• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Entertainment Details Updates

parineeti
ବଲିଉଡ୍‌ର ଏହି ଅଭିନେତ୍ରୀଙ୍କ ସ୍ୱାମୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ପରିଣୀତି

ମୁମ୍ୱାଇ: ବଲିଉଡ୍‌ ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କୁ ଅଭିନୟରେ ଏତେଟା ସଫଳତା ମିଳି ନ ଥିଲେ ମଧ୍ୟ ସବୁ ଫିଲ୍ମରେ ତାଙ୍କ ଅଭିନୟକୁ ଦର୍ଶକ ପ୍ରଶଂସା କରିଛନ୍ତି। କ୍ୟାରିୟର୍‌ରେ ଆଗକୁ ଯିବା ପାଇଁ ଆଜି ବି ସେ ଏକ ଭଲ ଫିଲ୍ମର ସନ୍ଧାନରେ ରହିଛନ୍ତି। ବର୍ତ୍ତମାନ ସେ ଟେନିସ୍‌ ତାରକା ସାଇନା ନେହ୍ୱାଲଙ୍କ ବାୟୋପିକ ପାଇଁ କଠିନ ପରିଶ୍ରମ କରୁଛନ୍ତି। ଆଜି ହେଉଛି ପରିଣୀତିଙ୍କ ଜନ୍ମଦିନ। ଅକ୍ଟୋବର ୨୨ ତାରିଖ ୧୯୮୮ରେ ହରିୟାଣାର ଅମ୍ୱାଲାରେ ସେ ଜନ୍ମଗ୍ରହଣ କରିଥିଲେ। […]

  • Wednesday, 21 July 2021
nupur
ଗହଣା ବିକି ଚଳୁଛନ୍ତି ଏହି ଅଭିନେତ୍ରୀ, ଜାଣନ୍ତି କାହିଁକି ?

ମୁମ୍ବାଇ: ଲୋକପ୍ରିୟ ଟେଲି ଅଭିନେତ୍ରୀ ନୁପୁର ଅଳଙ୍କାର ଏବେ କଠିନ ପରିସ୍ଥିତି ଦେଇ ଗତି କରୁଛନ୍ତି। ନିଜ ଗହଣା ବିକ୍ରି କରି ସେ ପେଟ ପୋଷୁଛନ୍ତି। ‘ଅଗଲେ ଜନମ ମୋହେ ବେଟିୟା ହି କିଜୋ’, ‘ସ୍ଵରାଗିଣୀ’ ଭଳି ବହୁ ଲୋକପ୍ରିୟ ଧାରାବାହିକରେ ନୁପୁର କାମ କରିଛନ୍ତି। ଗତ ସେପ୍ଟେମ୍ବର ୨୪ ତାରିଖରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପଞ୍ଜାବ ଏବଂ ମହାରାଷ୍ଟ୍ର କୋଅପରେଟିଭ୍ ବ୍ୟାଙ୍କକୁ ନୋଟିସ୍ ଜାରି କରିଥିଲା। ଆର୍‌ବିଆଇ ଏହି ବ୍ୟାଙ୍କର ନେଣଦେଣ ଉପରେ ୬ ମାସ […]

  • Wednesday, 21 July 2021
film
ପୁଣି ଫସିଲା ‘ବାଲା’ !

ମୁମ୍ବାଇ: ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଫିଲ୍ମ ‘ବାଲା’ କପିରାଇଟ୍‌ ଉଲ୍ଲଂଘନ ମାମଲାରେ ପୁଣି ଥରେ ଫସି ଯାଇଛି। ପ୍ରଥମେ ଏହି ଫିଲ୍ମର କାହାଣୀକୁ ନେଇ ବିବାଦ ଦେଖା ଦେଇଥିଲା ଆଉ ଏବେ ଏହାର ଗୀତ ‘ଡୋଣ୍ଟ ବି ସାଏ’କୁ ନେଇ ମେକର୍ସ ଫସି ଯାଇଛନ୍ତି। ପ୍ରସିଦ୍ଧ ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ Dr. Zeus (ବଲ୍‌ଜିତ୍ ସିଂହ ପଡନ୍‌) ଏହି ଫିଲ୍ମରେ ତାଙ୍କ ଅରିଜିନାଲ୍‌ ଗୀତକୁ ଚୋରି କରାଯାଇଥିବା ଅଭିଯୋଗ କରିଛନ୍ତି। ସେ ମୋଦକ ଫିଲ୍ମସ୍‌, ବାଦ୍‌ଶାହ୍‌, […]

  • Wednesday, 21 July 2021
pm modi
ପ୍ରଧାନମନ୍ତ୍ରୀଙ୍କୁ ଖୁସି କରିଦେଲେ ଏହି ଅଭିନେତ୍ରୀଙ୍କ ପୁଅ

