Advertisment

ବୋଲ୍ଡ ଅବତାରରେ ସୋସିଆଲ ମିଡିଆରେ ନିଆଁ ଲଗେଇଲେ ଇଲିଆନା ଡି’କ୍ରୁଜ୍‌

ଇନ୍‌ଷ୍ଟାଗ୍ରାମ୍‌ରେ ନିଆଁ ଲଗେଇଛନ୍ତି ବୋଲ୍ଡ କୁଇନ୍ ଇଲିଆନା ଡି’କ୍ରୁଜ୍‌। ନିଜର ସନ୍‌ ବାଥ୍‌ ଫଟୋ ଶେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବା ଇଲିଆନାଙ୍କୁ ଇନଷ୍ଟାଗ୍ରାମରେ ୧୩.୧ ମିଲିୟନ ଲୋକ ଅନୁସରଣ କରୁଛନ୍ତି। ଏହି ଅଭିନେତ୍ରୀ ପ୍ରାୟ ସମୟରେ ପ୍ରଶଂସକଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ସେୟାର କରନ୍ତି। ସେ ନିଜ ବୋଲ୍ଡ ଫଟୋ ସହିତ ଇଣ୍ଟରନେଟ୍‌ରେ ଅନେକ ସମୟରେ ହଇଚଇ ସୃଷ୍ଟି କରନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Ileana Dcruz sunbathing in bikini

Ileana Dcruz sunbathing in bikini

ନୂଆଦିଲ୍ଲୀ : ଇନ୍‌ଷ୍ଟାଗ୍ରାମ୍‌ରେ ନିଆଁ ଲଗେଇଛନ୍ତି ବୋଲ୍ଡ କୁଇନ୍ ଇଲିଆନା ଡି’କ୍ରୁଜ୍‌। ନିଜର ସନ୍‌ ବାଥ୍‌ ଫଟୋ ଶେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିଛନ୍ତି। ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଥିବା ଇଲିଆନାଙ୍କୁ ଇନଷ୍ଟାଗ୍ରାମରେ ୧୩.୧ ମିଲିୟନ ଲୋକ ଅନୁସରଣ କରୁଛନ୍ତି। ଏହି ଅଭିନେତ୍ରୀ ପ୍ରାୟ ସମୟରେ ପ୍ରଶଂସକଙ୍କ ସହିତ ତାଙ୍କ ବ୍ୟକ୍ତିଗତ ଜୀବନର ଝଲକ ସେୟାର କରନ୍ତି।

Advertisment
Ileana Dcruz sunbathing in bikiniଇଲିଆନା ଡିକ୍ରୁଜଙ୍କ୍ ସନ୍‌ ବାଥ୍

ସେ ନିଜ ବୋଲ୍ଡ ଫଟୋ ସହିତ ଇଣ୍ଟରନେଟ୍‌ରେ ଅନେକ ସମୟରେ ହଇଚଇ ସୃଷ୍ଟି କରନ୍ତି। ସେପ୍ଟେମ୍ବର ୨୧ରେ, ଇଲିଆନା ସୋସିଆଲ ମିଡିଆରେ ଆଉ ଏକ ଆକର୍ଷଣୀୟ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଏକ ବିକିନି ପିନ୍ଧିଥିବା ବେଳେ ସମୁଦ୍ର କୂଳରେ ସନ୍ ବାଥ୍‌ ନେଉଥିବା ଦେଖାଯାଆନ୍ତି। ଯିଏ ଏହି ଫଟୋ ଦେଖୁଛି ତା’ ନଜର ଉଠୁନି।

Advertisment

ଫଟୋରେ ଇଲିଆନା ବିନା ମେକ୍ଅପ୍‌ରେ ନଜର ଆସନ୍ତି। ସେ ବେକରେ ଏକ ଲକେଟ୍ ପିନ୍ଧିଛନ୍ତି। ଇଲିଆନା ବିକିନି ଇମୋଜି ଓ ସନ୍ ଇମୋଜି ସହିତ ତାଙ୍କ ପୋଷ୍ଟ୍‌ର କ୍ୟାପ୍‌ସନ୍‌ରେ ଲେଖିଛନ୍ତି, ପୁନର୍ବାର ସେ ଖରାଦିନର ଇଛା ପୂରଣ ହେଉଛି। ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ନର୍ଗିସ୍ ଫଖରୀ ମନ୍ତବ୍ୟ ଦେଇ ହାର୍ଟ୍ ଇମୋଜି ସେୟାର କରିଛନ୍ତି। ନର୍ଗିସ୍ ତାଙ୍କ ସହିତ ‘ମେ ତେରା ହିରୋ’ରେ କାମ କରିଥିଲେ। ସେହିଭଳି ଭିଜେ ମାରିଆ କମେଣ୍ଟ ଦେଇଛନ୍ତି, “ଆଜି ଆନ୍ତର୍ଜାତୀୟ ଶାନ୍ତି ଦିବସରେ ମୁଁ କେବଳ କହିବାକୁ ଚାହେଁ ଯେ ତୁମେ ଟୁ ପିସ୍‌ରେ ଖୁବ୍ ଚମତ୍କାର ଦେଖାଯାଉଛ।”

