Advertisment

ପୂଜା ହେଗ୍‌ଡେଙ୍କ ବ୍ୟବହାର ପ୍ରଭାସଙ୍କୁ ବାଧିଲା କି?

‘ରାଧେଶ୍ୟାମ୍’ ଷ୍ଟାରର୍ ସୁପରଷ୍ଟାର ପ୍ରଭାସ ଓ ପୂଜା ହେଗ୍‌ଡେଙ୍କ ମଧ୍ୟରେ ମତଭେଦ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ଫିଲ୍ମର ପ୍ରଯୋଜକ ଯୁବୀ କ୍ରିଏସନ୍‌ ଏନେଇ ସଫେଇ ଦେଇଛନ୍ତି। ସେମାନକ ମଧ୍ୟରେ ହୋଇଥିବା ମତଭେଦ ଖବରକୁ ସେ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ସେଟ୍‌ରେ ପୂଜା କିଛି ଅଶିଷ୍ଟ ବ୍ୟବହାର ଦେଖେଇଥିଲେ। ତାଙ୍କର ଏହି ବ୍ୟବହାର ପ୍ରଭାସଙ୍କୁ ଅସନ୍ତୁଷ୍ଟ କରିଥିଲା।

author-image
Pramod Behera
Prabhas and Pooja Hegde

Prabhas and Pooja Hegde

ମୁମ୍ବାଇ : ‘ରାଧେଶ୍ୟାମ୍’ ଷ୍ଟାରର୍ ସୁପରଷ୍ଟାର ପ୍ରଭାସ ଓ ପୂଜା ହେଗ୍‌ଡେଙ୍କ ମଧ୍ୟରେ ମତଭେଦ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ବର୍ତ୍ତମାନ ଏହି ଫିଲ୍ମର ପ୍ରଯୋଜକ ଯୁବୀ କ୍ରିଏସନ୍‌ ଏନେଇ ସଫେଇ ଦେଇଛନ୍ତି। ସେମାନକ ମଧ୍ୟରେ ହୋଇଥିବା ମତଭେଦ ଖବରକୁ ସେ ଖାରଜ କରିଛନ୍ତି। ସେ କହିଛନ୍ତି ଯେ ସେଟ୍‌ରେ ପୂଜା କିଛି ଅଶିଷ୍ଟ ବ୍ୟବହାର ଦେଖେଇଥିଲେ। ତାଙ୍କର ଏହି ବ୍ୟବହାର ପ୍ରଭାସଙ୍କୁ ଅସନ୍ତୁଷ୍ଟ କରିଥିଲା।

Advertisment
Prabhas and Pooja Hegdeପ୍ରଭାସଙ୍କ ସହ ପୂଜା ହେଗଡେ

ସୂଚନା ମୁତାବକ ପୂଜାଙ୍କର ଜିଦିଆ ଗୁଣ ଓ ସବୁବେଳେ ସୁଟିଂକୁ ବିଳମ୍ବରେ ଆସିବାକୁ ନେଇ ପ୍ରଭାସ ତାଙ୍କ ସହ କଥା ନ ହେବାକୁ ମନା କରିଦେଇଥିଲେ। କିନ୍ତୁ ଯୁବୀ କ୍ରିଏସନ ଏହାକୁ ନିରାଧାର କହିବା ସହ ଦୁ‍ଇ କଳାକାରଙ୍କ ଭିତରେ ପରସ୍ପରଙ୍କ ପ୍ରତି ସମ୍ମାନ ଅଛି ବୋଲି କହିଛି। ଏହାଛଡା ଅଫସ୍କ୍ରିନ୍‌ରେ ମଧ୍ୟ ସେମାନଙ୍କର ଭଲ ସଂପର୍କ ରହିଛି ଏବଂ ଅନସ୍କ୍ରିନ୍‌ରେ ଦୁହିଁଙ୍କ ଯୋଡିକୁ ମଧ୍ୟ ବେଶ ପସନ୍ଦ କରାଯାଉଛି। ତେବେ ପୂରା ଟିମ୍ ଦର୍ଶକମାନଙ୍କ ପାଇଁ ଏଭଳି ଏକ ଫିଲ୍ମ ଆଣିବା ନେଇ ଏକ୍ସାଇଟେଡ ଅଛନ୍ତି ଯେ ଲୋକେ ଯେପରି ଏହାକୁ ଭୁଲିବେ ନାହିଁ।

Prabhas and Pooja Hegdeପ୍ରଭାସ-ପୂଜା
Advertisment

ତେବେ ପୂଜା ହେଗ୍‌ଡେ ଠିକ୍ ସମୟରେ ସେଟ୍‌ରେ ନ ପହଞ୍ଚିବାକୁ ନେଇ ଯୁବୀ କ୍ରିଏସନ କହିଛି ଯେ “ପୂଜା ସବୁବେଳେ ସୁଟିଂକୁ ଠିକ୍ ସମୟରେ ଆସନ୍ତି। ସେ ବହୁତ ସମୟାନୁବର୍ତ୍ତୀ। ତାଙ୍କ ସହ କାମ କରିବା ବହୁତ ସହଜ। ତେବେ ଏହି ଗୁଜବ କାହାର ଏକ କଳ୍ପନା। ପୂଜା ଓ ପ୍ରଭାସଙ୍କ ମଧ୍ୟରେ ସବୁକିଛି ଠିକ୍ ଅଛି।”

Prabhas and Pooja Hegde'ରାଧେଶ୍ୟାମ'ର ଏକ ଦୃଶ୍ୟରେ ପ୍ରଭାସ-ପୂଜା

‘ରାଧେଶ୍ୟାମ’ ଫିଲ୍ମକୁ ରାଧା କୃଷ୍ଣ କୁମାର ନିର୍ଦ୍ଦେଶନା ଦେଉଥିବା ବେଳେ ଏହା ପୂଜା ଓ ପ୍ରଭାସଙ୍କର ପ୍ରଥମ ଫିଲ୍ମ। ଏହି ରୋମାଣ୍ଟିକ୍ ଫିଲ୍ମ ଜୁଲାଇରେ ରିଲିଜ୍ ହେବାକୁ ଥିବା ବେଳେ କରୋନା କାରଣରୁ ଏହାର ତାରିଖ ଘୁଞ୍ଚିଛି। ଏହି ଫିଲ୍ମ ୨୦୨୨ ଜାନୁଆରୀ ୧୪ରେ ରିଲିଜ୍ ହେବ ବୋଲି ପ୍ରଭାସ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ପୋଷ୍ଟର ସେୟାର କରି କହିଥିଲେ। ଏହି ଫିଲ୍ମରେ ପ୍ରଭାସଙ୍କ ବ୍ୟତୀତ ଭାଗ୍ୟଶ୍ରୀ, ମୁରଲୀ ଶର୍ମା, ସଚିନ ଖେଡେକର, ପ୍ରିୟଦର୍ଶୀ, ସାଶା ଛେତ୍ରୀ, କୃଣାଲ୍ ରାୟ କପୁର ଓ ସତ୍ୟମ ବିଶେଷ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ହିନ୍ଦୀ, ତାମିଲ୍, ତେଲୁଗୁ ଓ ମଲୟାଲମରେ ରିଲିଜ୍ ହେବ।

Prabhas Entertainment Puja Hegde
Advertisment
Advertisment