Advertisment

୨୧ ଦିନ ଉପବାସ ରହିବେ ନର୍ଗିସ୍; ଖାଲି ପାଣି ପିଇବେ

୨୧ ଦିନ ଉପବାସ ରହିବେ ନର୍ଗିସ ଫଖରୀ। କିଛି ଖାଇବେ ନାହିଁ, ଖାଲି ପାଣି ପିଇ ଉପବାସ ପାଳିବେ। ନର୍ଗିସ ଇନଷ୍ଟାଗ୍ରମ ଷ୍ଟୋରୀରେ ଏହି ସୂଚନା ଦେଇଛନ୍ତି। କିନ୍ତୁ ସେ ଏହାର କାରଣ ବିଷୟରେ କିଛି କହି ନାହାନ୍ତି। ତେବେ ତାଙ୍କର ଏଭଳି ପୋଷ୍ଟରୁ ଅନୁମାନ କରାଯାଇପାରେ ଯେ ସେ ତାଙ୍କର ଫିଟ୍‌ନେସ୍ ପାଇଁ ଏଭଳି କରୁଛନ୍ତି।

author-image
Pramod Behera
Nargis Fakhri

Nargis Fakhri

ନୂଆଦିଲ୍ଲୀ : ୨୧ ଦିନ ଉପବାସ ରହିବେ ନର୍ଗିସ ଫଖରୀ। କିଛି ଖାଇବେ ନାହିଁ, ଖାଲି ପାଣି ପିଇ ଉପବାସ ପାଳିବେ। ନର୍ଗିସ ଇନଷ୍ଟାଗ୍ରମ ଷ୍ଟୋରୀରେ ଏହି ସୂଚନା ଦେଇଛନ୍ତି। କିନ୍ତୁ ସେ ଏହାର କାରଣ ବିଷୟରେ କିଛି କହି ନାହାନ୍ତି। ତେବେ ତାଙ୍କର ଏଭଳି ପୋଷ୍ଟରୁ ଅନୁମାନ କରାଯାଇପାରେ ଯେ ସେ ତାଙ୍କର ଫିଟ୍‌ନେସ୍ ପାଇଁ ଏଭଳି କରୁଛନ୍ତି।

Advertisment
Nargis Fakhriନର୍ଗିସ୍ ଫଖରୀ

ବର୍ତ୍ତମାନ ନର୍ଗିସ ଜର୍ମାନରେ ଅଛନ୍ତି। ସେଠାରୁ ସେ ତାଙ୍କ ସୋସିଆଲ ମିଡିଆରେ ଭିଡିଓ ସେୟାର କରି କହିଛନ୍ତି ଯେ ସେ ୨୧ ଦିନ ପାଇଁ ଉପବାସ କରୁଛନ୍ତି ଏବଂ ଏହି ସମୟରେ ସେ କେବଳ ପାଣି ପିଇବେ। ସେ ଦୁଇ ତିନିଟି ଭିଡିଓ ସେୟାର କରି ଏହାର ଫାଇଦା ମଧ୍ୟ କହିଛନ୍ତି।

Nargis Fakhriନର୍ଗିସ୍ ଫଖରୀ
Advertisment

ପ୍ରଥମ ଭିଡିଓରେ ନର୍ଗିସ୍ ତାଙ୍କର ୨୧ ଦିନର ବ୍ରତ ବିଷୟରେ ସୂଚନା ଦେଇଥିବା ବେଳେ ଦ୍ୱିତୀୟ ଭିଡିଓରେ ଏହାର ଉପକାର ବିଷୟରେ କହିଛନ୍ତି ନର୍ଗିସ୍। ସେ କହିଛନ୍ତି ଏହି ଉପବାସ ଦ୍ୱାର ଶରୀରକୁ ବହୁତ ଲାଭ ମିଳିଥାଏ। ଶରୀର ସେଲୁଲାର୍ ସ୍ତରରେ ପୁନର୍ବାର ପ୍ରସ୍ତୁତ ହୁଏ।

