Advertisment

କାର୍‌ ଦୁର୍ଘଟଣାରେ ଅଭିନେତ୍ରୀ ଇଶ୍ୱରୀଙ୍କ ମୃତ୍ୟୁ, ଆସନ୍ତା ମାସରେ ହୋଇଥାନ୍ତା ନିର୍ବନ୍ଧ

ମରାଠୀ ଓ ହିନ୍ଦୀ ଫିଲ୍କରେ ଅଭିନୟ କରିଥିବା ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେଙ୍କ କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ତାଙ୍କ ବନ୍ଧୁ ଶୁଭମ ଦାଗେଙ୍କ ସହ କାର୍‌ରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Marathi Actress Ishwari Deshpande Dies

Marathi Actress Ishwari Deshpande Dies

ମୁମ୍ବାଇ: ମରାଠୀ ଓ ହିନ୍ଦୀ ଫିଲ୍କରେ ଅଭିନୟ କରିଥିବା ଅଭିନେତ୍ରୀ ଈଶ୍ୱରୀ ଦେଶପାଣ୍ଡେଙ୍କ କାର୍‌ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ସେ ତାଙ୍କ ବନ୍ଧୁ ଶୁଭମ ଦାଗେଙ୍କ ସହ କାର୍‌ରେ ଯାଉଥିବା ସମୟରେ ଦୁର୍ଘଟଣାର ଶିକାର ହୋଇଥିଲେ। ଗୋଆରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୨୫ ବର୍ଷୀୟ ଅଭିନେତ୍ରୀ ଈଶ୍ୱରୀ ଓ ତାଙ୍କ ବନ୍ଧୁ ଶୁଭମ ଉଭୟଙ୍କ ଜୀବନ ଚାଲି ଯାଇଥିଲା।

Advertisment

ମିଡିଆ ରିପୋର୍ଟ ଅନୁସାରେ, ଈଶ୍ୱରୀ ଓ ଶୁଭମ କାର୍‌ରେ ଫେରୁଥିବା ବେଳେ ବାରଦେଜ ତାଲୁକା ଅନ୍ତର୍ଗତ ଅରପୋରା ଠାରେ ଥିବା ବାଗ କ୍ରିକ୍‌ ହ୍ରଦରେ ସେମାନଙ୍କ କାର୍‌ ଖସି ପଡ଼ିଥିଲା। ଉଭୟ କାର୍‌ରୁ ବାହାରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କାର୍‌ଟି ସେଣ୍ଟ୍ରାଲ ଲକ୍‌ ହୋଇ ଯାଇଥିବାରୁ ସେମାନେ ଏହା ମଧ୍ୟରେ ଫସି ଯାଇଥିଲେ। ଫଳରେ ପାଣିରେ ବୁଡ଼ି ଉଭୟଙ୍କ ମୃତ୍ୟୁ ଘଟିଛି। ଗାଡ଼ିର ଡ୍ରାଇଭର ନିୟନ୍ତ୍ରଣ ହରାଇବା ଯୋଗୁ ଏଭଳି ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଶୁଭମ କାର୍‌ ଚଳାଉଥିଲେ ବୋଲି ଜଣାପଡ଼ିଛି।

Advertisment

ଇ ଟାଇମ୍ସ ରିପୋର୍ଟ ଅନୁସାରେ, ଆସନ୍ତା ମାସରେ ଶୁଭମଙ୍କ ସହ ଇଶ୍ୱରୀଙ୍କ ନିର୍ବନ୍ଧ ହୋଇଥାଆନ୍ତା। ଏହାପୂର୍ବରୁ ଗୋଆ ବୁଲିବା ପାଇଁ ଉଭୟ ସେପ୍ଟେମ୍ବର ୧୫ରେ ଯାଇଥିଲେ। ନିକଟରେ ଅଭିନେତ୍ରୀ ଈଶ୍ୱରୀ ଏକ ମରାଠୀ ଓ ହିନ୍ଦୀ ଫିଲ୍ମର ଶୁଟିଂ ଶେଷ କରିଥିଲେ। ହେଲେ ଏଯାଏ ଏହି ୨ଟି ଫିଲ୍ମ ରିଲିଜ ହୋଇନାହିଁ। ଫିଲ୍ମ 'Premache Side Effects'ରୁ ଇଶ୍ୱରୀ ତାଙ୍କ ମରାଠୀ ଫିଲ୍ମର ଡେବ୍ୟୁ ଆରମ୍ଭ କରିଥିଲେ। 

Car Accident Marathi Actress Ishwari Deshpand Ishwari Deshpand Ishwari Deshpand Dies
Advertisment
Advertisment