Advertisment

ଆୟକର ବିଭାଗ ଚଢଉ ପରେ ସୋନୁ ସୁଦ୍‌ଙ୍କ ପ୍ରତିକ୍ରିୟା

ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ସମସ୍ୟା ବଢିଚାଲିଛି। ନିକଟରେ ତାଙ୍କ ଘରେ ଆୟକର ବିଭାଗ ଚଢଉ କରିଛି। ସୂଚନା ମୁତାବକ ଚଢଉ ବେଳେ ଟାକ୍ସ ହେରଫେରର ଦୃଢ ପ୍ରମାଣ ମିଳିଛି। ଆୟକର ବିଭାଗ ଏକାସାଙ୍ଗରେ କାନପୁର, ଜୟପୁର, ଲକ୍ଷ୍ନୌ ଓ ଗୁରୁଗ୍ରାମରେ ଥିବା ସୋନୁ ସୁଦଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଚଢଉ କରିଥିଲା। ତେବେ ଏହି ପରିସ୍ଥିତି ଭିତରେ ସୋନୁ ସୁଦ୍‌ ସୋସିଆଲ୍ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ୍‌ ସେୟାର କରିଛନ୍ତି।

author-image
Pramod Behera
Sonu Sood

Sonu Sood

ନୂଆଦିଲ୍ଲୀ : ବଲିଉଡ ଅଭିନେତା ସୋନୁ ସୁଦ୍‌ଙ୍କ ସମସ୍ୟା ବଢିଚାଲିଛି। ନିକଟରେ ତାଙ୍କ ଘରେ ଆୟକର ବିଭାଗ ଚଢଉ କରିଛି। ସୂଚନା ମୁତାବକ ଚଢଉ ବେଳେ ଟାକ୍ସ ହେରଫେରର ଦୃଢ ପ୍ରମାଣ ମିଳିଛି। ଆୟକର ବିଭାଗ ଏକାସାଙ୍ଗରେ କାନପୁର, ଜୟପୁର, ଲକ୍ଷ୍ନୌ ଓ ଗୁରୁଗ୍ରାମରେ ଥିବା ସୋନୁ ସୁଦଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଚଢଉ କରିଥିଲା। ତେବେ ଲକ୍‌ଡାଉନ୍‌ ବେଳେ ଗରିବ ଶ୍ରମିକଙ୍କୁ ସାହାଯ୍ୟ କରି ସେମାନଙ୍କ ପାଇଁ ଭଗବାନ ପାଲଟିଥିବା ସୋନୁ ସୁଦ୍‌ଙ୍କ ଭାବମୂର୍ତ୍ତିରେ ଏବେ ନକରାତ୍ମକ ପ୍ରଭାବ ପଡିବାରେ ଲାଗିଛି। ଅନେକ ରାଜନୈତିକ ଲୋକେ ବି ତାଙ୍କୁ ଟାର୍ଗେଟ୍ କରୁଛନ୍ତି।

Advertisment
Sonu Soodସୋନୁ ସୁଦ୍

ତେବେ ଏହି ପରିସ୍ଥିତି ଭିତରେ ସୋନୁ ସୁଦ୍‌ ସୋସିଆଲ୍ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ୍‌ ସେୟାର କରିଛନ୍ତି। ଏହି ଭିଡିଓରେ ସେ ଖୁବ୍ ଆତ୍ମବିଶ୍ୱାସରେ ଥିବା ଦେଖାଯାଉଛନ୍ତି। ଏହି ପୋଷ୍ଟ୍‌ ତାଙ୍କର ଦୃଢ ମନୋବଳ ଓ ସାଧାରଣ ଲୋକଙ୍କ ତାଙ୍କ ପ୍ରତି ଥିବା ସମର୍ଥନକୁ ସୂଚାଉଛି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ “କଠିନ ରାସ୍ତାରେ ବି ଯାତ୍ରା ସହଜ ଲାଗୁଛି। ପ୍ରତ୍ୟେକ ହିନ୍ଦୁଙ୍କର ଆଶୀର୍ବାଦ ଥିବା ଭଳି ଲାଗୁଛି।” ଏହା ସହିତ ସେ ଏକ ପୋଷ୍ଟର୍‌ ମଧ୍ୟ ସେୟାର୍‌ କରିଛନ୍ତି। ଏହି ପୋଷ୍ଟର୍‌ରେ ଭାରତୀୟ ପତାକା ଭଳି ତିନୋଟି ରଙ୍ଗ ରହିଛି।