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋଶାଲ୍‌ ମିଡିଆରେ ପ୍ରାୟ ସମୟ ସକ୍ରିୟ ରହନ୍ତି। ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ସେ ଟ୍ୱିଟରରେ ଭିଡିଓ ଶେଆର୍‌ କରନ୍ତି। ଏମିତି ଏକ ଭିଡିଓ ସେ ଅକ୍ଟୋବର ୧୬ ତାରିଖରେ ଶେଆର କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ବଲିଉଡ୍‌ ଅଭିନେତ୍ରୀ ଗୁଲ୍‌ ପନାଗଙ୍କ ପୁଅ ନିହାଲଙ୍କର ଏକ ଭିଡିଓକୁ ଶେଆର୍‌ କରି ତାଙ୍କୁ ଆଶୀର୍ବାଦ ଦେଇଥିଲେ। ଗୁଲ୍‌ ପନାଗ ଏକ ଭିଡିଓ ଟ୍ୱିଟର୍‌ରେ ଶେଆର୍ କରିଥିଲେ। ଏଥିରେ ସେ ଓ ତାଙ୍କ ପୁଅ […]

  • Wednesday, 21 July 2021
film
ଓଡ଼ିଆ ଝିଅ ହେଲେ ବଲିଉଡ୍‌ ଫିଲ୍ମର ନିର୍ଦ୍ଦେଶକ

ଭୁବନେଶ୍ୱର: ବଲିଉଡ୍‌ ଫିଲ୍ମ ‘ମୋତିଚୂର୍‌ ଚକ୍‌ନାଚୂର୍‌’ର ଟ୍ରେଲର୍‌ ନିକଟରେ ରିଲିଜ ହୋଇଛି। କମେଡି ଡ୍ରାମା ଉପରେ ଆଧାରିତ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଓଡ଼ିଆ ଝିଅ ଦେବମିତ୍ରା ବିଶ୍ୱାଳ। ଏହି ଫିଲ୍ମରେ ନୱାଜୁଦ୍ଦିନ୍‌ ସିଦ୍ଦିକ୍‌ ଓ ଅଥିୟା ଶେଟ୍ଟୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଦେବମିତ୍ରାଙ୍କ ଘର ଭୁବନେଶ୍ୱରରେ। ମିଳିଥିବା ସୂଚନା ଅନୁସାରେ, ଗତ ୧୫ ବର୍ଷ ହେବ ସେ ତାଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ବହୁତ ସଂଘର୍ଷ କରିଥିଲେ। ଦେବମିତ୍ରା ତାଙ୍କ କ୍ୟାରିୟର ପ୍ରଥମେ […]

  • Wednesday, 21 July 2021
film
ଦଶହରା ବଜାରରେ ଧୁମ୍‌ ମଚାଉଛି ‘ମିଷ୍ଟର ମଜନୁ’

ଭୁବନେଶ୍ୱର: ଦଶହରା ବଜାରରେ ଦର୍ଶକଙ୍କୁ ନୂଆ ଫିଲ୍ମ ଭେଟି ଦେଇଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ଦଶହରା ଉପଲକ୍ଷେ ଆଜି ପରଦାକୁ ଆସିଛି ବାବୁସାନଙ୍କ ନୂଆ ଫିଲ୍ମ ‘ମିଷ୍ଟର ମଜନୁ’। ପୂଜା ବଜାରରେ ଦର୍ଶକଙ୍କୁ ଭରପୁର ମନୋରଞ୍ଜନ ଦେବାକୁ ତରଙ୍ଗ ସିନେ ପ୍ରଡକ୍ସନର ଏହି ଫିଲ୍ମ  ଆଜି ରିଲିଜ୍ ହୋଇଛି। ଏହି ଫିଲ୍ମରେ ନାୟକ ବାବୁସାନଙ୍କ ବିପକ୍ଷରେ ୩ ଜଣ ନାୟିକା(ସୁରମୟୀ, ଶିତଲ ଓ ଦିବ୍ୟା) ଅଛନ୍ତି। ହାଇଡ୍ରାମା ସାଙ୍ଗକୁ ଫିଲ୍ମରେ କମେଡିର ଡବଲ ତଡକା ଲଗାଇଛନ୍ତି ଅଭିନେତା […]

  • Wednesday, 21 July 2021
telgu actor
ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ଅବସ୍ଥା ସଙ୍କଟାପନ୍ନ !

