Advertisment

ଆଲିଆଙ୍କ ବିଜ୍ଞାପନ ଉପରେ ପ୍ରତିକ୍ରିୟା ରଖିଲେ କଙ୍ଗନା, କହିଲେ ଧର୍ମ ବିରୋଧୀ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଏକ ବିଜ୍ଞାପନ ଭିଡିଓ ପାଇଁ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ଭିଡିଓରେ ଅଭିନେତ୍ରୀ ପ୍ରାଚୀନ ସମୟରେ ଚାଲିଆସୁଥିବା 'କନ୍ୟାଦାନ' ପ୍ରଥା ଉପରେ ପ୍ରଶ୍ନ ଉଠାଇ ଏକ ନୂଆ ଦୃଷ୍ଟିକୋଣ ଦେବାକୁ ଚେଷ୍ଟା କରିଛନ୍ତି। ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ବିଜ୍ଞାପନ ଏକ ବ୍ରାଇଡାଲ ୱିଅର୍ ବ୍ରାଣ୍ଡ ପାଇଁ ଏବଂ ଆଲିଆଙ୍କୁ ଏଥିରେ କନ୍ୟା ରୂପରେ ଦେଖାଯାଇଛି।

author-image
Pramod Behera
Kangana and Alia

Kangana and Alia

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ନିଜର ଏକ ବିଜ୍ଞାପନ ଭିଡିଓ ପାଇଁ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି। ଭିଡିଓରେ ଅଭିନେତ୍ରୀ ପ୍ରାଚୀନ ସମୟରେ ଚାଲିଆସୁଥିବା 'କନ୍ୟାଦାନ' ପ୍ରଥା ଉପରେ ପ୍ରଶ୍ନ ଉଠାଇ ଏକ ନୂଆ ଦୃଷ୍ଟିକୋଣ ଦେବାକୁ ଚେଷ୍ଟା କରିଛନ୍ତି। ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏହି ବିଜ୍ଞାପନ ଏକ ବ୍ରାଇଡାଲ ୱିଅର୍ ବ୍ରାଣ୍ଡ ପାଇଁ ଏବଂ ଆଲିଆଙ୍କୁ ଏଥିରେ କନ୍ୟା ରୂପରେ ଦେଖାଯାଇଛି। ଆଲିଆଙ୍କ ଏହି ବିଜ୍ଞାପନକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱତ ନିଜର ପ୍ରତିକ୍ରିୟା ଦେଇଛନ୍ତି।

Advertisment

ବିଜ୍ଞାପନରେ ନିଜର ବିଚାରକୁ ଶେୟାର କରି କଙ୍ଗନା ରାଣାୱତ ଆଲିଆ ଭଟ୍ଟ ଏବଂ ବ୍ରାଣ୍ଡ୍‌କୁ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଟ୍ୟାଗ୍ କରିଛନ୍ତି। କଙ୍ଗନା ବିଶାସ କରନ୍ତି ଯେ ଏହି ବିଜ୍ଞାପନ ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ଏବଂ ଧର୍ମ ଏବଂ ସଂଖ୍ୟାଲଘୁ ରାଜନୀତିର ଫାଇଦା ଉଠାଇବା ପାଇଁ ଏକ ପ୍ରୟାସ। ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, “ସମସ୍ତ ବ୍ରାଣ୍ଡ୍‌କୁ ନମ୍ର ଅନୁରୋଧ... ନିଜ ଜିନିଷ ବିକ୍ରି ପାଇଁ ଧର୍ମ, ସଂଖ୍ୟାଲଘୁ, ସଂଖ୍ୟାଗରିଷ୍ଠ ରାଜନୀତିକୁ ବ୍ୟବହାର କରନ୍ତୁ ନାହିଁ.... ଚତୁର ବିଭାଜନକାରୀ ଅବଧାରଣା ଏବଂ ବିଜ୍ଞାପନ ସହିତ ଗ୍ରାହକଙ୍କୁ ମନିପ୍ୟୁଲେଟ୍ କରିବା ବନ୍ଦ କରନ୍ତୁ...।”

Kangana Ranaut reacts to Alia Bhatt advertisementଆଲିଆଙ୍କ ବିଜ୍ଞାପନରେ ପ୍ରତିକ୍ରିୟା ରଖିଲେ କଙ୍ଗନା
Kangana's Reactionକଙ୍ଗନାଙ୍କ ପ୍ରତିକ୍ରିୟା

