• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Business Updates

Petrol Price Continues To Rise In Rourkela
ରାଉରକେଲାରେ ଆଜି ପୁଣି ବଢିଲା ତୈଳ ଦର

ରାଉରକେଲାରେ ଆଜି ପୁଣି ବଢିଲା ତୈଳ ଦର । ରାଉରକେଲାରେ ପେଟ୍ରୋଲ ମୂଲ୍ୟ ୧୦୭ ଟଙ୍କା ୮୮ ପଇସାରେ ପହଞ୍ଚିଛି ।

Fuel Price Breaks All Record In Malkangiri
ମାଲକାନାଗିରିରେ ପେଟ୍ରୋଲ ୧୧୨ ଟଙ୍କା ୩୬ ପଇସା

ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର। ଗତ ସପ୍ତାହେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଆକଶ ଛୁଆଁ ହୋଇଛି ଆଜି ମାଲକାନଗିରି ତୈଳ ଦର ସବୁ ରେକର୍ଡ ଟପିଛି।

Elon Musk
ରକେଟ୍ ବେଗରେ ବଢ଼ୁଛି ଏଲନ୍ ମସ୍କର ସମ୍ପତ୍ତି : ଟପ୍ ଟେନ୍‌ ଧନୀ ତାଲିକାରେ ସ୍ଥାନ ପାଇଲେନି ମୁକେଶ ଆମ୍ବାନୀ

ବିଶ୍ୱର ସବୁଠାରୁ ଧନୀ ଓ ବୈଦ୍ୟୁତିକ କାର କମ୍ପାନୀ ଟେସଲା ଇନସ୍‌ (Tesla Inc.) ର ସିଇଓ ଏଲନ୍ ମସ୍କ (Elon Musk)ଙ୍କ ସମ୍ପତ୍ତି ତ୍ରୀବ ବେଗରେ ବଢ଼ିବାର ଲାଗିଛି । ଶୁକ୍ରବାର ଦିନ କ୍ରମାଗତ ପଞ୍ଚମ ଦିନ ପାଇଁ ଟେସଲାର ସେୟାର ବୃଦ୍ଧି ପାଇଛି । ବ୍ଲୁମବର୍ଗ ବିଲିୟନେୟାର ଇଣ୍ଡେକ୍ସ ଅନୁସାରେ ଏଲନ୍ ମସ୍କର ମୋଟ ସମ୍ପତ୍ତି ମୂଲ୍ୟ ୬.୦୬ ଆରବ ଡ଼ଲାର ବୃଦ୍ଧି ପାଇ ୨୩୬ ଆରବ ଡ଼ଲାରରେ ପହଞ୍ଚିଛି

edible-oil
୧୫ ଟଙ୍କା ପର୍ଯ୍ୟନ୍ତ କମିପାରେ ଖାଇବା ତେଲ ଦର ! ଅଶୋଧିତ ପାମ୍, ସୋୟାବିନ୍, ସୂର୍ଯ୍ୟମୁଖି ଉପରୁ ଆମଦାନୀ ଶୁଳ୍କ ହଟିଲା

ବର୍ଦ୍ଧିତ ତୈଳ ଦର ଉପରେ ନିୟନ୍ତ୍ରଣ ଆଣିବା ଲାଗି କେନ୍ଦ୍ର ସରକାରଙ୍କ ପ୍ରୟାସ । ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖି ସରକାରଙ୍କ ପକ୍ଷରୁ ପାମ୍, ସୋୟାବିନ୍, ସୂର୍ଯ୍ୟମୁଖି ଅଶୋଧିତ ତେଲ ଉପରେ କୃଷି ସେସ୍ ଏବଂ କଷ୍ଟମ ଡ୍ୟୁଟି ବା ଆମଦାନୀ ଶୁଳ୍କ ହଟାଇ ଦେଇଛନ୍ତି । ଏହା ସହ ପ୍ରୋସେସିଂ ଅଏଲ ଉପରେ ଆମଦାନୀ ଶୁଳ୍କ ସାମାନ୍ୟ ହ୍ରାସ କରିଛନ୍ତି ।

ମଲ୍‌ ଖାଁ ଖାଁ
ମାର୍କେଟ୍‌ ନେଲା ଅନଲାଇନ୍‌ ବେପାର !

