Advertisment

Holi Horror: ରକ୍ତରେ ଲାଲ୍ ହେଲା ହୋଲି ମଉଜ, ୩ ସହରରେ ଗଡ଼ିଲା ୪ ମୁଣ୍ଡ

୩ ସହର ୪ ମର୍ଡର । ରଙ୍ଗର ପର୍ବରେ ହଣାକଟା । ରଙ୍ଗ ବଦଳରେ ବୋହିଲା ରକ୍ତ । ଭୁବନେଶ୍ବର-ସମ୍ବଲପୁର-ବ୍ରହ୍ମପୁର । ପୂର୍ବ ଶତ୍ରୁତା, ପୂର୍ବ ଯୋଜନା ଆଉ କିଛି କଥା କଟାକଟିରେ ଗଡ଼ିଛି ମୁଣ୍ଡ ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ହୋଲିରେ ଗଡ଼ିଲା ୫ ମୁଣ୍ଡ

ହୋଲିରେ ଗଡ଼ିଲା ୫ ମୁଣ୍ଡ

ଉତ୍ସବର ମଉଜ ଭିତରେ ରକ୍ତର ହୋଲି ଖେଳିଲେ ହତ୍ୟାକାରୀ । ରାଜ୍ୟର ୪ ପ୍ରମୁଖ ସହରରେ ପାଞ୍ଚ ପାଞ୍ଚଟି ମର୍ଡର, ରଙ୍ଗର ପର୍ବକୁ ରକ୍ତରଂଜିତ କରିଛି । ଭୁବନେଶ୍ବର ଶାନ୍ତିପଲ୍ଲୀ ବସ୍ତିରେ ସାମାନ୍ୟ କଥା କଟାକଟିରୁ ପତ୍ନୀ ସମ୍ମୁଖରେ ସ୍ବାମୀଙ୍କୁ ହତ୍ୟା କରାଯାଇଥିବା ବେଳେ ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଜଣେ ଯୁବକଙ୍କ ପ୍ରାଣ ନେଇଛନ୍ତି ଗୋଟିଏ ଗୋଷ୍ଠୀ । ସେପଟେ ସମ୍ବଲପୁର, ବ୍ରହ୍ମପୁର ଏବଂ ଅନୁଗୁଳରେ ବି ସଂଘଟିତ ହୋଇଛି ହତ୍ୟାକାଣ୍ଡ ।

Advertisment

ଅଧିକ ପଢ଼ନ୍ତୁ: ହୋଲିରେ ରକ୍ତ ରଞ୍ଜିତ ହେଲା ରାଜଧାନୀ, ଗଡ଼ିଲା ୨ ମୁଣ୍ଡ

୩ ସହର ୪ ମର୍ଡର । ରଙ୍ଗର ପର୍ବରେ ହଣାକଟା । ରଙ୍ଗ ବଦଳରେ ବୋହିଲା ରକ୍ତ । ଭୁବନେଶ୍ବର-ସମ୍ବଲପୁର-ବ୍ରହ୍ମପୁର । ପୂର୍ବ ଶତ୍ରୁତା, ପୂର୍ବ ଯୋଜନା ଆଉ କିଛି କଥା କଟାକଟିରେ ଗଡ଼ିଛି ମୁଣ୍ଡ । ଭୁବନେଶ୍ବର ସହିଦନଗର ଥାନା ଶାନ୍ତିପଲ୍ଲୀ ବସ୍ତିରେ ୪ ଯୁବକ ଭିଆଇଛନ୍ତି ନାରକୀୟକାଣ୍ଡ । ସ୍ତ୍ରୀ ସମ୍ମୁଖରେ ସ୍ବାମୀଙ୍କୁ ହତ୍ୟା କରିଛନ୍ତି । ୪ ଜଣ ଅଭିଯୁକ୍ତ ଗୋପୀ ନାମକ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି। ହୋଲି ଖେଳରେ ମସଗୁଲ୍ ଥିବା ରାଜଧାନୀର ହାର୍ଟ ସହିଦନଗରରେ ଘଟିଛି ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡ ।

ସେହିପରି ମଞ୍ଚେଶ୍ବର ସମେଇଗାଡ଼ିଆରେ ବି ଯୁବକ ଆୟୁଷ୍ମାନ ପତିଙ୍କୁ ସାମନ୍ୟ କଥାରୁ ଅନ୍ୟ ଏକ ଗୋଷ୍ଠୀ ଗୋଡ଼ାଇ କାଠ ଫାଳିଆରେ ପିଟି ପିଟି ମାରିଛନ୍ତି । ଉଭୟ ଘଟଣାରେ ପୋଲିସ୍ କମିଶନର ଗ୍ରାଉଣ୍ଡକୁ ଯାଇ ତଦନ୍ତ କରିଛନ୍ତି ।

Advertisment

କେବଳ ରାଜଧାନୀ ନୁହେଁ, ପୂର୍ବ ଶତ୍ରୁତାରୁ ରକ୍ତ ରଞ୍ଜିତ ହୋଇଛି ବ୍ରହ୍ମପୁର ଓ ସମ୍ବଲପୁର । ସମ୍ବଲପୁର ସାହୁ କଲୋନୀରେ ଆଦିତ୍ୟ ସାଲମା ନାମକ ଜଣେ ଯୁବକଙ୍କୁ ହୋଲି ଖେଳିବାକୁ ଘରୁ ଡାକି ନେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଜଣେ କି ଦୁଇ ଜଣ ନୁହଁନ୍ତି, ଏକାଧିକ ବ୍ୟକ୍ତି ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଆଶଙ୍କା କରାଯାଉଛି। ଏହି ଘଟଣା ପରେ ସଦର ହସ୍ପିଟାଲରେ ଉପୁଜିଥିଲା ଉତ୍ତେଜନାମୂଳକ ପରିସ୍ଥିତି।

କଣ୍ଟ୍ରାକ୍ଟରଙ୍କୁ ଛୁରୀ ଭୁସି ହତ୍ୟା ଘଟଣାକୁ ନେଇ ହଲଚଲ୍ ସିଲକ ସିଟି ବ୍ରହ୍ମପୁର । ହୋଲି ଖେଳି ଲୋକେ ସାରା ସହର ଯେତେବେଳେ ଥିଲା ସେଲିବ୍ରେସନ୍ ମୁଡରେ, ସେହି ସମୟରେ ଲାଞ୍ଜିପଲ୍ଲୀ ଖଳାସାହିରେ ଟି.ରାମଚନ୍ଦ୍ର ପାତ୍ରଙ୍କୁ ହୋଇଛି ହତ୍ୟା । ଯିଏ ଜଣେ ଠିକାଦାର । କିଛି ବନ୍ଧୁଙ୍କ ସହ ଭୋଜିରେ ମସଗୁଲ୍ ଥିଲେ ରାମଚନ୍ଦ୍ର । ଏହି ସମୟରେ ଚନ୍ଦନ ସାବତ ଓରଫ୍ ପପୁନ୍ ପହଞ୍ଚିଥିଲା । ମଦ ପିଇବାକୁ ନେଇ କଥା କଟାକଟି ପରେ ରାମଚନ୍ଦ୍ରଙ୍କ ଘରେ ପଶି ପପୁନ ଏକ ଛୁରୀ ଆଣି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ: ରକ୍ତରେ ଭିଜିଲା ହୋଲି, ଛୁରୀ ଭୁସି ୨ ଯୁବକଙ୍କୁ ହତ୍ୟା

Bhubaneswar Murder Case
Advertisment
Advertisment