ହାଇଦ୍ରାବାଦ: ପ୍ରସିଦ୍ଧ ତେଲୁଗୁ ହାସ୍ୟ ଅଭିନେତା ଭେନୁ ମାଧବଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ। ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ, ୩୯ ବର୍ଷୀୟ ଏହି ହାସ୍ୟ ଅଭିନତାଙ୍କୁ ଆଇସିୟୁର ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଛି। ଦୀର୍ଘଦିନ ହେବ ସେ କିଡ୍‌ନୀ ଓ ଲିଭର୍‌ ଜନିତ ରୋଗରେ ପୀଡ଼ିତ ଅଛନ୍ତି। ଅନ୍ୟପକ୍ଷରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଗୁଜବ ପ୍ରଚାର ହୋଇଛି। ପ୍ରକୃତରେ ତାଙ୍କର ମୃତ୍ୟୁ ଘଟିଛି କି ନାହିଁ […]

  • Wednesday, 21 July 2021
debosmita
ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମରେ ନଜର ଆସିବେ ଓଡ଼ିଆ ଝିଅ ଦେବସ୍ମିତା

ଭୁବନେଶ୍ୱର: ଓଡ଼ିଆ ଝିଅଙ୍କ କମାଲ। ତାମିଲ ଫିଲ୍ମ ‘ଦରବାର’ରେ ଦେଖିବାକୁ ମିଳିବ ଓଡ଼ିଆ ଝିଅ ଦେବସ୍ମିତା ପଟ୍ଟନାୟକଙ୍କ ଅଭିନୟର ଯାଦୁ। ସବୁଠାରୁ ବଡ଼ କଥା ହେଉଛି ଏହି ଫିଲ୍ମରେ ତାମିଲ ସୁପରଷ୍ଟାର ରଜନୀକାନ୍ତ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଗଜପତି ଜିଲ୍ଲା ପାରଳାଖେମୁଣ୍ଡିର ଦେବସ୍ମିତା ଜଣେ ବିଏସ୍‌ସି ଛାତ୍ରୀ। ସେ ବର୍ଷେ ହେବ ମୁମ୍ବାଇରେ ରହୁଛନ୍ତି। ଆସନ୍ତା ବର୍ଷ ଜାନୁଆରୀରେ ଫିଲ୍ମ ‘ଦରବାର’ ରିଲିଜ୍ ହେବ। ପ୍ରମୁଖ ଭୂମିକାରେ ସୁପରଷ୍ଟାର ରଜନୀକାନ୍ତଙ୍କ ସହ ଅଭିନେତ୍ରୀ ନୟନଥାରାଙ୍କୁ ମଧ୍ୟ […]

  • Wednesday, 21 July 2021
rt
ରାନୀ ପଣ୍ଡାଙ୍କ ଜୀବନୀକୁ ନେଇ ଆସିଛି ନୂଆ ନାଟକ “ଆଇଟ୍‌ମ ଗର୍ଲ ରାନୀ”

କଅଁଳ ବୟସରେ ନାଚିବାର ସଉକ ରଖିଥିଲେ ରାନୀ ପଣ୍ଡା। ଆଉ ବଡ଼ ହେଲେ ଜଣେ ଭଲ କଳାକାର ହେବାର ସ୍ୱପ୍ନ ଦେଖିଥିଲେ। ସେଥିପାଇଁ ପରିବାର ଲୋକଙ୍କ ଅଗୋଚରରେ ଘର ଛାଡ଼ି ପଳାଇ ଆସିଥିଲେ ରାଜଧାନୀ। ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଆରମ୍ଭ ହୋଇଥିଲା ତାଙ୍କର ସଂଘର୍ଷର ଜୀବନ। ଅଙ୍କାବଙ୍କା ନଈଟି ପରି ବହୁ ବାଧାବିଘ୍ନକୁ ସାମ୍ନା କରି ଆଜି ସେ ଓଡ଼ିଶାର ଜଣେ ଚର୍ଚ୍ଚିତ ଚେହେରା ପାଲଟିଯାଇଛି। ଆଉ ଅଜଣା ଅଚିହ୍ନା ଜଣେ ନାୟିକାରୁ ରାତାରାତି ହୋଇଯାଇଛନ୍ତି ସେଲେବ୍ରିଟି। […]

  • Wednesday, 21 July 2021
anil kapoor
ଇମୋସ୍‌ନାଲ୍ ପୋଷ୍ଟ୍‌ ଶେଆର୍‌ କଲେ ଅନୀଲ୍‌ କପୁର୍‌