Nargis Fakriନର୍ଗିସ୍ ଫଖରୀ

ନର୍ଗିସ୍ ଏହି ଉପବାସ ଆରମ୍ଭ କରିବା ଶେଷ ରାତ୍ରୀ ଭୋଜନର ଫଟୋ ସେୟାର କରିଛନ୍ତି। ସନ୍ଧ୍ୟାରେ ୬ଟାରେ ସେ ଡିନର କରିଥିଲେ। ଏଥିରେ ସେ ଆଳୁ ସହିତ କିଛି ସବୁଜ ପନିପରିବା ଖାଇଥିଲେ। ଏହି ପୋଷ୍ଟ କରି ନର୍ଗିସ ଲେଖିଥିଲେ ଯେ “ଏହା ହେଉଛି ମୋର ଡିନର ଏବଂ ଏହା ପରେ ମତେ ଆଉ କିଛି ମିଳିବ ନାହିଁ।”

Nargis Fakhriନର୍ଗିସ୍ ଫଖରୀ

ପ୍ରକାଶଥାଉ ଯେ ଭାରତୀୟ ପ୍ରାଚୀନ ଶାସ୍ତ୍ରରେ ଜଳ ଉପବାସ କଥା ଉଲ୍ଲେଖ ରହିଛି। ଯେଉଁ ବ୍ୟକ୍ତି ଏହି ଉପବାସ୍ ରଖନ୍ତି ସେମାନଙ୍କୁ କେବଳ ପାଣି ପିଇବାକୁ ହୋଇଥାଏ। ଏହି ଉପବାସ ଦ୍ୱାରା ଓଜନ ହ୍ରାସ ପାଏ, କ୍ଷତିକାରକ ବିଜାତୀୟ ପଦାର୍ଥ ଶରୀରରୁ ବାହାରେ, ରକ୍ତଚାପ ସନ୍ତୁଳନ ହୋଇଥାଏ।

Nargis Fakhriନର୍ଗିସ୍ ଫଖରୀ

ଏହା ପୂର୍ବରୁ ନର୍ଗିସ ତାଙ୍କର ବ୍ରେକ୍‌ଫାଷ୍ଟର ଫଟୋ ମଧ୍ୟ ସେୟାର କରିଥିଲେ। ଏଥିରେ ସେ କିଛି ମାତ୍ରରେ ପାଳଙ୍ଗ, ଧନିଆ, ଗାଜର ଓ ଫଳ ଖାଇଥିଲେ।

Nargis Fakhriନର୍ଗିସ୍‌ ଫଖରୀ

ତେବେ ନର୍ଗିସଙ୍କ ବିଭିନ୍ନ ଖାଇବା ଫଟୋରୁ ଲାଗେ ଯେ ସେ ବହୁତ ଖାଦ୍ୟ ପ୍ରିୟ। କିଛି ଦିନ ପୂର୍ବରୁ ସେ ଇଟାଲିରେ ଥିବା ବେଳେ ଘରେ ପାସ୍ତା ଓ ପିଜ୍ଜା ତିଆରି କରିବାର ଫଟୋ ସେୟାର କରିଥିଲେ। ଏହା ପୂର୍ବରୁ ମଧ୍ୟ ସେ ଅନେକ ଥର ଖାଦ୍ୟ ତିଆରି କରିବାର ଫଟୋ ସେୟାର କରିଛନ୍ତି।

Nargis Fakhriନର୍ଗିସ୍ ଫଖରୀ

ନର୍ଗିସ ତାଙ୍କର ଫିଟ୍‌ନେସ୍ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ତାଙ୍କର ଟୋଣ୍ଡ୍ ବଡି ଓ ପରଫେକ୍ଟ ଫିଗର ନେଇ ସେ ଅନେକ ଲୋକଙ୍କୁ ପାଗଳ କରିଦିଅନ୍ତି। ସେ ତାଙ୍କର ସ୍ଲିମ୍ ଫିଗରକୁ ସେହିଭଳି ରଖିବା ନେଇ ସବୁବେଳେ ଡାଏଟ୍ ପ୍ରତି ଧ୍ୟାନ ଦିଅନ୍ତି। ତେବେ ବର୍ତ୍ତମାନ ଏହି ୨୧ ଦିନର ବ୍ରତ ପରେ ତାଙ୍କ ଶରୀର ଉପରେ କ’ଣ ପ୍ରଭାବ ପଡୁଛି ତାହା ଦେଖିବା ବାକି ରହିଲା।

Bollywood New Delhi
Advertisment
Advertisment