।
୧୯୭୧: ପୂର୍ବ ପାକିସ୍ତାନରେ ବାଂଲାଦେଶ ମୁକ୍ତି ଯୁଦ୍ଧ କାରଣରୁ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ୧୬ ଡିସେମ୍ବର ୧୯୭୧ରେ ପ୍ରାୟ ୯୦ ହଜାର ପାକିସ୍ତାନୀ ସୈନ୍ୟ ଆତ୍ମସମର୍ପଣ କରିଦେଲେ, ଯାହାଫଳରେ ବାଂଲାଦେଶ ସୃଷ୍ଟି ହେଲା।
୧୯୭୫: ୧୬ ମେ ୧୯୭୫ରେ ହିମାଳୟୀ ରାଜ୍ୟ ସିକ୍କିମ୍ ଭାରତ ସଂଘର ୨୨ ତମ ରାଜ୍ୟ ହେଲା।
୧୯୭୫: ୧୯ ଏପ୍ରିଲରେ, ଭାରତ କପୁଷ୍ଟିନ୍ ୟାରରୁ ସୋଭିଏତ୍ କସ୍ମୋସ୍ - ୩ ଏମ୍ ରକେଟ୍ ଦ୍ୱାରା ନିଜର ପ୍ରଥମ ଉପଗ୍ରହ ଆର୍ଯ୍ୟଭଟ୍ଟ ଉତକ୍ଷେପଣ କରିଥିଲା। ଏହା ସମ୍ପୂର୍ଣ୍ଣ ରୂପେ ଭାରତରେ ପରିକଳ୍ପିତ ଏବଂ ଉତ୍ପାଦିତ ହୋଇଥିଲା।
୧୯୭୯: ଜାନୁଆରୀ ୧୯୭୯ରେ, ସାମାଜିକ କିମ୍ବା ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କୁ ଚିହ୍ନଟ କରିବା ପାଇଁ ମୋରାର୍ଜୀ ଦେଶାଇ ସରକାର ଏକ ମଣ୍ଡଳ କମିଶନ ଗଠନ କଲେ। ଜାତିଗତ ଭେଦଭାବ ଦୂର କରିବା ପାଇଁ ସିଟ୍ ସଂରକ୍ଷଣ ଏବଂ କୋଟା ପ୍ରସଙ୍ଗକୁ ଆୟୋଗ ବିଚାର କରିଥିଲା।
୧୯୮୩: ଭାରତ ୨୫ ଜୁନ୍ ୧୯୮୩ ରେ ପ୍ରଥମ କ୍ରିକେଟ୍ ବିଶ୍ୱକପ୍ ଜିତି ଫାଇନାଲରେ ହେଭିୱେଟ୍ ଏବଂ ଦୁଇଥର ଡିଫେଣ୍ଡିଂ ଚାମ୍ପିଅନ୍ ୱେଷ୍ଟଇଣ୍ଡିଜ୍କୁ ପରାସ୍ତ କରିଥିଲା।
୧୯୮୪: ୩ ଏପ୍ରିଲ ୧୯୮୪ ରେ, ରାକେଶ ଶର୍ମା ମହାକାଶ ଯାତ୍ରା କରିବାରେ ପ୍ରଥମ ତଥା ଏକମାତ୍ର ଭାରତୀୟ ନାଗରିକ ହୋଇଥିଲେ। ସେ ସାଲ୍ୟୁଟ୍ 7 ସ୍ପେସ୍ ଷ୍ଟେସନରେ ୭ ଦିନ, ୨୧ ଘଣ୍ଟା ୪୦ ମିନିଟ୍ ବିତାଇଥିଲେ। ଶର୍ମାଙ୍କ ଏହି ସଫଳତା ମହାକାଶ ଯାତ୍ରାରେ ଭାରତକୁ ପୃଥିବୀର ୧୪ତମ ଦେଶ କରିଦେଲା।
୧୯୮୪: ପଞ୍ଜାବର ଅମୃତସରରେ ଥିବା ସବୁଠାରୁ ପବିତ୍ର ଶିଖ୍ ମନ୍ଦିର, ସ୍ୱର୍ଣ୍ଣ ମନ୍ଦିରରୁ ଜେନେରାଲ ସିଂହ ଭିଣ୍ଡରାୱାଲେ ଏବଂ ତାଙ୍କ ଅନୁଗାମୀମାନଙ୍କୁ ହଟାଇବା ପାଇଁ ୧ରୁ ୧୦ ଜୁନ୍ ୧୯୮୪ ମଧ୍ୟରେ ସୈନ୍ୟ ଅଭିଯାନ କୋଡ୍-ଅପରେସନ୍ ବ୍ଲୁ ଷ୍ଟାର କରାଯାଇଥିଲା।
୧୯୮୪: ଭାରତର ପ୍ରଥମ ମେଟ୍ରୋ ୨୪ ଅକ୍ଟୋବର ୧୯୮୪ ରେ କୋଲକାତାରେ ଚାଲୁ ହୋଇଥିଲା। ପ୍ରଥମ ଭୂତଳ ମେଟ୍ରୋ ଭବାନୀପୁର (ବର୍ତ୍ତମାନର ନେତାଜୀ ଭବନ) ରୁ ଏସ୍ପ୍ଲାନେଡ୍ ପର୍ଯ୍ୟନ୍ତ ସଂଚାଳନ ଆରମ୍ଭ କଲା।
୧୯୯୧: ଜୁଲାଇ ୨୪ରେ ଅର୍ଥମନ୍ତ୍ରୀ ମନମୋହନ ସିଂହ ଅର୍ଥନୈତିକ ସଂସ୍କାର ଆରମ୍ଭ କରିଥିଲେ ଯାହା ଅର୍ଥବ୍ୟବସ୍ଥାରେ ସୁଧାର ଆଣିଥିଲା।
ଅଧିକ ପଢ଼ନ୍ତୁ: ଦେଶ ପାଇଁ ପ୍ରାଣବଳୀ ଦେଇଥିବା ୧୦ ଶ୍ରେଷ୍ଠ ସ୍ୱାଧୀନତା ସଂଗ୍ରାମୀ
୨୦୦୭: ୨୫ ଜୁଲାଇରେ ପ୍ରତିଭା ପାଟିଲ ଭାରତର ଦ୍ୱାଦଶ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ। ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହୋଇଥିଲେ, ଯାହା ପ୍ରତ୍ୟେକ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଥିଲା।
୨୦୦୮: ISRO ଅକ୍ଟୋବର ୨୨ରେ ଚନ୍ଦ୍ରକୁ ଚନ୍ଦ୍ରଯାନ -୧ ଲଞ୍ଚ କରିଥିଲା। ଏହି ପ୍ରୋଗ୍ରାମ ଅଧୀନରେ ଏହା ହେଉଛି ଭାରତର ପ୍ରଥମ ଚନ୍ଦ୍ର ଅନୁସନ୍ଧାନ, ଯାହା ମହାକାଶୀୟ କାର୍ଯ୍ୟକ୍ରମରେ ଏକ ପ୍ରମୁଖ ଉତ୍ସ।
୨୦୨୩: ଜୁଲାଇ ୧୪ରେ ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ISRO ଚନ୍ଦ୍ରଯାନ-୩କୁ ଉତକ୍ଷେପଣ କରିଥିଲା। କିଛି ଦିନ ପୂର୍ବରୁ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଛି ଚନ୍ଦ୍ରଯାନ-୩। ଅଗଷ୍ଟ ୨୩ ଆଡ଼କୁ ଏହା ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଯୋଜନା ରହିଛି।