Advertisment

ନିଜ ପ୍ରେଗ୍ନେସୀକୁ ନେଇ ଖୁଲାସା କଲେ ନେହା କକ୍କଡ

ବଲିଉଡ ସିଙ୍ଗର ନେହା କକ୍କଡ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର ପରିସରରେ। ନେହା ଯେବେଠାରୁ ସିଙ୍ଗିଙ୍ଗ୍ ରିଏଲିଟି ଶୋ ‘ଇଣ୍ଡିଆଲ୍ ଆଇଡଲ’ରୁ ବ୍ରେକ୍ ନେଇଛନ୍ତି ସେବେଠାରୁ ତାଙ୍କ ପ୍ରେଗ୍ନେସୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଛି। ଏହା ମଧ୍ୟ ଗୁଜବ ଉଠିଥିଲା ଯେ ନେହା ଗର୍ଭବତୀ ହେବା କାରଣରୁ ଶୋ ଛାଡିଥିଲେ। ବର୍ତ୍ତମାନ ଏ ସବୁ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡିଛି। କାରଣ ନେହା ସମସ୍ତଙ୍କ ସାମ୍ନାରେ ସତର ଖୁଲାସା କରିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Neha Kakkar

Neha Kakkar

ମୁମ୍ବାଇ : ବଲିଉଡ ସିଙ୍ଗର ନେହା କକ୍କଡ ବର୍ତ୍ତମାନ ପୁଣି ଥରେ ଚର୍ଚ୍ଚାର ପରିସରରେ। ନେହା ଯେବେଠାରୁ ସିଙ୍ଗିଙ୍ଗ୍ ରିଏଲିଟି ଶୋ ‘ଇଣ୍ଡିଆଲ୍ ଆଇଡଲ’ରୁ ବ୍ରେକ୍ ନେଇଛନ୍ତି ସେବେଠାରୁ ତାଙ୍କ ପ୍ରେଗ୍ନେସୀକୁ ନେଇ ଚର୍ଚ୍ଚା ଜୋର ଧରିଛି। ଭିନ୍ନ ଭିନ୍ନ ଖବର ସାମ୍ନାକୁ ଆସୁଛି। ଏହା ମଧ୍ୟ ଗୁଜବ ଉଠିଥିଲା ଯେ ନେହା ଗର୍ଭବତୀ ହେବା କାରଣରୁ ଶୋ ଛାଡିଥିଲେ। ବର୍ତ୍ତମାନ ଏ ସବୁ ଗୁଜବରେ ପୂର୍ଣ୍ଣଚ୍ଛେଦ ପଡିଛି। କାରଣ ନେହା ସମସ୍ତଙ୍କ ସାମ୍ନାରେ ସତର ଖୁଲାସା କରିଛନ୍ତି।

Advertisment
Neha Kakkarସ୍ୱାମୀ ରୋହନପ୍ରୀତଙ୍କ ସହ ରୋମାଣ୍ଟିକ୍ ମୁଡ୍‌ରେ ନେହା କକ୍କର

ଗତ ରବିବାର ଡ୍ୟାନ୍ସ ରିଏଲିଟି ଶୋ ‘ଡ୍ୟାନ୍ସ ଦିୱାନେ ୩’ ଓ ‘ଖତରୋ କେ ଖିଲାଡୀ’ର ମହାସଂଗମ ସ୍ପେଶାଲ୍ ଏପିଶୋଡ ଥିଲା। ଏହି ଶୋ’ରେ ନେହା କକ୍କଡ ତାଙ୍କ ଭାଇ ଟୋନି କକ୍କଡ ଓ ସିଙ୍ଗର ୟୋ ୟୋ ହନୀ ସିଙ୍ଗରଙ୍କ ସହିତ ନିଜର ନୂଆ ମ୍ୟୁଜିକ୍ ଭିଡିଓ ‘କାଣ୍ଟା ଲଗା’ର ପ୍ରମୋଶନ ନେଇ ଉପସ୍ଥିତ ଥିଲେ। ଶୋ’ର ପ୍ରେତ୍ୟେକ ପ୍ରତିଯୋଗୀ ନିଜ ନିଜ କଳାର ପ୍ରଦର୍ଶନରେ ସବୁ ଜଜ୍‌ମାନଙ୍କୁ ଖୁବ୍ ମନୋରଞ୍ଜନ କରିଥିଲେ। ଏହି ଶୋ’ରେ ଭାଗ ନେଇଥିଲା ଜଣେ ଛୋଟ ପିଲାର ଡ୍ୟାନ୍ସ ନେହାଙ୍କୁ ଏତେ ଭଲ ଲାଗିଥିଲା ଯେ ସେ ନିଜ ସ୍ୱାମୀ ରୋହନପ୍ରୀତଙ୍କ ଠାରୁ ଏହିଭଳି ଏକ ପିଲା ଆଶା କରୁଥିବା ପ୍ରକାଶ କରିଥିଲେ।

Neha Kakkarନେହା କକ୍କର ଓ ରୋହନପ୍ରୀତ୍
Advertisment

ଏହି ଶୋ’ରେ ନେହା କକ୍କଡ ଯେତେବେଳେ କୁନି ପ୍ରତିଯୋଗୀ ଗୁଞ୍ଜନଙ୍କର ଡ୍ୟାନ୍ସ ଦେଖିଥିଲେ ସେ ଖୁବ ଖୁସି ହୋଇ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ “ରୋହୁ ଓ ମୁଁ ବର୍ତ୍ତମାନ ପର୍ଯ୍ୟନ୍ତ ଆମର ପିଲାକୁ ନେଇ କୌଣସି ଯୋଜନା କରିନୁ। କିନ୍ତୁ ଯେତେବେଳେ ବି ଆମର ପିଲା ହେବ ମୁଁ ଆଶା କରୁଛି ସେ ଗୁଞ୍ଜନ ଭଳି ହେଉ।”

Kanta Laga'କାଣ୍ଟା ଲଗା'ର ଏକ ଦୃଶ୍ୟରେ ନେହା, ଟୋନୀ ଓ ହନୀ ସିଂହ

ପ୍ରକାଶଥାଉ ଯେ ’ଡ୍ୟାନ୍ସ ଦିୱାନା ୩’ ରେ ନେହା କକ୍କଡ ନିଜ ଭାଇ ଟୋନୀ କକ୍କଡ ଓ ସିଙ୍ଗର ହନୀ ସିଂହଙ୍କ ସହିତ ବହୁତ ମସ୍ତି କରିଥିଲେ। ଏହି ଶୋ’ର ଜଜ୍ ତଥା ବଲିଉଡ୍‌ ଅଭିନେତା ମାଧୁରୀ ଦୀକ୍ଷିତଙ୍କୁ ନେହା ଭେଟି ବହୁତ ଭାବୁକ ମଧ୍ୟ ହୋଇ ପଡିଥିଲେ। ନେହା, ଟୋନୀ ଓ ହନୀ ସିଂହ ଜବରଦସ୍ତ ଗୀତ ନେଇ ଆସିଛନ୍ତି। ମ୍ୟୁଜିକ୍ ଲେବଲ୍ ଦେଶୀ ମ୍ୟୁଜିକ୍ ଫ୍ୟାକ୍ଟ୍ରିର ଗୀତ ‘କାଣ୍ଟା ଲଗା’ ରିଲିଜ୍ ହେବା ପରେ ୟୁଟ୍ୟୁବ୍‌ରେ ହଇଚଇ ସୃଷ୍ଟି କରିଛି।

Neha Kakkar Entertainment Kanta Laga
Advertisment
Advertisment