ସମସ୍ତ ଧର୍ମାନୁଷ୍ଠାନରେ କେବଳ ଅଳ୍ପ ସଂଖ୍ୟକ ବ୍ୟକ୍ତି ଓ ମନ୍ଦିରରେ ନୀତିକାନ୍ତି ସହ ସଂପୃକ୍ତ ବ୍ୟକ୍ତିକୁ ଯିବାକୁ ଅନୁମତି ରହିଛି । ନିୟମକୁ କଡ଼ାକଡ଼ି ପାଳନ କରିବାକୁ ସ୍ଥାନୀୟ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି ।
ହୁ ହୁ ହୋଇ ବଢୁଥିବା କରୋନା ସଂକ୍ରମଣକୁ ଦେଖି ସାରା ରାଜ୍ୟରେ କଡ଼ାକଡ଼ି ହୋଇଛି କରୋନା କଟକଣା । ଗତ ରାତିରୁ ରାଜଧାନୀ ସମେତ ସବୁ ସହରାଞ୍ଚଳରେ ଲାଗୁ ହୋଇଛି ନାଇଟ କର୍ଫ୍ୟୁ ।
୨ ଡୋଜ୍ ଟିକା ନେଇଥିଲେ ସିଧା ଆପଏଣ୍ଟମେଣ୍ଟ ନେଇପାରିବେ । କାଲି ସଂଧ୍ୟା ସୁଦ୍ଧା ଆରମ୍ଭ ହେବ ଅନ୍ଲାଇନ୍ ଆପଏଣ୍ଟମେଣ୍ଟ । ୧୦ ତାରିଖରୁ ଆରମ୍ଭ ହେବ ଅନସାଇଟ୍ ଆପଏଣ୍ଟମେଣ୍ଟ ।
ହୁ ହୁ ହୋଇ ବଢ଼ୁଛି ସଂକ୍ରମଣ। ଦୈନିକ ସଂକ୍ରମଣରେ ଲାଗିଛି ନିଆଁ। ଚାହୁଁ ଚାହୁଁ ଲକ୍ଷେ ଡେଇଁଗଲା। ଗତ ୨୪ ଘଣ୍ଟାରେ ଦେଶରେ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୧୭ ହଜାର ୧୦୦ ନୂଆ କରୋନା ସଂକ୍ରମିତ।
ଗତକାଲି ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ହାଇଭୋଲଟେଜ୍ ନେତା ତଥା ଝାରସୁଗୁଡ଼ା ବିଧାୟକ ନବ ଦାସ କରୋନା ସଂକ୍ରମିତ ଚିହ୍ନାଟ ହୋଇଥିଲେ । ଆଉ ଆଜି ଆଉ ଦୁଇ ଜଣ ନେତା କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ ବଢୁଛି ସଂକ୍ରମଣ : ସବୁ ସହରାଞ୍ଚଳରେ ଲାଗୁ ହେଲା ନାଇଟ୍ କର୍ଫ୍ୟୁ
ଆଜି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋଭିଡ୍ କଟକଣା ଉଲ୍ଲଙ୍ଘନକାରୀକୁ ସାବାଡ୍ ଲାଗି ତତ୍ପର ହୋଇଛି କମିଶନରେଟ୍ ପୋଲିସ । ସହରର ଛକ ଛକରେ ଫୋର୍ସ ମୁତୟନ କରାଯାଇଛି ।
ଦେଶରେ ହୁ ହୁ ହୋଇ ବଢୁଛି ସଂକ୍ରମଣ : ଜାନୁଆରୀ ୧୫ ପରେ ଆହୁରି ବଢିବ ସଂକ୍ରମଣ
ଆଜି ୯ଟାରୁ ରାଜ୍ୟର ସବୁ ସହରାଞ୍ଚଳରେ ଲାଗୁ ହେବ ନାଇଟ କର୍ଫ୍ୟୁ । କୋଭିଡ୍ କଟକଣା ଉଲ୍ଲଙ୍ଘନକାରୀକୁ ସାବାଡ୍ ଲାଗି ତତ୍ପର ହୋଇଛି କମିଶନରେଟ୍ ପୋଲିସ । ସହରର ଛକ ଛକରେ ଫୋର୍ସ ମୁତୟନ କରାଯାଇଛି ।
ଆସନ୍ତା ସୋମବାର ଠାରୁ ସାଧାରଣ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ । ସଂକ୍ରମଣ ବଢୁଥିବା କାରଣରୁ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି । ଛତିଶା ନିଯୋଗ-ଶ୍ରୀମନ୍ଦିର ପ୍ରଶାସନ ବୈଠକରେ ବନ୍ଦ ନିଷ୍ପତ୍ତି । ଶ୍ରୀମନ୍ଦିର ବନ୍ଦ ନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସୂଚନା ।
ହଷ୍ଟେଲ ଭିତରେ ଥିବା ଗୋଟିଏ ମାତ୍ର ଶୌଚାଳୟକୁ ଉଭୟ କରୋନା ଆକ୍ରାନ୍ତ ଏବଂ ଅନ୍ୟମାନେ ବ୍ୟବହାର କରୁଥିଲେ । ତେଣୁ ସଂକ୍ରମଣ ବଢିବାର ଆଶଙ୍କା ଦେଖାଦେଇଥିଲା ।
ରିପୋର୍ଟ ପଜିଟିଭ୍ ଆସିଲେ ନମୁନା ଜିନମ ସିକ୍ୱେନ୍ସିଂ ପାଇଁ ଯିବ । ଜାନୁଆରୀ ୧୧ ତାରିଖରୁ ଲାଗୁ ହେବ ନିୟମ ।
କରୋନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ା କଲେ ସରକାର। ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ। ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ହୋଇଛି। କଲେଜ, ୟୁନିଭର୍ସିଟି ବନ୍ଦ ନେଇ SRCଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି।
କରୋନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ା କଲେ ସରକାର।
ବୁର୍ଲା ଭିସୁଟ୍ରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଉଥିବାରୁ ତୃତୀୟ, ପଞ୍ଚମ ଓ ସପ୍ତମ ସେମିଷ୍ଟର ଅଫ୍ଲାଇନ୍ ପରୀକ୍ଷା ସ୍ଥଗିତ ରଖାଯାଇଛି। ଏହାସହ ସବୁ ଅଫ୍ଲାଇନ୍ କ୍ଲାସ ବନ୍ଦ କରାଯାଇଛି।
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ସେ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଗତ ୩ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଗତ ୨୪ ଘଣ୍ଟାରେ ଦେଶରେ୧ ଲକ୍ଷ ୧୭ ହଜାର ୧୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲିଠାରୁ ଆଜି ୨୬ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୩ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।
ରାଜ୍ୟରେ ଆଜିଠୁ ଲାଗୁ ହେବ ନୂଆ କରୋନା କଟକଣା... ସବୁ ସହରାଂଚଳରେ ରାତି ୯ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ... ହୋଟେଲ ଓ ବାରରେ ୫୦ ପ୍ରତିଶତଙ୍କୁ ଅନୁମତି... ବାହାଘରେ ଶହେ ଏବଂ ଶୁଦ୍ଧିକ୍ରିୟାରେ ସାମିଲ ହୋଇପାରିବେ ୫୦ ଜଣ... ସରକାରୀ ଅଫିସରେ କାମ କରିବେ ୫୦ ପ୍ରତିଶତ କର୍ମଚାରୀ...
ଆଜି ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୨ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୨,୭୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ଆଜିଠୁ ନୂଆ କରୋନା କଟକଣା ଲାଗୁ। ଆଜିଠୁ ରାତି ୯ରୁ ସକାଳ ୫ ଯାଏ ରାଜ୍ୟର ସବୁ ସହରାଞ୍ଚଳରେ ନାଇଟ୍ କର୍ଫ୍ୟୁ ଲାଗୁ ହେବ। ରାସ୍ତାକଡ଼ ଦୋକାନ ରାତି ୯ଟା ଯାଏ ଖୋଲିବ, କିନ୍ତୁ ଏକାସମୟରେ ସର୍ବାଧିକ ୫ ଜଣ ଗ୍ରାହକ ରହିବେ।
ଫ୍ରାନ୍ସର ବୈଜ୍ଞାନିକମାନେ କରୋନାର ଆଉ ଏକ ନୂତନ ପ୍ରକାର ଭ୍ୟାରିଆଣ୍ଟର ଆବିଷ୍କାର କରିଛନ୍ତି | ଅନୁସନ୍ଧାନକାରୀଙ୍କ ଅନୁଯାୟୀ, IHU ନୂତନ ପ୍ରକାର ଭ୍ୟାରିଆଣ୍ଟ ଯାହାକି ୪୬ ଥର ରୂପ ବଦଳାଇଲାଣି ।
ରାଜ୍ୟ ହେଉ କି ଦେଶ, ତୃତୀୟ ଲହରରେ ହୁ ହୁ ମାଡୁଛି କରୋନା ସଂକ୍ରମଣ। ଦେଶରେ ଦୈନିକ ପଜିଟିଭ୍ ସଂଖ୍ୟା ଆଜି ୯୦ ହଜାର ପାର କରିଥିବାବେଳେ ରାଜ୍ୟରେ ବି ୨ହଜାର ମୁହାଁ ହେଲାଣି।
ଆଉ ୩ଦିନ ପରେ ରାଜ୍ୟରେ ଆରମ୍ଭ ହେବ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ବୁଷ୍ଟର ଡୋଜ୍ ଟିକାକରଣ। ଏ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି-କେନ୍ଦ୍ର ନିଷ୍ପତ୍ତି ଅନୁଯାୟୀ ଯିଏ ଯେଉଁ ଟିକା ନେଇଛନ୍ତି, ସେଇ ଟିକା ହିଁ ନେବେ। ୨ଟି ଡୋଜ ନେଇଥିବା ବ୍ୟକ୍ତିଙ୍କ ପୁରୁଣା ତଥ୍ୟ ମିଳିବା ପରେ ବୁଷ୍ଟର ଡୋଜ୍ ଦିଆଯିବ।
ବଡ଼ ଚାକିରିଆଙ୍କୁ ବଡ଼ ଦରମା ଦେବାରେ ଢେର ଆଗରେ ଏହି ରାଜଧାନୀ ସହର । ଏମିତି କିଛି ତଥ୍ୟର ଖୁଲାସା କରିଛି, ଦେଶର ପ୍ରମୁଖ ପ୍ଲେସ୍ମେଣ୍ଟ ସଂସ୍ଥା- ରାଣ୍ଡଷ୍ଟଡ ।