/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742055526.jpg)
ବଢ଼ିଲା କର୍ଣ୍ଣାଟକ ଡିଜିପିଙ୍କ ଅଡୁଆ
ଦୁବାଇରୁ ସୁନା ସ୍ମଗଲିଂ କରି ଧରାପଡ଼ିଥିବା ଅଭିନେତ୍ରୀ ଝିଅ ରାନ୍ୟା ରାଓଙ୍କ ପାଇଁ ବଢ଼ିଲା କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନର ଡିଜିପି ତଥା ବାପା ରାମଚନ୍ଦ୍ର ରାଓଙ୍କ ଅଡୁଆ । ତାଙ୍କୁ ବାଧ୍ୟତାମୂଳକ ଛୁଟିରେ ପଠାଇଛନ୍ତି କର୍ଣ୍ଣାଟକ ସରକାର । ତାଙ୍କ ସ୍ଥାନରେ ଆଡିସନାଲ୍ ଡିଜିପି କେ.ଭି.ଶରଥଚନ୍ଦ୍ରାଙ୍କୁ ଅବସ୍ଥାପିତ କରାଯାଇଛି । ଏସବୁ ଭିତରେ ସୁନା ସ୍ମଗଲିଂ ମାମଲାର ମୁଖ୍ୟ ଅଭିଯୁକ୍ତ ରାନ୍ୟା ରାଓ ଆଜି ଜେଲ୍ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ତଥା DRI ଅଧିକାରୀଙ୍କୁ ଏକ ଚିଠି ଲେଖି ନିଜକୁ ‘ନିର୍ଦ୍ଦୋଷ’ ବୋଲି ଦର୍ଶାଇଛନ୍ତି ।
ଅଧିକ ପଢ଼ନ୍ତୁ: ଏବେ ଫେରିବେନି ସୁନିତା, ହାଇଡ୍ରଲିକ୍ ସିଷ୍ଟମରେ ତ୍ରୁଟି କାରଣରୁ ମିଶନ ସ୍ଥଗିତ
ମାର୍ଚ୍ଚ ୬ ତାରିଖରେ ଓ ପରଦିନ ପଠାଯାଇଥିବା ୫ ପୃଷ୍ଠାର ହାତଲେଖା ଚିଠିଟି ବେଙ୍ଗାଲୁରୁର HBR ଲେଆଉଟ୍, DRIର ଅତିରିକ୍ତ ମହାନିର୍ଦ୍ଦେଶକଙ୍କ ନିକଟକୁ ପଠାଇଛନ୍ତି । ଯେଉଁ ଚିଠିରେ, ନିଜକୁ ଜତିନ ହୁକ୍କେରୀଙ୍କ ୩୩ ବର୍ଷିୟା ପତ୍ନୀ ହର୍ଷବର୍ଦ୍ଧିନୀ ରାନ୍ୟା ବୋଲି ପରିଚୟ ଦେବା ସହ ସେ ଦାବି କରିଛନ୍ତି, ତାଙ୍କୁ ମିଥ୍ୟା ଭାବରେ ଫସାଇ ଦିଆଯାଇଛି । ବିମାନ ଭିତରେ ଧରାପଡ଼ିବା ପରେ ତାଙ୍କୁ କୌଣସି ସ୍ପଷ୍ଟୀକରଣ ଦେବାର ସୁଯୋଗ ନଦେଇ ଗିରଫ କରାଯାଇଥିଲା ।
ଗିରଫ ହେବାଠାରୁ କୋର୍ଟରେ ହାଜର ହେବା ପର୍ଯ୍ୟନ୍ତ, ୧୦-୧୫ ଥର ଚାପୁଡ଼ା ମାରିଥିଲେ ପୋଲିସ ଅଧିକାରୀ । ସେମାନଙ୍କ ମଧ୍ୟରୁ ଜଣେ କହିଥିଲେ, ଦଲିଲରେ ଦସ୍ତଖତ ନ କଲେ, ତାଙ୍କ ବାପାଙ୍କ ପରିଚୟ ପ୍ରଘଟ କରାଯିବା ସହ ଏନେଇ ଡକ୍ୟୁମେଣ୍ଟ ବି ପ୍ରସ୍ତୁତ କରାଯାଇଛି। ତେଣୁ ପ୍ରଚଣ୍ଡ ମାନସିକ ଚାପ ଓ ଶାରୀରିକ ଆକ୍ରମଣ ଯୋଗୁଁ, ପ୍ରାୟ ୪୦ଟି ସାଦା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ ହୋଇଥିଲି ବୋଲି ଚିଠିରେ ଦର୍ଶାଇଛନ୍ତି ରାନ୍ୟା । ଗତକିଛି ଦିନ ତଳେ ରାନ୍ୟା ରାଓ ଦୁବାଇରୁ ୧୪ କେଜି ସୁନା ଲୁଚାଇ ଆଣୁଥିବାବେଳେ ଧରାପଡ଼ିଥିଲେ। ସେ ତାମିଲ ସହ କନ୍ନଡ଼ର ଏକାଧିକ ଫିଲ୍ମରେ କାମ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)