Ileana Dcruz sunbathing in bikiniଇନିଆନାଙ୍କ ସନ୍ ବାଥ୍‌ ଫଟୋରେ ପ୍ରଶଂସାର ସୁଅ

ପ୍ରଶଂସକମାନେ ମଧ୍ୟ ଇଲିଆନାଙ୍କ ସୌନ୍ଦର୍ଯ୍ୟକୁ ଜମେଇକି ପ୍ରଶଂସା କରିଛନ୍ତି ଏବଂ ତାଙ୍କ ପ୍ରତି ସେମାନଙ୍କର ପ୍ରେମ ବ୍ୟକ୍ତ କରିଛନ୍ତି। କେହି କେହି ତାଙ୍କୁ ଆକର୍ଷଣୀୟ ବୋଲି କହିଥିବା ବେଳେ କେହି କେହି ବୋଲ୍ଡ ବୋଲି କହିଛନ୍ତି। ଜଣେ ସୋସିଆଲ ମିଡିଆ ଉପଭୋକ୍ତା ତାଙ୍କୁ ବିକିନି ରାଣୀ ବୋଲି ମଧ୍ୟ କହିଛନ୍ତି।

Ileana Dcruz sunbathing in bikiniସମୁଦ୍ର କୂଳରେ ଇନିଆନାଙ୍କ ସନ୍ ବାଥ୍ ଫଟୋ

ଇଲିଆନା ଡି’କ୍ରୁଜ୍ ଅନେକ ସମୟରେ ତାଙ୍କ ବେଳାଭୂମି ଛୁଟିର ମଜ୍ଜା ନେବା ବେଳେ ଅନେକ ଆକର୍ଷଣୀୟ ସ୍ନାନକାଳୀନ ପୋଷାକର ଫଟୋ ଶେୟାର କରି ତାଙ୍କ ପ୍ରଶଂସକ ହୃଦୟରେ ନିଆଁ ଲଗାନ୍ତି। ଏଠି ନଜର ପକେଇ ନିଅନ୍ତୁ ତାଙ୍କ ବୋଲ୍ଡ ଅବତାରର କିଛି ନମୁନା ଉପରେ।


 
 
 
 
 
 
 
 
 
 
 
 
 
 

A post shared by Ileana D'Cruz (@ileana_official)

ଏହି ଅଭିନେତ୍ରୀ ସୋସିଆଲ ମିଡିଆରେ ନିଜ ଶରୀର ପାଇଁ ବେଶ ଜଣାଶୁଣା। କିନ୍ତୁ ଗତ ବର୍ଷ ଇନ୍‌ଷ୍ଟାଗ୍ରାମ୍‌ର ଏକ ପୋଷ୍ଟ୍‌ରେ ଇଲିଆନା ତାଙ୍କ ଶରୀରକୁ ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ସେ ଲେଖିଥିଲେ ଯେ “ମୁଁ ସବୁବେଳେ ଚିନ୍ତାରେ ଥାଏ ଯେ ମୁଁ କିପରି ଦେଖାଯାଉଛି। ମୁଁ ଦୁଖିତଃ ଯେ ମୋ ପିଆ ବହୁତ ପ୍ରଶସ୍ତ, ମୋ ଜଙ୍ଘ ବହୁତ ଦୁର୍ବଳ, ମୋ ଅଣ୍ଟା ଯଥେଷ୍ଟ ପତଳା ନୁହେଁ, ମୋ ପେଟ ଯଥେଷ୍ଟ ଫ୍ଳାଟ୍ ନୁହେଁ, ମୋ ଛାତି ଯଥେଷ୍ଟ ବଡ ନୁହେଁ, ମୋ ବାହୁ ବହୁତ ପତଳା, ନାକ ଯଥେଷ୍ଟ ସିଧା ନୁହେଁ, ଓଠ ଯଥେଷ୍ଟ ଆକର୍ଷଣୀୟ ନୁହେଁ, ମୁଁ ଚିନ୍ତିତ ଯେ ମୁଁ ଯଥେଷ୍ଟ ଡେଙ୍ଗା ନୁହେଁ, ଯଥେଷ୍ଟ ସୁନ୍ଦର ନୁହେଁ, ଯଥେଷ୍ଟ ମଜାଳିଆ ନୁହେଁ, ଯଥେଷ୍ଟ ସ୍ମାର୍ଟ ନୁହେଁ, ଯଥେଷ୍ଟ ପରଫେକ୍ଟ ନୁହେଁ।”

ପ୍ରକାଶଥାଉ ଯେ ୨୦୦୬ରେ ଇଲିଆନା ମନୋରଞ୍ଜନ ଜଗତରେ ପାଦ ଦେଇଥିଲେ। ସେ ତେଲୁଗୁ ଏବଂ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି। ସେ ୨୦୧୨ ରେ ଫିଲ୍ମ 'ବର୍ଫି' ରେ ବଲିଉଡରେ ଡେବ୍ୟୁ କରିଥିଲେ, ଯେଉଁଥିରେ ରଣବୀର କପୁର ଏବଂ ପ୍ରିୟଙ୍କା ଚୋପ୍ରା ମଧ୍ୟ ଅଭିନୟ କରିଥିଲେ।

Ileana Dcruz ଇଲିଆନା ଡିକ୍ରୁଜ୍

ଇଲିୟାନାଙ୍କୁ ଅଭିଷେକ ବଚ୍ଚନଙ୍କ ଅଭିନୀତ 'ଦ ବିଗ୍ ବୁଲ୍'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ​​ଯାହା ଷ୍ଟକ୍ ବ୍ରୋକର୍ ହର୍ଷଦ ମେହେଟ୍ଟାଙ୍କ ଜୀବନୀ ଉପରେ ଆଧାରିତ ଥିଲା। ତେବେ ତାଙ୍କୁ ଖୁବ୍ ଶୀଘ୍ର 'ଅନ୍‌ଫେୟାର୍ ଆଣ୍ଡ୍‌ ଲଭଲି'ରେ ରଣଦୀପ ହୁଡାଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

Bollywood Ileana DCruz Instagram
Advertisment
Advertisment