ଅନଲାଇନ୍ ବଜାର ମୁହାଁ ଗ୍ରାହକ, ତ ପାର୍ବଣ ସମୟରେ ବି ଦୋକାନ ବଜାର ଖାଁ ଖାଁ। ଭୁବନେଶ୍ୱରର ସବୁଠୁ ବଡ଼ ମାର୍କେଟ୍ ମାର୍କେଟ୍ ବିଲ୍ଡିଂ ବି ଖାଁ ଖାଁ। ପ୍ରଥମତଃ କୋଭିଡ୍ ମାଡ଼, ଆଉ ଦ୍ୱିତୀୟରେ ଅନଲାଇନ୍ ବେପାର ପାଇଁ ସୋ ରୁମକୁ ନେଇ ଫୁଟ୍ ପାଥ୍, ସବୁଠି ଗ୍ରାହକ ମରୁଡ଼ି ଚିନ୍ତାରେ ବ୍ୟବସାୟୀ।

onion
ରାଜ୍ୟରେ ପିଆଜ ଦର ଅଣାୟତ୍ତ : ଦୁଇ ଦିନ ଭିତରେ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି

ପୁଣି ବଢ଼ିଲା ପିଆଜ ଦର । ଅକ୍ଟୋବର ଆରମ୍ଭରୁ ତଥା ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ପୁଣି ବଢ଼ିଲା ପିଆଜ ଦର । ତୈଳ ଦର ପରେ କନ୍ଦାଇଲା ପିଆଜ । ଗତ ୨ ଦିନ ଭିତରେ ପିଆଜ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି ପାଇଛି । ମହଙ୍ଗା ମାଡ଼କୁ ନେଇ ଖାଉଟି ହିନସ୍ତା ହେଉଛନ୍ତି । ଏମିତି ତ ଦର ବୃଦ୍ଧି ହେଲେ ସାଧାରଣ ଲୋକଙ୍କ ପରିବା ଡାଲାରୁ ହଜିଯିବ ପିଆଜ

Gold Ornaments
ଲଗାତାର ଦ୍ୱିତୀୟ ଦିନ ପାଇଁ କମିଲା ସୁନା ଦର

ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା-ରୂପା ଦରରେ ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୨% ଅର୍ଥାତ୍‌ ୧୦୨ ଟଙ୍କା ହ୍ରାସ ପାଇ ୪୬,୬୫୫ ଟଙ୍କାରେ କାରବାର ଚାଲିଛି। ଗତକାଲି ପ୍ରତି ୧୦ ଗ୍ରାମକୁ ସୁନା ୪୬,୭୫୭ ଟଙ୍କାରେ କାରବାର ବନ୍ଦ ହୋଇଥିଲା। 

Gold Ornaments
ଶସ୍ତା ହେଲା ସୁନା

ଭାରତୀୟ ବଜାରରେ ଆଜି ସୁନା ଓ ରୂପା ଦର ହ୍ରାସ ପାଇଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୨୩% ହ୍ରାସ ସହ ୪୬,୭୭୯ ଟଙ୍କାରେ କାରବାର ଚାଲିଛି।

marine fish business
ସାମୁଦ୍ରିକ ମାଛ ବ୍ୟବସାୟ ଉପରେ ଡିଜେଲ ଦର ମାଡ, ସରକାରଙ୍କୁ ଘେରିବ ନିଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ

ଡିଜେଲର ଅହେତୁକ ଦର ବୃଦ୍ଧି ଯୋଗୁ ଏହାର ସିଧାସଳଖ ପ୍ରଭାବ ପଡିଛି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଉପରେ । ଓଡିଶା ସମୁଦ୍ରତଟ ବାଲେଶ୍ୱର ଠାରୁ ପାରାଦ୍ୱୀପ ଏବଂ ଅସ୍ତରଙ୍ଗ ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ସମୁଦ୍ର ବେଳାଭୂମିରେ ପଡିରହିଛି ଶହ ଶହ ସଂଖ୍ୟାରେ ଟ୍ରଲର ଓ ଯନ୍ତ୍ରଚାଳିତ ଡଙ୍ଗା ।