Advertisment

ସୋନୁ ସୁଦ୍ ଏହି ପୋଷ୍ଟର୍‌ରେ ଲେଖିଛନ୍ତି ଯେ “ଆପଣଙ୍କୁ ସବୁବେଳେ ନିଜର ପକ୍ଷ କହିବା ଆବଶ୍ୟକ ପଡେ ନାହିଁ। ସମୟ ହିଁ କହିବ। ମୁଁ ଦୃଢ ଭାବରେ ଓ ହୃଦୟର ସହିତ ଭାରତୀୟ ଲୋକଙ୍କ ସେବା କରିବି ବୋଲି ନିଜକୁ ପ୍ରତିଶ୍ରୁତି ଦେଇଛି। ମୋ ଫାଉଣ୍ଡେସନ୍‌ର ପ୍ରତ୍ୟେକ ଟଙ୍କା ମୂଲ୍ୟବାନ ଜୀବନକୁ ବଞ୍ଚେଇବା ଓ ଗରିବଙ୍କୁ ସାହାଯ୍ୟ କରିବାରେ ଲାଗିଛି। ଏହା ବ୍ୟତୀତ, ଏହି ଅବସରରେ ମୁଁ କେତେକ ବ୍ରାଣ୍ଡ୍‌ର ବିଜ୍ଞାପନ ଫିସ୍‌ ମଧ୍ୟ ବଢେଇ ଦେଇଛି ଯାହା ଲୋକଙ୍କ ସେବାରେ ଲାଗିବ।”

Sonu Soodସୋନୁ ସୁଦ୍

ଏହି ପୋଷ୍ଟ୍‌ରେ ସୋନୁ ସୁଦ୍‌ ଆହୁରି ମଧ୍ୟ ଲେଖିଛନ୍ତି ଯେ “ମୁଁ କିଛି ଅତିଥିଙ୍କ ସେବକରିବା ନେଇ ଏବେ ଟିକେ ବ୍ୟସ୍ତ ଅଛି, ଏହି କାରଣରୁ ୪ ଦିନ ହେବ ମୁଁ ଆପଣମାନଙ୍କ ସେବା କରିପାରୁନି। ମୁଁ ପୁନର୍ବାର ପୂରା ବିନମ୍ରତା ସହ ଆପଣଙ୍କ ସେବାରେ ଫେରୁଛି, ସବୁଦିନ ପାଇଁ।”

ତେବେ ଆୟକର ବିଭାଗକୁ ମିଳିଥିବା ସୋନୁ ସୁଦ୍‌ଙ୍କ ଟ୍ୟାକ୍ସ ହେରଫେର ତାଙ୍କ ବ୍ୟକ୍ତିଗତ ଫାଇନାନ୍ସ ସହିତ ଜଡିତ। ଆୟକର ବିଭାଗ ଅନୁଯାୟୀ, ଅଭିନେତା ନିଜର ବେହିସାବ ଆୟକୁ ନକଲି କମ୍ପାନୀ ମାଧ୍ୟମରେ ସଞ୍ଚୟ କରିଛନ୍ତି। ଏପର୍ଯ୍ୟନ୍ତ ଯାଞ୍ଚ୍‌ରେ ଟିମ୍‌ ୨୦ଟି ନକଲି ଏଣ୍ଟ୍ରିର ସୂଚନା ପାଇଛି। ବିଭାଗ ସୋନୁ ସୁଦ୍‌ଙ୍କ ଚାରିଟି ଫାଉଣ୍ଡେସନକୁ ମଧ୍ୟ ଯାଞ୍ଚ୍‌ କରୁଛି।

India News Odisha News Sonu Sood
Advertisment
Advertisment