Advertisment

ଶେହନାଜଙ୍କ ଭାଇ ହାତରେ ସିଦ୍ଧାର୍ଥ ଶୁକ୍ଳାଙ୍କ ଟାଟୁ, କହିଲେ ତୁମେ ମୋ ସହିତ ସବୁବେଳେ ଅଛ

ଶେହନାଜ ଗିଲ୍‌ଙ୍କ ଭାଇ ଶାହବାଜ୍ ଅଭିନେତା ସିନ୍ଧାର୍ଥ ଶୁକ୍ଳାଙ୍କ ସ୍ମୃତିକୁ ଜୀବିତ ରଖିବା ପାଇଁ ହାତରେ ସିଦ୍ଧାର୍ଥଙ୍କର ସେ ଏକ ଟାଟୁ କରିଛନ୍ତି । ଟାଟୁରେ ସିଦ୍ଧାର୍ଥ ମୁହଁ ରହିଥିବା ବେଳେ ଶେହନାଜଙ୍କ ନାଁ ମଧ୍ୟ ରହିଛି । ସୋସିଆଲ ମିଡିଆରେ ସିଦ୍ଧାର୍ଥଙ୍କ ପ୍ରଶଂସକ ମାନେ ଶେହବାଜ ସିଦ୍ଧାର୍ଥଙ୍କ ଫଟୋର ଟାଟୁ ଦେଖି ତାଙ୍କୁ ମନେପକାଇ ଭାବପ୍ରବଣ ହୋଇଯାଇଛନ୍ତି ।

author-image
Pallipuspa Samal
ଅଦ୍ୟତନ ହୋଇଛି
Siddharth Shukla's face tattooed

Siddharth Shukla's face tattooed

ମୁମ୍ବାଇ: ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁକୁ ପୂରି ଗଲାଣି ୧୫ ଦିନ, ହେଲେ ଏ ପର୍ଯ୍ୟନ୍ତ ତାଙ୍କର ଏହିଭଳି ଭାବେ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ତାଙ୍କ ପ୍ରଶଂସକ । ନିକଟରେ ଶେହନାଜ ଗିଲ୍‌ଙ୍କ ଭାଇ ଶାହବାଜ୍ ଅଭିନେତା ସିନ୍ଧାର୍ଥ ଶୁକ୍ଲାଙ୍କ ସ୍ମୃତିକୁ ଜୀବିତ ରଖିବା ପାଇଁ ହାତରେ ସିଦ୍ଧାର୍ଥଙ୍କର ଏକ ଟାଟୁ କରିଛନ୍ତି । ଟାଟୁରେ ସିଦ୍ଧାର୍ଥ ମୁହଁ ରହିଥିବା ବେଳେ ଶେହନାଜଙ୍କ ନାଁ ମଧ୍ୟ ରହିଛି । ସୋସିଆଲ ମିଡିଆରେ ସିଦ୍ଧାର୍ଥଙ୍କ ପ୍ରଶଂସକ  ଶାହବାଜଙ୍କ ହାତରେ ସିଦ୍ଧାର୍ଥଙ୍କ ଫଟୋର ଟାଟୁ ଦେଖି ତାଙ୍କୁ ମନେପକାଇ ଭାବ ପ୍ରବଣ ହୋଇଯାଇଛନ୍ତି ।