ମୁମ୍ବାଇ: ଅନୀଲ କପୁର ବଲିଉଡ୍‌ର ସେହି ଷ୍ଟାର୍‌ମାନଙ୍କ ମଧ୍ୟରୁ ଜଣେ ଯାହାଙ୍କର ଅନେକ ଫିଲ୍ମ ସୁପରହିଟ୍‌ ହୋଇଛି। ଏବେ ମଧ୍ୟ ସେ ଆକ୍ଟିଭ୍ ଅଛନ୍ତି। ଏମିତି ଦିନ ଥିଲା ଯେତେବେଳେ ତାଙ୍କ ଫିଲ୍ମ ପରଦାକୁ ଆସିବା ପୂର୍ବରୁ ତାକୁ ସୁପର୍‌ହିଟ୍ ବୋଲି ଘୋଷଣା କରି ଦିଆଯାଉଥିଲା। ହେଲେ ଏମିତି ବି ସମୟ ଥିଲା ଯେତେବେଳେ ସେ ଗୋଟିଏ ହିଟ୍ ଫିଲ୍ମ ପାଇଁ ଝୁରି ହେଉଥିଲେ। ଆଉ ସେ ଦିନର କଥାକୁ ମନେ ପକାଇ ଅନୀଲ ଏକ ଟ୍ୱିଟ୍ […]

  • Wednesday, 21 July 2021
Mohammed Zahur Khayyam
ପରଲୋକରେ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଖୟାମ୍ ହାଶ୍‌ମି

ମୁମ୍ବାଇ: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ମହମ୍ମଦ ଜହୁର ଖୟାମ୍‌ ହାଶ୍‌ମୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ବୟସ ହୋଇଥିଲା। ଗତକାଲି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଫୁସ୍‌ଫୁସ୍‌ରେ ସଂକ୍ରମଣ ଯୋଗୁ ସେ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ଖୟାମଙ୍କ ପରଲୋକକୁ ନେଇ ବଲିଉଡ୍‌ ସମେତ ସଙ୍ଗୀତ ପ୍ରେମୀ ମହଲରେ ଶୋକର ଛାୟା ଖେଳି ଯାଇଛି। ବଲିଉଡର ବହୁ ପ୍ରମୁଖ ବ୍ୟକ୍ତି ମେଡିକାଲ୍‌ ଯାଇ ଖୟାମଙ୍କ ଶେଷ […]

  • Wednesday, 21 July 2021
vart
ସଫଳତା ପାଇଁ ଫିଟ୍‌ ଓ ପତଳା ହେବା ଆବଶ୍ୟକ ନୁହେଁ: ଭାରତୀ ସିଂହ

ମୁମ୍ୱାଇ: ଟେଲିଭିଜନ୍‌ ଦୁନିଆର କମେଡି କୁଇନ୍‌ ଭାରତୀ ସିଂହଙ୍କର ଆଜି ହେଉଛି ଜନ୍ମଦିନ। ୧୯୮୪ ମସିହା ଜୁଲାଇ ୩ ତାରିଖରେ ପଞ୍ଜାବର ଅମୃତସରରେ ସେ ଜନ୍ମ ହୋଇଥିଲା। ଭାରତୀ ଆଜି ଯେଉଁ ସ୍ତରରେ ଆସି ପହଞ୍ଚିଛନ୍ତି ବା ଯେଉଁ ସଫଳତା ପାଇଛନ୍ତି, ସେଥିପାଇଁ ସେ ଖୁବ୍ ସଂଘର୍ଷ କରିଛନ୍ତି। ଦୁଃଖ ଓ ଯନ୍ତ୍ରଣାରେ ବଡ଼ ହୋଇଥିବା ଭାରତୀ ଆଜି ସାରା ଦେଶର ଲୋକଙ୍କ ମୁହଁରେ ହସ ଫୁଟାଉଛନ୍ତି। ଭାରତୀଙ୍କ ଜନ୍ମ ଦିନରେ ଆସନ୍ତୁ ଜାଣିବା ତାଙ୍କ ଜୀବନ […]

  • Wednesday, 21 July 2021
rdburman_647_062717015640
ଆଜି ଆର୍‌ଡି ବର୍ମନଙ୍କ ଜନ୍ମଦିନ

ମୁମ୍ବାଇ: ଭାରତୀୟ ସଂଗୀତ ଯାଦୁଗରଙ୍କ ଦୁନିଆରେ ରାହୁଲ ଦେବ୍‌ ବର୍ମନ୍‌ ବା ଆରଡି ବର୍ମନ୍‌ ଓରଫ ପଞ୍ଚମ ଦା’ଙ୍କ ନାମ ଆଜି ବି ଚର୍ଚ୍ଚାରେ। କିନ୍ତୁ ଏଇ ପଞ୍ଚମ ଦା’ ଡାକଟି କେମିତି ତାଙ୍କ ନାଁ ସହ ଯୋଡ଼ି ହେଲା? କେଉଁଠୁ ଆସିଲା ଏ ନାଁ। ଆଜି ଆରଡି ବର୍ମନ୍‌ଙ୍କ ୮୦ତମ ଜନ୍ମ ଦିବସ ଆଉ ଏଇ ଅବସରରେ ଆମେ ଆପଣଙ୍କୁ କହିବୁ ସେହି ‘ପଞ୍ଚମ’ ନାମ ସହିତ ଜଡ଼ିତ କିଛି ମନଛୁଆଁ କାହାଣୀ। ସଂଗୀତ ଦୁନିଆରେ […]

  • Wednesday, 21 July 2021
744323-rohman-sush
ବୟଫ୍ରେଣ୍ଡ୍‌ ରୋହମନ୍‌ଙ୍କ ସହ ବ୍ରେକଅପ୍‌ କଲେ ସୁସ୍ମିତା ସେନ୍‌ !