ଆଲିଆ ଭଟ୍ଟ ତାଙ୍କ ନୂଆ ବିଜ୍ଞାପନ ଭିଡିଓରେ କହିଛନ୍ତି ଯେ ବିବାହ ପରେ 'କନ୍ୟାଦାନ' ସମାରୋହ କାହିଁକି? ଝିଅମାନେ କ’ଣ ବସ୍ତୁ, ତାକୁ ଦାନ କରାଯିବ? ବିଜ୍ଞାପନରେ ଆଲିଆ ତାଙ୍କ ଭବିଷ୍ୟତ ସ୍ୱାମୀଙ୍କ ସହ ମଣ୍ଡପରେ ବସି ଦର୍ଶକଙ୍କୁ ତାଙ୍କ ମନର କଥା କହୁଛନ୍ତି। ସେ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ବିଷୟରେ କୁହନ୍ତି ଯେ ସେମାନଙ୍କୁ ତାଙ୍କୁ କେତେ ଭଲ ପାଆନ୍ତି। ସେ ତାଙ୍କ ଜେଜେମା, ବାପା ଏବଂ ମାଙ୍କ ବିଷୟରେ କୁହନ୍ତି। ତେବେ ବିବାହରେ 'କନ୍ୟାଦାନ'ର ପ୍ରଥା ବିରୋଧରେ ସେ ଏକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେ କହିଛନ୍ତି ଯେ ତାଙ୍କ ପରିବାର ତାଙ୍କୁ ଏତେ ଭଲ ପାଇବା ପରେ ବି ତାଙ୍କୁ କାହିଁକି 'ଦୋସରା' ଏବଂ ପରିବାରର ଏକ ଅସ୍ଥାୟୀ ଅଂଗ ବୋଲି ଭାବନ୍ତି। ସେ କୁହନ୍ତି “ମୁଁ କ’ଣ କେବଳ ଦାନରେ ଯିବାର ବସ୍ତୁ କି? ତେବେ କନ୍ୟାଦାନ କାହିଁକି?

Advertisment

ଏହି ବିଜ୍ଞାପନ ଭିଡିଓର ଶେଷରେ କୁହାଯାଇଛି, 'କନ୍ୟାଦାନ' ନୁହେଁ 'କନ୍ୟାମାନ'। ସୋସିଆଲ ମିଡିଆରେ ଏହି ବିଜ୍ଞାପନ ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି। ଉପଭୋକ୍ତାମାନେ ଏହାକୁ ଜମେଇକି ପ୍ରଶଂସା କରୁଛନ୍ତି। ଆଲିଆଙ୍କ ପ୍ରଶଂସକମାନେ ବିଜ୍ଞାପନ ଏବଂ ଏହାର ଆଧୁନିକ ଧାରଣାକୁ ପସନ୍ଦ କରିଛନ୍ତି। ଏହା ଉପରେ ମନ୍ତବ୍ୟ ଦେଇ ଜଣେ ଉପଭୋକ୍ତା ଲେଖିଛନ୍ତି, “ଏହା ପ୍ରକୃତରେ ଏକ ସୁନ୍ଦର ବିଜ୍ଞାପନ ଏବଂ ଆଲିଆ କହିଥିବା ସମସ୍ତ ଧାଡି ସତ ଏବଂ ପ୍ରତ୍ୟେକ ଝିଅଙ୍କୁ ଏହି କଥା କିଛି ସମୟ ପାଇଁ ଅନୁଭୁତ ହୁଏ। ଏହି ବିଜ୍ଞାପନ ଶୁଣିବା ଏବଂ ଦେଖିବା ପରେ, ପ୍ରତ୍ୟେକ ଝିଅ ଏହାକୁ ପସନ୍ଦ କରିବେ ଏବଂ ଆମେ ଏହାକୁ ବାସ୍ତବରେ ପାଳନ କରିବାକୁ ଚେଷ୍ଟା କରିବୁ। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, 'ଏହାକୁ ଭଲ ପାଅ !! # କନ୍ୟାମାନ (ଝିଅକୁ ସମ୍ମାନ ଦେବା) ହେଉଛି ବିବାହର ଭବିଷ୍ୟତ।”

Kangana Ranaut Alia Bhatt Entertainment
Advertisment
Advertisment