Redmi Smart TV
କମ୍‌ ଦାମ୍‌ରେ କିଣନ୍ତୁ ସ୍ମାର୍ଟ ଟିଭି ଓ ସ୍ମାର୍ଟ ଫୋନ୍‌

Xiaomi ଦିୱାଲି ୱିଥ୍‌ ଏମ୍‌ଆଇ (Diwali with Mi) ସେଲ୍‌ ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଛି। ଏହି ସେଲ୍‌ରେ ଗ୍ରାହକ ଟିଭି, ଫୋନ୍‌ ଓ ଅନ୍ୟାନ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କମ୍‌ ଟଙ୍କାରେ କିଣିପାରିବେ। କମ୍ପାନୀ ପକ୍ଷରୁ ଗ୍ରାହକଙ୍କୁ ଏହି ଡିସ୍‌କାଉଣ୍ଟ ଦିଆଯାଉଛି।

Gold, Silver Rate Today
କାଲି ପରେ ଆଜି ବି ବଢିଲା ସୁନା ଦର

ବୁଧବାର ଅର୍ଥାତ୍‌ ସେପ୍ଟେମ୍ବର ୨୯, ୨୦୨୧ରେ ପୁଣି ବଢିଛି ସୁନା ଦର  । ଅଳ୍ପ ହେଲେ ବି ସୁନା ଦରରେ ସାମାନ୍ୟ ବୃଦ୍ଧି ଘଟିଛି। ତେବେ ରୂପା ଦରରେ ସାମାନ୍ୟ ହ୍ରାସ ଘଟିଥିବା ପରିଲକ୍ଷିତ ହୋଇଛି।

gold price today
ପାର୍ବଣ ପୂର୍ବରୁ ବଢିଲା ସୁନା, ରୂପା ଦର

ଆଜି ଅର୍ଥାତ ମଙ୍ଗଳବାର ସୁନା ଦର ବୃଦ୍ଧି ପାଇଛି। ଆଜି ୨୪ କାରେଟ ୧୦ଗ୍ରାମ ଓଜନର ସୁନା ଦର ୪୬, ୨୮୦ ରହିଛି। ପୂର୍ବ ଦର ତୁଳନାରେ ୪୦ ଟଙ୍କା ବୃଦ୍ଧି ଘଟିଥିବା ଜଣାଯାଇଛି। 

Gold Price May Hike
ସୁନା କିଣିବାକୁ ଚାହୁଁଛନ୍ତି କି ? ତୁରନ୍ତ କିଣି ନିଅନ୍ତୁ, ଖୁବ୍‌ ଶୀଘ୍ର ବଢ଼ିପାରେ ଦର

ଲଗାତାର ଭାବେ ସୁନା ଦରରେ ହ୍ରାସ ଦେଖିବାକୁ ମିଳିଛି। ହେଲେ ଆସନ୍ତା କିଛି ସପ୍ତାହରେ ସୁନା ଦର ବୃଦ୍ଧି ହୋଇପାରେ। ଆଗକୁ ଫେଷ୍ଟିଭ୍‌ ସିଜନ୍‌ ଅର୍ଥାତ୍‌ ଅନେକ ପର୍ବପର୍ବାଣୀ ଆସୁ ଥିବାରୁ ସୁନା ଦର ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି।

Diesel, Petrol Price Hike
ପୁଣି ବଢିଲା ଡିଜେଲ ଦର; ପ୍ରମୁଖ ସହରରେ କେତେ ରହିଛି ତୈଳ ଦର, ଜାଣନ୍ତୁ

ଦେଶରେ ପୁଣି ଥରେ ବଢିଛି ତୈଳ ଦର । ସେପ୍ଟେମ୍ବର ୨୭ ଅର୍ଥାତ୍‌ ସୋମବାର  ତୃତୀୟ ଦିନ ପାଇଁ ପୁଣି ଥରେ ବଢିଛି ଡିଜେଲ ଦର ।

Gold Price Falls
ଆହୁରି ଶସ୍ତା ହେଲା ସୁନା

ଆଜି ମଧ୍ୟ ସୁନା ଦରରେ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୦.୮୬% ଅର୍ଥାତ୍‌ ୪୦୨ ଟଙ୍କା ହ୍ରାସ ପାଇ ୪୬,୨୭୦ ଟଙ୍କାରେ କାରବାର ଚାଲିଛି।

