• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଟିଭି ପ୍ରଭାବ, ବଲାଙ୍ଗିର ରାଜେନ୍ଦ୍ର ୟୁନିଭରସିଟି ପି.ଜି ହଷ୍ଟେଲରେ ପହଞ୍ଚିଲା ମେଡିକାଲ ଟିମ । ଗତକାଲି ଜଣେ ଛାତ୍ର କରୋନା ପୋଜିଟିଭ ଚିହ୍ନଟ ହୋଇଥିଲେ । ତାପରେ ମଧ୍ୟ କରୋନା ଆକ୍ରାନ୍ତଙ୍କୁ ହଷ୍ଟେଲରେ ରୁମ ଭିତରେ ରଖାଯାଇଥିଲା । ହଷ୍ଟେଲ ଭିତରେ ଥିବା ଗୋଟିଏ ମାତ୍ର ଶୌଚାଳୟକୁ ଉଭୟ କରୋନା ଆକ୍ରାନ୍ତ ଏବଂ ଅନ୍ୟମାନେ ବ୍ୟବହାର କରୁଥିଲେ । ତେଣୁ ସଂକ୍ରମଣ ବଢିବାର ଆଶଙ୍କା ଦେଖାଦେଇଥିଲା । ଏହାକୁ ନେଇ ଓଟିଭିରେ ଖବର ପ୍ରସାରଣ ହୋଇଥିଲା ।

ଖବର ପ୍ରସାରଣ ପରେ ୟୁନିଭରସିଟି କର୍ତ୍ତୃପକ୍ଷ, ଆକ୍ରାନ୍ତ ଛାତ୍ରଙ୍କ ପରିବାର ଲୋକଙ୍କୁ ଡାକିଥିଲେ । ଛାତ୍ରଙ୍କୁ ହୋମ ଆଇସୋଲେସନରେ ରଖିବା ପାଇଁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏହା ସହିତ ମେଡିକାଲ ଟିମ୍‌ ପି.ଜି ହଷ୍ଟେଲରେ ପହଚିଂ ଅନ୍ୟ ଛାତ୍ରମାନଙ୍କ ସ୍ୱାବ ସଂଗ୍ରହ କରାଯାଇଛି । ସେମାନଙ୍କ ସ୍ୱାବ୍‌ ପରୀକ୍ଷା ପରେ ଆଉ କେତେ ଜଣ ଛାତ୍ର ଆକ୍ରନ୍ତ ହୋଇଛନ୍ତି ଜଣାପଡିବ । ସେପଟେ ଦୁଇ ଦିନ ପାଇଁ ୟୁନିଭରସିଟିର ସମସ୍ତ କ୍ଲାସକୁ ସସପେଣ୍ଡ କରାଯାଇଛି ଏବଂ ସମସ୍ତ ହଷ୍ଟେଲକୁ କରୋନା ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଭି.ସି ।

ଅନ୍ୟପଟେ କରୋନା ସଂକ୍ରମଣ ବଢୁଥିବାରୁ କଟକଣା କଡ଼ାକଡ଼ି କରିଛନ୍ତି ସରକାର । ଆସନ୍ତା ୧୦ରୁ ରାଜ୍ୟର ସମସ୍ତ କଲେଜ, ୟୁନିଭର୍ସିଟି ବନ୍ଦ । ମେଡିକାଲ କଲେଜ, ନର୍ସିଂ କଲେଜ ବ୍ୟତୀତ ସବୁ କଲେଜ ବନ୍ଦ ରହିବ । କଲେଜ, ୟୁନିଭର୍ସିଟି ବନ୍ଦ ନେଇ SRCଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । 

କଲେଜ, ୟୁନିଭର୍ସିଟି, ବୈଷୟିକ ଶିକ୍ଷାନୁଷ୍ଠାନ ଅନଲାଇନ୍ କ୍ଲାସ୍ କରିବେ । କଲେଜ, ୟୁନିଭର୍ସିଟିର ସମସ୍ତ ହଷ୍ଟେଲ ମଧ୍ୟ ୧୦ରୁ ବନ୍ଦ ହେବ। ଚାଲୁ ରହିଥିବା ସବୁ ଅଫଲାଇନ୍ ପରୀକ୍ଷା ଚାଲୁ ରଖିବାକୁ ଅନୁମତି ଦିଆଯାଇଛି । କଲେଜ, ୟୁନିଭର୍ସିଟିର ସମସ୍ତ ଶିକ୍ଷକ, କର୍ମଚାରୀ ଡ୍ୟୁଟି କରିବେ । ଅଫଲାଇନ୍‌ରେ ଚାଲୁଥିବା ସମସ୍ତ କୋଚିଂ ବନ୍ଦ ସହ ଏହାକୁ ଅନଲାଇନ୍‌ରେ ଚଲାଇବା ପାଇଁ ନିର୍ଦେଶ ରହିଛି ।