ମୁମ୍ୱାଇ: ପୂର୍ବତମ ମିସ୍‌ ୟୁନିଭର୍ସ ଓ ବଲିଉଡ ହିରୋଇନ ସୁସ୍ମିତା ସେନ୍‌ ଏବେ ଫିଲ୍ମରେ ସକ୍ରିୟ ନ ଥିଲେ ମଧ୍ୟ ନିଜ ପର୍ସନାଲ ଲାଇଫକୁ ନେଇ ଲାଇମଲାଇଟରେ ରହୁଛନ୍ତି। ୪୩ ବର୍ଷରେ ବି ସିଙ୍ଗଲ ଥିବା ସୁସ୍ମିତା ବୟଫ୍ରେଣ୍ଡ ବଦଳାଇବାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ୨ ପୋଷ୍ୟକନ୍ୟା ପାଳନ କରୁଥିବା ସୁସ୍ମିତା କିଛି ଦିନ ହେବ ନିଜଠୁ ୧୫ ବର୍ଷ ସାନ ରୋହମାନ୍‌ ଶଲ୍‌ଙ୍କୁ ଡେଟ୍‌ କରୁଥିଲେ। ଉଭୟ ନିଜ ଆକାଉଣ୍ଟରେ ବହୁ ରୋମାଣ୍ଟିକ ଫଟୋ […]

  • Wednesday, 21 July 2021
tbn-1-1
ଆସୁଛି ଲଭ୍‌ ଓ ରୋମାନ୍ସକୁ ନେଇ ଫିଲ୍ମ ‘ପ୍ରେମ ଏଟିଏମ୍‌’

ଭୁବନେଶ୍ୱର : ଆପଣ ଏଟିଏମ୍‌ରୁ ଟଙ୍କା ବାହାରିବା କଥା ତ ଭଲ ଭାବେ ଜାଣିଥିବେ। ହେଲେ ଏପରି ଏଟିଏମ୍‌ ବିଷୟରେ ଶୁଣିଛନ୍ତି ଯେଉଁଥିରୁ ବାହାରୁଥିବ ପ୍ରେମ, ଲଭ୍‌ ଏବଂ ରୋମାନ୍ସ। ଏହା ଶୁଣି ଆପଣ ନିହାତି ଆଶ୍ଚର୍ଯ୍ୟ ହୋଇଯାଉଥିବେ। କିନ୍ତୁ ଆଜ୍ଞା ବେଶି ଆଉ ଭାବନ୍ତୁ ନାହିଁ। ଏହା ଏକ କାହାଣୀ, ବାସ୍ତବ ନୁହେଁ। ଆଉ ଏପରି ଏକ କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ବାବା ବାଣେଶ୍ୱର ଫିଲ୍ମସ୍‌ର ଫିଲ୍ମ ‘ପ୍ରେମ ଏଟିଏମ୍‌’। ପିଲ୍ମର ସୁଟିଂ […]

  • Wednesday, 21 July 2021
maxresdefault
ଆଜି ରିଲିଜ୍‌ ହେଉଛି ‘ଗୋଲ୍‌ମାଲ୍‌ ଲଭ୍‌’ ଓ ‘ତୁ ମୋ ଲଭ୍‌ ଷ୍ଟୋରୀ-ଟୁ’

ଭୁବନେଶ୍ୱର: ରଜ ବଜାରରେ ଦର୍ଶକଙ୍କୁ ଏକାସଙ୍ଗେ ଦୁଇ ଦୁଇଟି ଫିଲ୍ମ ଭେଟି ଦେବାକୁ ଯାଉଛି ତରଙ୍ଗ ସିନେ ପ୍ରଡକ୍ସନ୍ସ। ଆଜି ପରଦାକୁ ଆସୁଛି ‘ଗୋଲ୍‌ମାଲ୍‌ ଲଭ୍’ ଓ ‘ତୁ ମୋ ଲଭ୍ ଷ୍ଟୋରି-ଟୁ’। ‘ଗୋଲ୍‌ମାଲ୍‌ ଲଭ୍‌’ରେ ନୂଆ ଯୋଡ଼ି ବାବୁସାନ ଓ ତମନ୍ନା ଥିବା ବେଳେ ‘ତୁ ମୋ ଲଭ୍ ଷ୍ଟୋରି-ଟୁ’ର ସିକ୍ୱେଲ୍‌ରେ ସ୍ୱରାଜ-ଭୂମିକାଙ୍କ ସହ ହିଟ୍ ଯୋଡ଼ି ସିଦ୍ଧାନ୍ତ ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିବ। ‘ଗୋଲ୍‌ମାଲ୍‌ ଲଭ୍‌’ ଫିଲ୍ମରେ ନାୟକ ବାବୁଶାନଙ୍କ ଆଖିରେ ଲଣ୍ଡନ୍‌ରେ […]