Advertisment

ଶାହବାଜ ଟାଟୁ ସହିତ ତାଙ୍କ ଇନଷ୍ଟାଗ୍ରାମ ଫଟୋ ସେୟାର କରି ଲେଖିଛନ୍ତି ଯେ ସିଦ୍ଧାର୍ଥ ଏହି ସ୍ମୃତି ସବୁବେଳେ ମୋ ସହିତ ରହିବ ଓ ତୁମେ ମୋ ସହିତ ସବୁବେଳେ ଜୀବନ୍ତ ରହିବ । ତେବେ ଶାହବାଜଙ୍କ ଏହି ପୋଷ୍ଟରେ ବହୁ ଉପୋଭୋକ୍ତା ଶାହାବାଜଙ୍କୁ ପ୍ରଂଶସା କରିବା ସହିତ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । ପ୍ରଂଶସକଙ୍କ ମଧ୍ୟରେ ଜଣେ ଲେଖିଛନ୍ତି' ମୁଁ ତମକୁ ଭଲପାଏ ଆଉ ହଁ ତମେ ସବୁବେଳେ ଆମ ସହିତ ରହିବ' । ସେହିପରି ଆଉ ଜଣେ ପ୍ରଶଂସକ ଲେଖିଛନ୍ତି ଯେ 'ଏହା ଆମକୁ ବହୁତ ଭାବପ୍ରବଣ କରିଦେଲା ଆଉ ସିଦ୍ଧାର୍ଥ ଆମେ ତମକୁ ସବୁବେଳେ ଭଲ ପାଇବୁ' । ତେବେ ଶାହାବାଜଙ୍କ ପୂର୍ବରୁ ତାଙ୍କ ବାପା ସାନ୍ତୋଖ ସିଂ ଗିଲ୍ ତାଙ୍କ ଝିଅ ଶେହନାଜ ଗିଲଙ୍କୁ ଦୁଃଖରୁ ବାହାର କରିବା ପାଇଁ ଶେହନାଜଙ୍କ ନାଁ ରେ ଟାଟୁ କରିଥିଲେ ।

sidharth sukla and sehwajସିଦ୍ଧାର୍ଥ ଶୁକ୍ଲା ଓ ଶାହବାଜ୍

ପୂର୍ବରୁ ବଲିଉଡ ଅଭିନେତା ବିଦ୍ୟୁତ୍ ଜମୱାଲ୍ ମଧ୍ୟ ସିଦ୍ଧାର୍ଥ ଶୁକ୍ଳାଙ୍କୁ ମନେପକାଇ ଏକ ଭିଡିଓ ସେୟାର କରିଥିଲେ । ଏହି ଭିଡିଓରେ ସିଦ୍ଧାର୍ଥଙ୍କ ସହିତ ଜଡ଼ିତ ଅନେକ କାହାଣୀ ସେ ସେୟାର କରିଥିଲେ। ସେହିପରି ସିଦ୍ଧାର୍ଥ ଶୁକ୍ଲାଙ୍କ ସହ ବିଗ୍ ବସ୍ ୧୪ରେ ନଜର ଆସିଥିବା ଗାୟକ ରାହୁଲ ବୈଦ୍ୟ ମଧ୍ୟ ଏକ ଗୀତ ଗାଇ ସିଦ୍ଧାର୍ଥଙ୍କୁ ମନେ ପକାଇ ଏକ ଭିଡିଓ ପୋଷ୍ଟ କରିଥିଲେ ।

Advertisment

ସୂଚନା ଅନୁସାରେ ସେପ୍ଟେମ୍ବର ୨ ତାରିଖରେ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ହୃଦଘାତରେ ଦେହାନ୍ତ ହୋଇଥିଲା । ସିଦ୍ଧାର୍ଥଙ୍କ ମୃତ୍ୟକୁ ନେଇ ତାଙ୍କ ପ୍ରଂଶସକ ଓ ପରିବାର ଲୋକ ବହୁତ ଦୁଃଖରେ ଭାଙ୍ଗି ପଡିଥିଲେ । ବିଶେଷ କରି ସିଦ୍ଧାର୍ଥଙ୍କ ନିକଟତର ଥିବା ଶେହନାଜ ଗିଲ୍‌ଙ୍କୁ ସିଦ୍ଧାର୍ଥଙ୍କ ମୃତ୍ୟକୁ ନେଇ ବଡ଼ ଝଟକା ଲାଗିଛି ।

Sidharth Shukla Entertainment News
Advertisment
Advertisment