Gold Oranaments
ରେକର୍ଡ ସ୍ତରରୁ ୧୦ ହଜାର ଟଙ୍କା ଶସ୍ତା ହେଲା ସୁନା

ଆଜି ଭାରତୀୟ ବଜାରରେ ସୁନା ଦରରେ ହ୍ରାସ ଘଟିଛି। Multi Commodity Exchange(MCX)ରେ ସୁନା ପ୍ରତି ୧୦ ଗ୍ରାମକୁ ୪୬,୬୩୩ ଟଙ୍କାରେ କାରବାର ଚାଲିଛି।

Gold Price Today Falls
ଆଜି ବି କମିଲା ସୁନା ଦର, ରେକର୍ଡ ସ୍ତରରୁ ୯,୩୫୦ ଟଙ୍କା ହେଲା ଶସ୍ତା

ସୁନା ଓ ରୂପା ଦରରେ ଆଜି ମଧ୍ୟ ହ୍ରାସ ଘଟିଛି। Multi Commodity Exchange(MCX)ରେ ଆଜି ସକାଳେ ସୁନା ୦.୧% ହ୍ରାସ ପାଇ ପ୍ରତି ୧୦ ଗ୍ରାମକୁ ୪୬,୮୬୦ ଟଙ୍କାରେ କାରବାର ଚାଲିଥିଲା। ସେହିପରି ରୂପା ୦.୨୩% ହ୍ରାସ ପାଇ ପ୍ରତି କିଲୋକୁ ୬୩,୧୫୫ ଟଙ୍କାରେ କାରବାର ହୋଇଥିଲା।

nabarangpur
ଇଞ୍ଜିନିୟରରୁ ଉଦ୍ୟୋଗୀ : ଅଭିବକ୍ତ କୋରାପୁଟ ଜିଲ୍ଲାରେ ପ୍ରଥମ ଲୁହାକଣ୍ଟା ତିଆରି କାରଖାନା ପ୍ରତିଷ୍ଠା କଲେ ରଜନୀକାନ୍ତ

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡାଗ୍ରାମର ଅବସର ପ୍ରାପ୍ତ କ୍ଲର୍କ ବିପ୍ରଚରଣ ମିଶ୍ର ଓ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ଅମିତା କୁମାରୀ ମହାପାତ୍ରଙ୍କ ପୁଅ ରଜନୀକାନ୍ତ ରଥ । ସ୍ୱାବଲମ୍ବୀ ହେବା ସହ ଜିଲ୍ଲାରେ ଦାଦନ ରୋକିବା ଲକ୍ଷ୍ୟ ତାଙ୍କୁ ଗାଁକୁ ଟାଣି ଆଣିଛି । ୧୯୯୭ ମସିହାରେ ଗୁଜୁରାଟର ବିଜୟା ପମ୍ପ କମ୍ପାନୀରେ ଇଂଜିନିୟର ଚାକିରୀ ଜୀବନ ଆରମ୍ଭ କରିଥିଲେ

Women Buying Gold
ରେକର୍ଡ ସ୍ତରରୁ ୯,୩୦୦ ଟଙ୍କା ଶସ୍ତା ହେଲା ସୁନା, ରୂପା ଦର ବି କମିଲା

ଆଜି ସୁନା ଓ ରୂପା ଦର ହ୍ରାସ ଘଟିଛି। Multi Commodity Exchange(MCX)ରେ ଆଜି ସୁନା ୧୩୦ ଟଙ୍କା ଅର୍ଥାତ୍‌ ୦.୨୮% ହ୍ରାସ ଘଟି ପ୍ରତି ୧୦ ଗ୍ରାମକୁ ୪୬,୯୦୮ ଟଙ୍କାରେ କାରବାର ଚାଲିଛି।

Five Years Of Jio
ଜିଓକୁ ପୂରିଲା ୫ ବର୍ଷ, ଭାରତରେ ଡିଜିଟାଲ କ୍ରାନ୍ତିର ଯାତ୍ରା

ଜିଓ ୫ ବର୍ଷ ଭିତରେ ଭାରତରେ ଡାଟା ବ୍ୟବହାର କ୍ଷେତ୍ରରେ ବୈପ୍ଲବିକ ପରିବର୍ତ୍ତନ ଆଣିଛି। ୨୦୧୬ ସେପ୍ଟେମ୍ବରରେ ଜିଓ ଦେଶରେ ବ୍ୟବସାୟିକ ଭାବରେ ୪ଜି ସେବା ଆରମ୍ଭ କରିବା ପରେ ସୁଲଭ ହାଇସ୍ପିଡ୍ ଇଣ୍ଟରନେଟ୍‌ରେ ଏକ ପ୍ରକାର ବୈପ୍ଲବିକ ପ୍ରାରମ୍ଭ ହୋଇଥିଲା।  