  • Wednesday, 21 July 2021
sugandha
ସାରେଗାମାପା ଲିଟିଲ୍ ଚ୍ୟାମ୍ପସ ୨୦୧୯: ସୁଗନ୍ଧା ଚାମ୍ପିଅନ

ମୁମ୍ବାଇ : ମ୍ୟୁଜିକାଲ ରିଏଲିଟି ଶୋ’ ‘ସାରେଗାମାପା ଲିଟିଲ୍‌ ଚ୍ୟାମ୍ପସ ୨୦୧୯’ର ଗତକାଲି ଗ୍ରାଣ୍ଡ ଫାଇନାଲ୍ ସରିଛି। ତିନିମାସ ଧରି ଚାଲିଥିବା ଏଇ ଶୋ’କୁ ତା’ର ୱିନର୍‌ ମିଳିଯାଇଛି। ଏହି ଶୋ’ର ବିଜେତା ୧୪ ବର୍ଷୀୟା ସୁଗନ୍ଧା ଦାତେ ହୋଇଥିବାବେଳେ ପ୍ରଥମ ରନରସ୍‌ ଅପ୍ ପ୍ରୀତମ ଆଚାର୍ଯ୍ୟ ଓ ଦ୍ୱିତୀୟ ରନରସ୍‌ ଅପ୍‌ ମହମ୍ମଦ ଫୈଜ୍‌ ହୋଇଛନ୍ତି। ସୁଗନ୍ଧାଙ୍କୁ ଶୋ’ରେ ସବୁବେଳେ ତାଙ୍କ ମଧୁର କଣ୍ଠ ପାଇଁ ଅନେକ ପ୍ରଶଂସା ମିଳିଥିଲା। ଅନେକଥର ଶୋ’ରେ ତାଙ୍କ କଣ୍ଠର […]

  • Wednesday, 21 July 2021
5
ଜିତେନ୍ଦ୍ରଙ୍କର ଏହି ସର୍ତ୍ତ ଯୋଗୁ ବିବାହ କରିନାହାନ୍ତି ଏକତା କପୁର

ମୁମ୍ୱାଇ: ଟେଲି ଜଗତର କୁଇନ୍‌ କହିଲେ ଜିତେନ୍ଦ୍ର ତନୟା ଏକତା କପୁରଙ୍କୁ ହିଁ ବୁଝାଇଥାଏ। ୪୪ ବର୍ଷରେ ପାଦ ଥାପି ସାରିଥିବା ଏକତା ଏବେ ବି ସିଙ୍ଗଲ। ବହୁ ହିଟ୍‌ ଟିଭି ସିରିଏଲ ଏକତାଙ୍କ ନାମରେ ରହିଛି। ଶାଶୁ-ବୋହୂ, ବିବାହ ଆଦି ପରମ୍ପରାକୁ ଟିଭି ପରଦାରେ ଜୀବନ୍ତ ଭାବେ ପ୍ରସ୍ପୁଟିତ କରି ପାରୁଥିବା ଏକତାଙ୍କର କିନ୍ତୁ ବିବାହ ଉପରେ ଭରସା ନାହିଁ। ଏଥିଲାଗି ଏଯାଏ ସିଙ୍ଗଲ ଥିବା ଏକତା କିଛି ଦିନ ହେବ ସରୋଗେସି ଜରିଆରେ ଏକ […]

  • Wednesday, 21 July 2021
222
ପ୍ରଥମ ଦିନରେ ବକ୍ସ ଅଫିସରେ ହିଟ୍‌ ହେଲା ‘ଭାରତ’

ମୁମ୍ବାଇ: ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ‘ଭାରତ’ ଫିଲ୍ମ ବକ୍ସ ଅଫିସରେ ପ୍ରଥମ ଦିନରୁ ହିଁ କମାଲ କରିଛି। ବୁଧବାର ଇଦ୍‌ ଉପଲକ୍ଷେ ସର୍ବ ଭାରତୀୟ ସ୍ତରରେ ଏହି ଫିଲ୍ମଟି ରିଲିଜ୍‌ ହୋଇଥିଲା। ପ୍ରଥମ ଦିନରେ ହିଁ ଫିଲ୍ମଟି ଦର୍ଶକଙ୍କ ଭରପୂର ପ୍ରଶଂସା ସାଉଁଟିଛି। ଏଥିସହ ବକ୍ସ ଅଫିସରେ ଫିଲ୍ମଟି ଗୋଟିଏ ଦିନରେ ୪୨. ୩ କୋଟି ଆୟ କରିଛି। ଅଲୀ ଆବାସ ଜାଫରଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ଫିଲ୍ମଟି ପୂର୍ବରୁ ସଲମାନ […]

  • Wednesday, 21 July 2021
122
ନିଜ ସିକ୍ୟୁରିଟି ଗାର୍ଡକୁ ଚାପୁଡ଼ା ମାରିଲେ ସଲମାନ୍ ଖାନ୍

ମୁମ୍ୱାଇ: ଭାଇଜାନ୍‌ ସଲମାନ୍‌ ଖାନ୍‌ଙ୍କ ଦବଙ୍ଗଗିରି। ସମସ୍ତଙ୍କ ସମ୍ମୁଖରେ ସିକ୍ୟୁରିଟି ଗାର୍ଡଙ୍କୁ ଚାପୁଡ଼ା ମାରିଲେ ସଲମାନ୍ ଖାନ୍। ଯାହାର ଏକ ଭିଡିଓ ସୋଶାଲ ମିଡିଆରେ ବର୍ତ୍ତମାନ ଭାଇରାଲ୍ ହୋଇଛି। ସୂଚନା ଅନୁସାରେ, ଫିଲ୍ମ ‘ଭାରତ’ର ପ୍ରମୋସନ୍ ପାଇଁ ମୁମ୍ବାଇର ଏକ ମଲ୍‌ରେ ପହଞ୍ଚିଥିଲେ ସଲମାନ୍। ଏହି ସମୟରେ ସଲମାନ୍‌ଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ସିକ୍ୟୁରିଟି ଗାର୍ଡ ସେଠାରେ ଥିବା କିଛି ବ୍ୟକ୍ତିଙ୍କୁ ଦୁର୍ବ୍ୟବହାର କରିଥିଲେ। ଏପରିକି ନିକଟରେ ଥିବା ଛୋଟ ପିଲାମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ। ଏହା ସଲମାନ୍‌ଙ୍କ […]

  • Wednesday, 21 July 2021
know-about-Neha-Kakkar-Life-Style-and-Biography-644x362
ଆଜି ନେହାଙ୍କ ଜନ୍ମଦିନ

ମୁମ୍ବାଇ: ‘ମିଲେ ହୋ ତୁମ୍‌ ହମ୍‌ କୋ ବଡେ ନସିବୋଁ ସେ, ଚୁରାୟା ହୈ ମେନେ କିସ୍‌ମତ୍‌ କି ଲକିରୋଁ ସେ’। ଏହିଭଳି ଅନେକ ରୋମାଣ୍ଟିକ୍‌ ହିଟ୍‌ ଗୀତ ସହ ହିପ୍‌ହପ୍‌ ଗୀତ ଗାଇ ଫ୍ୟାନ୍‌ଙ୍କ ମନ ଜିଣିଥିବା ସିଙ୍ଗର ନେହା କକ୍କରଙ୍କ ଆଜି ହେଉଛି ୩୧ ତମ ଜନ୍ମଦିନ। ୧୯୮୮ ମସିହା ୬ ଜୁନ୍‌ ଅର୍ଥ ଆଜିର ଦିନରେ ଋଷିକେଶରେ ବଲିଉଡ୍‌ର କ୍ୟୁଟ୍‌ ସିଙ୍ଗର୍‌ ନେହା ଜନ୍ମ ହୋଇଥିଲେ। ସେ କେବଳ ସୁମଧୁର ସଙ୍ଗୀତ ନୁହେଁ, […]

  • Wednesday, 21 July 2021
1
ହିନ୍ଦୀ ଫିଲ୍ମ ‘ଅନ୍ଧାଧୁନ୍‌’ରେ ହେବ ତାମିଲ ରିମେକ୍‌

ମୁମ୍ବାଇ: ବକ୍ସ ଅଫିସ୍‌ରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିବା ଆୟୁଷ୍ମାନ ଖୁରାନାଙ୍କ ପିଲ୍ମ ‘ଅନ୍ଧାଧୁନ୍‌’ର ଖୁବଶୀଘ୍ର ତାମିଲ ରିମେକ୍ ହେବାକୁ ଯାଉଛି। ସୂଚନା ଅନୂଯାୟୀ, ସାଉଥ ସୁପରଷ୍ଟାର ଧନୁଷ୍‌ ଏହି ଫିଲ୍ମ ବନାଇବାକୁ ଚାହୁଁଛନ୍ତି। ଧନୁଷ୍‌ କେବଳ ସାଉଥ ଇଣ୍ଡଷ୍ଟ୍ରିରେ ନୁହେଁ, ବଲିଉଡରେ ବି ନିଜ ଅଭିନୟର କମାଲ ଦେଖାଇସାରିଛନ୍ତି। ସେ ବଲିଉଡ ନିର୍ଦ୍ଦେଶକ ଆନନ୍ଦ ଏଲ ରାୟଙ୍କ ସହ ‘ରାଞ୍ଝଣା’ ଫିଲ୍ମରେ କାମ କରିଥିଲେ। ଫିଲ୍ମଟି ବକ୍ସ ଅଫିସ୍‌ରେ ଜବରଦସ୍ତ ରେସପନ୍ସ ମିଳିଥିଲା। ସୂଚନା ଅନୁୟାୟୀ, ସେ […]