Edible Oil
ଆସନ୍ତା ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର

ଆସନ୍ତା ଡିସେମ୍ବର ସୁଦ୍ଧା କମିପାରେ ଖାଇବା ତେଲ ଦର। ଏହି ସମୟରେ ଘରୋଇ ଶସ୍ୟ ଉତ୍ପାଦନ ବଢ଼ିବା ପରେ ଆମଦାନୀ ଶୁଳ୍କ କମିବାକୁ ଥିବାରୁ ଖାଇବା ତେଲ ଦର କମିବା ସମ୍ଭାବନା ଥିବା କେନ୍ଦ୍ର ଖାଦ୍ୟ ସଚିବ ସୁଧାଂଶୁ ପାଣ୍ଡେ ସୂଚନା ଦେଇଛନ୍ତି।

E-Vehicle
ରାଜ୍ୟରେ ଇ-ଭେଇକିଲ୍‌ ନୀତି ୨୦୨୧କୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି

ରାଜ୍ୟରେ ଇ-ଭେଇକିଲ୍‌ ନୀତି ୨୦୨୧କୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି। ଗତ ସପ୍ତାହରେ ରାଜ୍ୟ ଇ-ଭେଇକିଲ୍‌ ନୀତିକୁ ରାଜ୍ୟ ସରକାର କ୍ୟାବିନେଟରେ ମଞ୍ଜୁରୀ ଦେଇଥିଲେ।

LPG cylinder price hike
ମାସ ଆରମ୍ଭରୁ ମହଙ୍ଗା ମାଡ଼, ବଢ଼ିଲା ଘରୋଇ ଏଲ୍‌ପିଜି ସିଲିଣ୍ଡର ଦାମ୍‌

ମାସ ଆରମ୍ଭରୁ ସାଧାରଣଜନତାଙ୍କୁ ଝଟ୍‌କା। ପୁଣିଥରେ ସରକାରୀ ତୈଳ କମ୍ପାନୀ ଗୁଡ଼ିକ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡରର ଦାମ୍‌ ବଢ଼ାଇଛନ୍ତି। ଆଜିଠୁ ଘରୋଇ ଏଲ୍‌ପିଜି ଗ୍ୟାସ୍‌ ସିଲିଣ୍ଡର(LPG Gas Cylinder)ର ଦାମ୍‌ ୨୫ ଟଙ୍କା ବୃଦ୍ଧି ପାଇଛି।

Samsung Galaxy A03s
ଶସ୍ତାରେ ମିଳୁଛି ଏହି ନୂଆ ସ୍ମାର୍ଟଫୋନ୍‌

ଚଳିତ ମାସରେ Samsung ଭାରତରେ ଏହାର ନୂଆ ବଜେଟ୍‌ର ସ୍ମାର୍ଟଫୋନ୍‌ Samsung Galaxy A03s ଲଞ୍ଚ୍‌ କରିଛି। ଯାହାର ଦାମ୍‌ ୧୫ ହଜାର ଟଙ୍କାରୁ କମ୍‌ ରହିଛି। ସବୁଠାରୁ ଖାସ୍‌ କଥା, ଏହି ଫୋନ୍‌ କିଣିବାକୁ ଚାହୁଁଥିବା ଗ୍ରାହକଙ୍କୁ କମ୍ପାନୀ ପକ୍ଷରୁ ଡିସ୍‌କାଉଣ୍ଟ ମଧ୍ୟ ଦିଆଯାଉଛି।

subsidy on purchase of Electric Vehicles
ରାଜ୍ୟ ସରକାରଙ୍କ ଘୋଷଣା: ଇ-ଯାନ କିଣିଲେ ମିଳିବ ରିହାତି

ବ୍ୟାଟେରୀ ଗାଡ଼ି କିଣିଲେ ମିଳିବ ରିହାତି। ଇ- ଯାନ ଉପରେ ରାଜ୍ୟ ସରକାର ରିହାତି ଘୋଷଣା କରିଛନ୍ତି। ଦୁଇ ଚକିଆ ଯାନ କିଣିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ୩ ଚକିଆ ଯାନ କିଣିଲେ ୧୦ ହଜାର ଏବଂ  ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।