  • Wednesday, 21 July 2021
susmitha_sen
ପୋଷ୍ୟ ସନ୍ତାନ ବୋଲି ଜାଣିବା ପରେ ଅଭିନେତ୍ରୀ ସୁସ୍ମିତାଙ୍କୁ ଏମିତି କହିଲେ ଝିଅ ରେନେ

ମୁମ୍ବାଇ: ବଲିଉଡ୍‌ରେ ଗୋଟେ ସମୟ ଥିଲା ଯେଉଁ ସମୟରେ କି ପରଦା ଉପରେ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍‌ ଲୋକଙ୍କ ମନ ଜିଣୁଥିଲେ। ତାଙ୍କ ଜିରୋ ଫିଗରରେ ସେ ସମସ୍ତଙ୍କୁ ଦିୱାନା ମଧ୍ୟ କରିଛନ୍ତି। ଏବେ କିନ୍ତୁ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ କଥା ଶେଆର୍‌ କରି ଚର୍ଚ୍ଚାକୁ ଆସିଛନ୍ତି। ସୁସ୍ମିତା ତାଙ୍କ ୨ ଝିଅଙ୍କ ସହ ବହୁତ ମେଳାପି। ତାଙ୍କର ରେନେ ଏବଂ ଅଲିଷା ନାମରେ ଦୁଇଜଣ ଝିଅ ଅଛନ୍ତି। ସୁସ୍ମିତା ରେନେଙ୍କୁ […]

  • Wednesday, 21 July 2021
riteish-deshmukh_5cf2163322-750x430
ଜେନେଲିଆଙ୍କୁ ଖୁସି କରିବା ପାଇଁ ରିତେଶ କଲେ ନୂଆ ହେୟାର ଷ୍ଟାଇଲ୍‌

ମୁମ୍ବାଇ: ରିତେଶ ଦେଶମୁଖ ନିଜ ପତ୍ନୀ ଜେନେଲିଆ ଡି’ସୁଜାଙ୍କୁ ସରପ୍ରାଇଜ୍‌ ଦେବା ପାଇଁ ନୂଆ ହେୟାର ଷ୍ଟାଇଲ୍‌ କରିଥିଲେ। କିନ୍ତୁ ସେ ଭାବି ନ ଥିଲେ, ତାଙ୍କୁ ଏଥିପାଇଁ ଟ୍ରଲ୍‌ର ଶିକାର ହେବାକୁ ପଡ଼ିବ। ପ୍ରଶଂସକ ତାଙ୍କ ହେୟାର ଷ୍ଟାଇଲ୍‌କୁ କେବଳ ବକ୍‌ବାସ ବୋଲି କହି ନାହାନ୍ତି, ବରଂ ଏହାର ଜୋର୍‌ଦାର ମଜାକ୍‌ ମଧ୍ୟ ଉଡ଼ାଇଛନ୍ତି। ସୂଚନାଯୋଗ୍ୟ, ଜେନେଲିଆ ନିଜ ସୋଶାଲ ମିଡିଆ ଆକାଉଣ୍ଟରେ ରିତେଶଙ୍କ ଲାଟେଷ୍ଟ ଫଟୋ ଶେଆର କରିଛନ୍ତି। ଏଥିରେ ରିତେଶ ନୂଆ ହେୟାରଷ୍ଟାଇଲ୍‌ […]

  • Wednesday, 21 July 2021
Kangana Ranaut
କଙ୍ଗନାଙ୍କ 'ଇମର୍ଜେନ୍ସୀ'କୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ରାଜନୈତିକ ଫିଲ୍ମ 'ଇମର୍ଜେନ୍ସୀ' କୁ ନେଇ ବିବାଦ ଉଠିଛି। ଏହି ପ୍ରସଙ୍ଗରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି। କଙ୍ଗନା ୪୬ ବର୍ଷ ପୂର୍ବେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଦ୍ୱାରା ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତି(ଇମର୍ଜେନ୍ସୀ) ଉପରେ ଏକ ଚଳଚ୍ଚିତ୍ର ନିର୍ମାଣ କରିବାକୁ ଯାଉଛନ୍ତି।